ସ୍ୱର୍ଣ୍ଣ Sarṇṇa
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ସୁବ; ସୁନା; ଧାତୁ— ବିଶେଷ — Gold (metal)
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — [ଦ୍ର—ଏହା ଖଣିରୁ ବାହାରେ। ଦକ୍ଷିଣ- ଭାରତ, ଅଷ୍ଟ୍ରେଲିଆ ଓ ଆଫ୍ରିକାରେ ସ୍ୱର୍ଣ୍ଣଖଣି ଅଛି, ଏହା ଦୁଷ୍ପ୍ରାପ୍ୟ ଥିବାରୁ ମୂଲ୍ୟବାନ; ଏଥିରେ ଅଳଙ୍କାର, ମୁଦ୍ରା ଓ ବାସନ ଆଦି ପ୍ରସ୍ତୁତ ହୁଏ।
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ବ୍ରହ୍ମବୈବର୍ତ୍ତ ପୁରାଣ କୃଷ୍ଣଜନ୍ମ ଖଣ୍ଡ 130 ଶ ଅଧ୍ୟାୟରେ ଲେଖା ଅଛି ଯେ ଏକଦା ଦେବତାମାନେ ସ୍ୱର୍ଗର ସଭାରେ ଏକତ୍ର ଅବସ୍ଥାନ କରୁଥିଲେ; ସେହି ସମୟରେ ସେଠାରେ ଅପ୍ସରାମାନେ ନୃତ୍ୟ ଗୀତ କରୁଥିଲେ। ଏହି ସମୟରେ 'ବହ୍ନି' ଦେବ ସୁଶ୍ରୋଣୀ ରମ୍ଭାଙ୍କୁ ଦେଖି ମୁଗ୍ଧ ହେଲେ ଏବଂ ବହ୍ନିଙ୍କ ପରିହିତ ବସ୍ତ୍ରରେ ରେତଃ ସ୍ଖଳନ ହେଲା। ସେହି ରେତଃ ସ୍ୱର୍ଣ୍ଣ ରୂପରେ ପରିଣତ ହୋଇ ବୃଦ୍ଧି ପାଇ 'ସୁମେରୁ' ପର୍ବତ ହେଲା। ଏଥିପାଇଁ ଅଗ୍ନିଙ୍କୁ 'ହିରଣ୍ୟରେତାଃ' ବୋଲାଯାଏ। — ବ୍ରହ୍ମବୈବର୍ତ୍ତ ପୁରାଣ କୃଷ୍ଣଜନ୍ମ ଖଣ୍ଡ130ଶ ଅଧ୍ୟାୟରେ ଲେଖା ଅଛି ଯେ ଏକଦା ଦେବତାମାନେ ସ୍ୱର୍ଗର ସଭାରେ ଏକତ୍ର ଅବସ୍ଥାନ କରୁଥିଲେ; ସେହି ସମୟରେ ସେଠାରେ ଅପ୍ସରାମାନେ ନୃତ୍ୟ ଗୀତ କରୁଥିଲେ ଏହି ସମୟରେ 'ବହ୍ନି' ଦେବ ସୁଶ୍ରୋଣୀ ରମ୍ଭାଙ୍କୁ ଦେଖି ମୁଗ୍ଧ ହେଲେ ଏବଂ ବହ୍ନିଙ୍କ ପରିହିତ ବସ୍ତ୍ରରେ ରେତଃ ସ୍ଖଳନ ହେଲା ସେହି ରେତଃ ସ୍ୱର୍ଣ୍ଣ ରୂପରେ ପରିଣତ ହୋଇ ବୃଦ୍ଧି ପାଇ 'ସୁମେରୁ' ପର୍ବତ ହେଲା ଏଥିପାଇଁ ଅଗ୍ନିଙ୍କୁ 'ହିରଣ୍ୟରେତାଃ' ବୋଲାଯାଏ
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ଉତ୍ତମ ସୁବର୍ଣ୍ଣର ଲକ୍ଷଣ—ଏହା ପୋଡ଼ିଲେ ରକ୍ତବର୍ଣ୍ଣ, କାଟିଲେ ଶୁକ୍ଳାଭ, କଷଟି ପଥରରେ କଷିଲେ କୁଙ୍କୁମାଭ ଓ କୋମଳ ଦେଖାଯାଏ।
