ସ୍ୱରୋଦୟ Swarodaya
- ସଂ. ବି. ( 6 ଷ୍ଠୀ ତତ୍) — ନାସାବାୟୁର ଉଦୟ; ନିଶ୍ୱାସ ପ୍ରଶ୍ୱାସ — Breathing; flow of breath through the nostrils
- ସଂ. ବି. ( 6 ଷ୍ଠୀ ତତ୍) — (ଯୋଗଶାସ୍ତ୍ର)—ନାସିକାର ବାୟୁଦ୍ୱାରା ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ିମାନଙ୍କର ଗତି ପର୍ଯ୍ୟବେକ୍ଷଣ କରି ଯାତ୍ରା, ଭୋଜନ, ଶୟନାଦି କର୍ମ କରିବାର ପାଇଁ ଉପଦେଶ ଯେଉଁ ଶାସ୍ତ୍ରରେ ଅଛି — A treatise giving advice to regulate one's actions by observing the flow of one's breath through left or right nostril or through both
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ମନୁଷ୍ୟଦେହରେ 3 ଟି ନାଡ଼ୀ ଅଛି। ଇଡ଼ା ନାଡ଼ି ନାକର ବାମ ପୁଡ଼ା ବାଟେ ନିଶ୍ୱାସ ବୁହାଏ। ପିଙ୍ଗଳା ନାଡ଼ି ଡାହାଣ ପୁଡ଼ା ବାଟେ ବୁହାଏ ଓ ସୁଷୁମ୍ନା ନାଡ଼ି ଦୁଇ ପୁଡ଼ାରେ ସମାନ ଭାବରେ ନିଶ୍ୱାସକୁ ଚଳାଏ। ଡାହାଣ ପୁଡ଼ା (ପିଙ୍ଗଳା)ରେ ପବନ ଚଳୁଥିବା ବେଳେ ଭୋଜନ, ମୈଥୁନ ବା ଯୁଦ୍ଧ କଲେ ଶୁଭ ଫଳ ଘଟେ। — [ଦ୍ର—ମନୁଷ୍ୟଦେହରେ3ଟି ନାଡ଼ୀ ଅଛି ଇଡ଼ା ନାଡ଼ି ନାକର ବାମ ପୁଡ଼ା ବାଟେ ନିଶ୍ୱାସ ବୁହାଏ ପିଙ୍ଗଳା ନାଡ଼ି ଡାହାଣ ପୁଡ଼ା ବାଟେ ବୁହାଏ ଓ ସୁଷୁମ୍ନା ନାଡ଼ି ଦୁଇ ପୁଡ଼ାରେ ସମାନ ଭାବରେ ନିଶ୍ୱାସକୁ ଚଳାଏ ଡାହାଣ ପୁଡ଼ା (ପିଙ୍ଗଳା)ରେ ପବନ ଚଳୁଥିବା ବେଳେ ଭୋଜନ, ମୈଥୁନ ବା ଯୁଦ୍ଧ କଲେ ଶୁଭ ଫଳ ଘଟେ
- ସଂ. ବି. ( 6 ଷ୍ଠୀ ତତ୍) — ବାମପୁଡ଼ା (ଇଡ଼ା) ବାଟେ ପବନ ବହୁଥିବା ବେଳେ ଯାତ୍ରା, ଶୟନ, ମଳମୂତ୍ର ତ୍ୟାଗ କରିବ ଓ ଦୁଇପୁଡ଼ାରେ ସମାନ ଭାବରେ (ସୁଷୁମ୍ନା ନାଡ଼ିରେ) ନିଶ୍ୱାସ ବହୁଥିବା ବେଳେ ଯୋଗସାଧନ, ଈଶ୍ୱର ଭଜନ, ତନ୍ତ୍ର ସାଧନ ଓ ଜପାଦି କରିବ।
- ସଂ. ବି. ( 6 ଷ୍ଠୀ ତତ୍) — ଯୁଦ୍ଧକାଳରେ ଯୋଦ୍ଧାଙ୍କର ଯେଉଁ ପୁଡ଼ାରେ ପବନ ବହୁଥିବ ସେ ସେହି ଦିଗକୁ ଲକ୍ଷ୍ୟ କରି ଶତ୍ରୁକୁ ଆକ୍ରମଣ କଲେ ଜୟଯୁକ୍ତ ହେବେ।
