ସ୍ୱରାଜ୍ୟ Swarājya
- ସଂ. ବି — ନିଜର ରାଜ୍ୟ — One's kingdom
- ସଂ. ବି — ନିଜର ଦେଶ; ମାତୃଭୂମି; ସ୍ୱଦେଶ — One's mother country
- ଦେ. ବି — ସ୍ୱଦେଶବାସୀଙ୍କ ଦ୍ୱାରା ଶାସିତ ରାଜ୍ୟ — A country governed by its own people; republic
- ଦେ. ବି — ସ୍ୱାୟତ୍ତ ଶାସନ ('ସ୍ୱରାଜ' ଦେଖ) — Self government
- ଦେ. ବି — ସ୍ୱରୂପରେ ସ୍ଥିତି ବା ଅବସ୍ଥାନ — Personal presence
- ଦେ. ବି — [ଉ—ଯେବେ ଦେଖଇ ଦେହେ ମୋତେ, ସ୍ୱରାଜ୍ଯେ ରହଇ ନିଶ୍ଚିନ୍ତେ —ଜଗନ୍ନାଥ, ଭାଗବତ।]