ସ୍ୱରାଜ Swarāraja
- ଦେ. ବି (ସଂ. ସ୍ୱରାଜ୍ୟ) — ସ୍ୱରାଜ୍ୟବାସୀ ବା ସ୍ୱଦେଶବାସୀଙ୍କ ଦ୍ୱାରା ରାଜ୍ୟଶାସନ ପ୍ରଣାଳୀ; ସ୍ୱାୟତ୍ତଶାସନ — Autonomy; Swaraj; government of a country by its own people; self government
- ଦେ. ବି (ସଂ. ସ୍ୱରାଜ୍ୟ) — [ଦ୍ର—ଏହି ଶବ୍ଦ ଇଂରାଜି ଭାଷାରେ ଚଳିଲାଣି। ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତନାରେ ଭାରତବାସୀ— ମାନେ 'ସ୍ୱରାଜ' ପାଇବା ପାଇଁ ବ୍ରିଟିଶ୍ ଜାତିଙ୍କ ନିକଟରେ ସ୍ପର୍ଦ୍ଧା ସହିତ ଦାବୀ କରୁ ଅଛନ୍ତି ଓ ଏହି ଆନ୍ଦୋଳନ ଫଳରେ ଇଂରେଜ ସରକାର ଭାରତବାସୀଙ୍କୁ କ୍ରମଶଃ ସ୍ୱାୟତ୍ତ ଶାସନ ବା ସ୍ୱରାଜ ଦେବା ପାଇଁ 1918 ସାଲଠାରୁ ପ୍ରତିଶ୍ରୁତ ହୋଇ ଆସୁଅଛନ୍ତି। କେହି କେହି କହନ୍ତି ଯେ, 'ସ୍ୱରାଜ'ର ଅର୍ଥ ଇଂରେଜମାନଙ୍କ ସଙ୍ଗରୁ ସବୁ ସମ୍ପର୍କ ତୁଟାଇ ଦେଇ ଭାରତବାସୀମାନେ ନିଜ ଦେଶକୁ ଶାସନ କରିବେ। ପୁଣି କେହି କେହି କହନ୍ତି—କାନେଡ଼ା, ଆଫ୍ରିକା, ଅଷ୍ଟ୍ରେଲିଆ ପରି ଭାରତବର୍ଷ ଇଂରେଜ 'ସାମ୍ରାଜ୍ୟ'ର ପରିବାରଭୁକ୍ତ ହୋଇ ବ୍ରିଟିଶ୍ ସମ୍ରାଟଙ୍କୁ ନାମ ମାତ୍ର — [ଦ୍ର—ଏହି ଶବ୍ଦ ଇଂରାଜି ଭାଷାରେ ଚଳିଲାଣି ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତନାରେ ଭାରତବାସୀ— ମାନେ 'ସ୍ୱରାଜ' ପାଇବା ପାଇଁ ବ୍ରିଟିଶ୍ ଜାତିଙ୍କ ନିକଟରେ ସ୍ପର୍ଦ୍ଧା ସହିତ ଦାବୀ କରୁ ଅଛନ୍ତି ଓ ଏହି ଆନ୍ଦୋଳନ ଫଳରେ ଇଂରେଜ ସରକାର ଭାରତବାସୀଙ୍କୁ କ୍ରମଶଃ ସ୍ୱାୟତ୍ତ ଶାସନ ବା ସ୍ୱରାଜ ଦେବା ପାଇଁ1918ସାଲଠାରୁ ପ୍ରତିଶ୍ରୁତ ହୋଇ ଆସୁଅଛନ୍ତି କେହି କେହି କହନ୍ତି ଯେ, 'ସ୍ୱରାଜ'ର ଅର୍ଥ ଇଂରେଜମାନଙ୍କ ସଙ୍ଗରୁ ସବୁ ସମ୍ପର୍କ ତୁଟାଇ ଦେଇ ଭାରତବାସୀମାନେ ନିଜ ଦେଶକୁ ଶାସନ କରିବେ ପୁଣି କେହି କେହି କହନ୍ତି—କାନେଡ଼ା, ଆଫ୍ରିକା, ଅଷ୍ଟ୍ରେଲିଆ ପରି