ସ୍ୱର୍ଣ୍ଣମାକ୍ଷିକ Swarṇṇamākshika

  • ସଂ. ବି — ଉପଧାତୁ ବିଶେଷ; ସୁନାମାଖୀ — Iron pyrites; Ferri sulphuratum
  • ସଂ. ବି — [ଦ୍ର— ଏହା ଖନିଜ। ଏହା ସୁବର୍ଣ୍ଣର ଉପଧାତୁ; କିଞ୍ଚିତ୍ ସ୍ୱର୍ଣ୍ଣଗୁଣଯୁକ୍ତ ଥିବାରୁ ଏଥିର ଏହି ନାମ ହୋଇଅଛି। ଏହା ଦେଖିବାକୁ ସ୍ୱର୍ଣ୍ଣାଭ ଓ ଈଷତ୍ କୃଷ୍ଣ। ଏହାକୁ ଭାଙ୍ଗିଦେଲେ ଭିତରେ ସୁନାର ଆଭା ଦେଖାଯାଏ, ବୈଦ୍ୟଶାସ୍ତ୍ରମତରେ ଏହା ମଧୁର, ତିକ୍ତରସ, ବୃଷ୍ୟ, ରସାୟନ ଚକ୍ଷୁଷ୍ୟ ଏବଂ ଅର୍ଶଃ, ଶୋଥ, ବିଷ, କଣ୍ଡୁ, ତ୍ରିଦୋଷ, ବସ୍ତିଦୋଷ, କଣ୍ଠଦୋଷ, ପାଣ୍ଡୁ, ମେହରୋଗରେ ଉପକାରୀ।
  • ସଂ. ବି — ଏଥିରେ 3 ଗୁଣ ସୈନ୍ଧବ ଲବଣ ମିଶାଇ ଜମ୍ବୀର ଓ ଟଭାରସରେ ବୁଡ଼ାଇ ଲୌହ ପାତ୍ରରେ କିଛି ଦିନ ରଖିଲେ ଏହା ଶୋଧିତ ହୁଏ ଓ କୋଳଥସିଝା ପାଣିରେ ଏହାକୁ ମର୍ଦ୍ଦନ କରି ତୈଳ ଓ ଛେଳି ମୂତ୍ରରେ ଏହାକୁ ପୂଟ ପାକ କଲେ ଏହାର ଭସ୍ମ ହୁଏ।] — ଏଥିରେ3ଗୁଣ ସୈନ୍ଧବ ଲବଣ ମିଶାଇ ଜମ୍ବୀର ଓ ଟଭାରସରେ ବୁଡ଼ାଇ ଲୌହ ପାତ୍ରରେ କିଛି ଦିନ ରଖିଲେ ଏହା ଶୋଧିତ ହୁଏ ଓ କୋଳଥସିଝା ପାଣିରେ ଏହାକୁ ମର୍ଦ୍ଦନ କରି ତୈଳ ଓ ଛେଳି ମୂତ୍ରରେ ଏହାକୁ ପୂଟ ପାକ କଲେ ଏହାର ଭସ୍ମ ହୁଏ]