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ଏଥିର ଗୁଣ—ଏହା ତିକ୍ତ, ମଧୁର, କଷାୟ, ଗୁରୁ, ହୃଦ୍ୟ, ରସାୟନ, ବଲ୍ୟ, ଚକ୍ଷୁଷ୍ୟ, କାନ୍ତିଦ ଓ ଶୁଚି। ଏହା ଆୟୁଃ, ମେଧା, ବାକ୍ୟଶୁଦ୍ଧି ଓ ଦ୍ୟୁତି— ପ୍ରଦାୟକ ଏବଂ କ୍ଷୟ ଓ ଉନ୍ମାଦନାଶକ।
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ଏହାକୁ ଖୁବ୍ ପତଳା ପାତିଆ କରି ନିଆଁରେ ପୋଡ଼ି ତୈଳ, ତନ୍ତ୍ର, କାଞ୍ଜି, ଗୋମୂତ୍ର ଓ କୋଳଥ ପାଣିରେ ତିନିଥର ଲେଖାଏଁ ବୁଡ଼ାଇଲେ ଏହା ଶୋଧିତ ହୁଏ। ଏହି ଶୋଧିତ ସ୍ୱର୍ଣ୍ଣକୁ ଦୁଇଗୁଣ ପାରଦ ଓ ଅମ୍ଳ ସଙ୍ଗେ ମର୍ଦନ କରି ଏଥିରେ ସ୍ୱର୍ଣ୍ଣର ତିନି ଗୁଣ ଗନ୍ଧକଚୂର୍ଣ୍ଣ ମିଶାଇ ଗୁଳା ତିଆରି କରି 14 ଥର ପୁଟପାକ କଲେ ଏହା ଭସ୍ମ ହୁଏ। — ଏହାକୁ ଖୁବ୍ ପତଳା ପାତିଆ କରି ନିଆଁରେ ପୋଡ଼ି ତୈଳ, ତନ୍ତ୍ର, କାଞ୍ଜି, ଗୋମୂତ୍ର ଓ କୋଳଥ ପାଣିରେ ତିନିଥର ଲେଖାଏଁ ବୁଡ଼ାଇଲେ ଏହା ଶୋଧିତ ହୁଏ ଏହି ଶୋଧିତ ସ୍ୱର୍ଣ୍ଣକୁ ଦୁଇଗୁଣ ପାରଦ ଓ ଅମ୍ଳ ସଙ୍ଗେ ମର୍ଦନ କରି ଏଥିରେ ସ୍ୱର୍ଣ୍ଣର ତିନି ଗୁଣ ଗନ୍ଧକଚୂର୍ଣ୍ଣ ମିଶାଇ ଗୁଳା ତିଆରି କରି14ଥର ପୁଟପାକ କଲେ ଏହା ଭସ୍ମ ହୁଏ
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ସ୍ୱର୍ଣ୍ଣ ସାହାଯ୍ୟରେ ଆୟୁର୍ବେଦୋକ୍ତ ମକରଧ୍ୱଜ, ରସସିନ୍ଦରାଦି ନାନା ରସାୟନ ଓ ବାଜୀକରଣ ଔଷଧ ପ୍ରସ୍ତୁତ ହୁଏ।]
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ଧସ୍ତୂର (ଅମର) — The Datura plant
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ଗୌର ସୁବର୍ଣ୍ଣ ଶାକ (ରାଜନିର୍ଘଣ୍ଟ) — A pot herb
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ନାଗକେଶର (ରାଜନିର୍ଘଣ୍ଟ) — A flowering tree; Mesua Ferra
- ସଂ. ବି. (ସୁ=ସୌନ୍ଦର୍ଯ୍ୟ+ଋଣ୍ ଧାତୁ=ପାଇବା+କର୍ତ୍ତୃ. ଅ; କିଂବା ସୁ=ସୁନ୍ଦର ଅଟେ ଅର୍ଣ୍ଣ=ବର୍ଣ୍ଣ ଯାହାର) — ପୌରାଣିକ ନଦୀବିଶେଷ (ହି. ଶ.) — Name of a mythological river