- ସଂ. ବି. ( 6 ଷ୍ଠୀ ତତ୍) — ଏହି ସ୍ୱରୋଦୟ ଶାସ୍ତ୍ରଜ୍ଞାନ ଦ୍ୱାରା କେଉଁ ସମୟରେ ପଞ୍ଚ ତତ୍ତ୍ୱ (କ୍ଷିତ୍ୟପ୍ତେଜମରୁଦ୍ଦ୍ୟୋମ) ମଧ୍ୟରୁ କେଉଁ ତତ୍ତ୍ୱ ଦେହରେ ପ୍ରବଳ ହୋଇଅଛି ତାହା ଜାଣିପାରି ତଦନୁସାରେ କାର୍ଯ୍ୟ କଲେ ଫଳ ଲାଭ ହେବ।
- ସଂ. ବି. ( 6 ଷ୍ଠୀ ତତ୍) — ଏହି 3 ନାଡ଼ି ଛଡ଼ା ଦେହରେ ଆଉ 7 ଗୋଟି ନାଡ଼ି ଅଛି। ସେମାନଙ୍କ କ୍ରିୟା ଚକ୍ଷୁ, ଜିହ୍ୱା, କର୍ଣ୍ଣ, ମୁଖ, ଲିଙ୍ଗାଦିର ଅବସ୍ଥାରୁ ଜଣାପଡ଼େ ଓ ତଦନୁସାରେ ନିଜ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାକୁ ହୁଏ। — ଏହି3ନାଡ଼ି ଛଡ଼ା ଦେହରେ ଆଉ7ଗୋଟି ନାଡ଼ି ଅଛି ସେମାନଙ୍କ କ୍ରିୟା ଚକ୍ଷୁ, ଜିହ୍ୱା, କର୍ଣ୍ଣ, ମୁଖ, ଲିଙ୍ଗାଦିର ଅବସ୍ଥାରୁ ଜଣାପଡ଼େ ଓ ତଦନୁସାରେ ନିଜ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାକୁ ହୁଏ
- ସଂ. ବି. ( 6 ଷ୍ଠୀ ତତ୍) — ଏହି ନାଡ଼ିମାନଙ୍କ ଦ୍ୱାରା ନାସାବାୟୁର ଚଳନକ୍ରମକୁ ଲକ୍ଷ୍ୟ ରଖି ମନୁଷ୍ୟ ମୃତ୍ୟୁକାଳ ଓ ଗର୍ଭସ୍ଥ ସନ୍ତାନାଦି ବିଷୟ ପୂର୍ବରୁ ଜାଣିପାରେ—ଗରୁଡ଼ପୁରାଣ।
- ସଂ. ବି. ( 6 ଷ୍ଠୀ ତତ୍) — ସଂସ୍କୃତ ସ୍ୱରୋଦୟଲେଶ ନାମକ ଗ୍ରନ୍ଥ ଅବଲମ୍ବନରେ ଯଶୋବନ୍ତ ଦାସଙ୍କ ଶିବ ସ୍ୱରୋଦୟ (ପ୍ରାଚୀ ସମିତି ଗ୍ରନ୍ଥମାଳା ଷୋଡ଼ଶଖଣ୍ଡ) ଗ୍ରନ୍ଥ ଲିଖିତ। ଏଥିରେ ସ୍ୱରୋଦୟର ବିବରଣ ଲେଖାଅଛି। ଏହା ମହାଦେବ ପାର୍ବତୀଙ୍କୁ କହିଥିଲେ। ଏ ଶାସ୍ତ୍ରରେ ନିଶ୍ୱାସ ବାୟୁର ଗତି, ଶରୀରମଧ୍ୟସ୍ଥ ନାଡ଼ୀ ଓ ଷଟ୍ଚକ୍ରମାନଙ୍କ ବିଷୟ ଉଲ୍ଲେଖ ଅଛି। କେଉଁ ନାସାପୁଟରେ ଶ୍ୱାସବାୟୁ ବହିଲେ କି ଫଳ ହେବ, ତାହା ଏହି ଶାସ୍ତ୍ରରୁ ମନୁଷ୍ୟ ଜାଣିପାରେ।)]
- ସଂ. ବି. ( 6 ଷ୍ଠୀ ତତ୍) — 3 (ଜ୍ୟୋତିଷ) ରାଶି, ଗ୍ରହ, ନକ୍ଷତ୍ରମାନ ସନ୍ନିବେଶିତ ହୋଇ ଅଙ୍କିତ ହୋଇଥିବା ଚକ୍ରରୁ ଶୁଭାଶୁଭ ଜ୍ଞାପକଶାସ୍ତ୍ର — 3(ଜ୍ୟୋତିଷ) ରାଶି, ଗ୍ରହ, ନକ୍ଷତ୍ରମାନ ସନ୍ନିବେଶିତ ହୋଇ ଅଙ୍କିତ ହୋଇଥିବା ଚକ୍ରରୁ ଶୁଭାଶୁଭ ଜ୍ଞାପକଶାସ୍ତ୍ର— 3. Astrological treatise dealing with the future of a person by calculating the position of astrological units in a figure drawn on the ground