ସ୍ୱଯଂ ହାରିକା Swayaṁ hārikā

  • ସଂ. ବି. ସ୍ତ୍ରୀ — ପୁରାଣବର୍ଣ୍ଣିତା ଜଣେ ସ୍ତ୍ରୀ; ବ୍ରହ୍ମମାନସ ସୃଷ୍ଟ ଦୁଃସହଙ୍କ ଔରସରେ ତତ୍ ପତ୍ନୀ ନିର୍ମାଷ୍ଟିଙ୍କ ଗର୍ଭଜାତ ଆଠ କୁମାର ଓ ଆଠ କନ୍ୟାଙ୍କ ମଧ୍ୟରେ ଏକତମା — Name of a malignant spirit, one of the daughters of Duḥsaha
  • ସଂ. ବି. ସ୍ତ୍ରୀ — [ଦ୍ର—ପୁରାଣ ମତରେ ଏହି କନ୍ୟାମାନେ ଗୃହସ୍ଥମାନଙ୍କ ଖଳାରୁ ଧାନ, ଗୋସ୍ତନରୁ ଦୁଗ୍ଧ ଓ ଅର୍ଦ୍ଧପକ୍ୱ ଅନ୍ନ, ତିଳରୁ ତୈଳ ଓ କପାରୁ ସୂତାକୁ ଅପହରଣ କରନ୍ତି। ଶାସ୍ତ୍ରୋକ୍ତ ବିଧିଦ୍ୱାରା ଏହାଙ୍କର ଶାନ୍ତିବିଧାନ କରାଯାଏ।]