ଭାରତବର୍ଷ ଇଂରେଜ 'ସାମ୍ରାଜ୍ୟ'ର ପରିବାରଭୁକ୍ତ ହୋଇ ବ୍ରିଟିଶ୍ ସମ୍ରାଟଙ୍କୁ ନାମ ମାତ୍ର(Constitutional)ସମ୍ରାଟ୍ ବୋଲି ସ୍ୱୀକାର କରିବ ଓ ସବୁ ବିଷୟରେ ଇଂରେଜମାନଙ୍କ ସମକକ୍ଷ ହେବ ଏହି ସ୍ୱରାଜ ମତାବଲମ୍ବୀମାନେ2ଟି ଦଳ ହୋଇଅଛନ୍ତି ଯଥା
- ଦେ. ବି (ସଂ. ସ୍ୱରାଜ୍ୟ) — ଚରମ ପନ୍ଥୀ — (Extremists)—ଯେଉଁମାନେ ଭାରତର ଇଂଲଣ୍ଡ ସଙ୍ଗେ କିଛି ମାତ୍ର ରାଜନୀତିକ ସମ୍ପର୍କ ରଖିବାର ଇଚ୍ଛା କରନ୍ତି ନାହିଁ
- ଦେ. ବି (ସଂ. ସ୍ୱରାଜ୍ୟ) — ନରମ ପନ୍ଥୀ ବା ମଡରେଟ୍ — (Moderates)—ଭାରତ ବ୍ରିଟିଶ୍ ସାମ୍ରାଜ୍ୟର ପରିବାରଭୁକ୍ତ ସମାନାଧିକାର— ପ୍ରାପ୍ତ ରାଜ୍ୟ ହେବ ବୋଲି ଯେଉଁମାନେ ଦାବୀ କରନ୍ତି ଏହି ମତାବଲମ୍ବୀମାନଙ୍କୁ 'ସ୍ୱରାଜ' ଦଳଭୁକ୍ତ(Swarajist)ବୋଲାଯାଏ
- ଦେ. ବି (ସଂ. ସ୍ୱରାଜ୍ୟ) — ଗାନ୍ଧୀ ମହାତ୍ମା ମଡରେଟ୍ ଦଳର ନେତା। ବଙ୍ଗର ସ୍ୱର୍ଗୀୟ ଚିତ୍ତରଞ୍ଜନ ଦାସ (ସି. ଆର୍. ଦାସ୍) ପ୍ରଥମେ ଚରମ ପନ୍ଥୀ ସ୍ୱରାଜ ଥିଲେ; କିନ୍ତୁ ପରେ ମଡରେଟ୍ ଦଳର ନୀତି ପ୍ରତି ଆକୃଷ୍ଟ ହେଲେ। ପ୍ରଥମେ ସ୍ୱରାଜମାନେ ସରକାରଙ୍କ ସଙ୍ଗେ ଅସହଯୋଗ — (Non—co-operation)ପନ୍ଥା ଅବଲମ୍ବନ କରିଥିଲେ; କିନ୍ତୁ କ୍ରମଶଃ ପ୍ରତିବାଦମୂଳକ ସହଯୋଗ(Responsive co-operation)ନୀତି ଅବଲମ୍ବନ କରୁଅଛନ୍ତି ଭାରତର ପ୍ରାଦେଶିକ ଓ କୈନ୍ଦ୍ରିକ ସଭାମାନଙ୍କର ମେମ୍ବର୍ମାନେ ଯେଉଁ ବିଭିନ୍ନ ଦଳମାନ ଗଢ଼ିଥିଲେ; ସେମାନଙ୍କ ମଧ୍ୟରେ ସ୍ୱରାଜ ଗୋଟିଏ ଦଳ ଗଢ଼ିଥିଲେ ଏବଂ ଚିତ୍ତରଞ୍ଜନଙ୍କ ମୃତ୍ୟୁ ପରେ ପଣ୍ଡିତ ମୋତିଲାଲ ନେହୁରୁ ଓ ବଲ୍ଲଭଭାଇ ପଟେଲ ଆଦି ସେହି ଦଳର ଚାଳକ ହୋଇଥିଲେ ବର୍ତ୍ତମାନ କଂଗ୍ରେସ୍ ମଧ୍ୟ 'ଭାରତର ପୂର୍ଣ୍ଣ ସ୍ୱାଧୀନତା' ନୀତିର ସମର୍ଥକ ଅଟେ ତଥାପି କଂଗ୍ରେସ୍ ଭକ୍ତ ବହୁବ୍ଯକ୍ତି ଔପନିବେଶିକ ସ୍ୱାୟତ୍ତ ଶାସନର ପକ୍ଷପାତୀ ଥିବା ଜଣାଯାଏ]