ସ୍ୱଭାବୋକ୍ତି Swabhābokti

  • ସଂ. ବି— ( 6 ଷ୍ଠୀ ତତ୍) — ଅର୍ଥାଳଙ୍କାର ବିଶେଷ; ଦ୍ରବ୍ୟାଦିର ସ୍ୱଭାବ ବର୍ଣ୍ଣନ ରୂପ ଅଳଙ୍କାର (ଅଳଙ୍କାର ଦେଖ) — A rhetorical figure which describes an object in its natural or true colour
  • ସଂ. ବି— ( 6 ଷ୍ଠୀ ତତ୍) — [ଦ୍ର—ପ୍ରକୃତି କିମ୍ବା କୌଣସି ପ୍ରାକୃତ ବସ୍ତୁର ସ୍ୱଭାବ— ସଙ୍ଗତ ଚମତ୍କାର ବର୍ଣ୍ଣନା ହେଲେ ତାହାକୁ ସ୍ୱଭାବୋକ୍ତି ଅଳଙ୍କାର କହନ୍ତି। ଯଥା
  • ସଂ. ବି— ( 6 ଷ୍ଠୀ ତତ୍) — ପ୍ରକୃତି ବର୍ଣ୍ଣନା— ପ୍ରଶାନ୍ତ ନିଶାନ୍ତ କାଳ ବିରାଜେ ଉଜ୍ଜଳେ, ଉଷାର ତୁଷାର ଶୁଭ୍ର ଲଲାଟମଣ୍ଡଳେ, ସ୍ୱର୍ଗର କୌସ୍ତୁଭ ମଣି ଶୁକ୍ତ ସୁଶୋଭନ, ପରାଚୀ ଦିଗନ୍ତ ପଟେ ଛବି ଅତୁଳନ, ଉଦୀଚୀ ଆକାଶେ ଦୂରେ ମହା ଜ୍ୟୋତିର୍ମୟ, ତୁଷାର କିରୀଟ ରାଜେ ଗିରୀନ୍ଦ୍ର ଆଳୟ, ଅନନ୍ତ ହିମାନୀ କ୍ଷେତ୍ର ଶୁଭ୍ର ହିମାଚଳ, ତ୍ରିଦିବର ପୁଣ୍ଯ ପୁଞ୍ଜ ପ୍ରାୟ ସମୁଜ୍ୱଳ—ମଧୁସୂଦନ, ଋଷିପ୍ରାଣେ ଦେବାବତରଣ।
  • ସଂ. ବି— ( 6 ଷ୍ଠୀ ତତ୍) — ସ୍ୱଭାବ ବର୍ଣ୍ଣନା— ହେମାଙ୍ଗ ହଳଦୀବସନ୍ତ ଦେଖି ଯେହ୍ନେ ସଞ୍ଚାଣ, ଅନ୍ତରୀକ୍ଷେ ଧାଏଁ ସଳଖେ କ୍ଷଣପ୍ରଭା ସମାନ। ଜୀବନ ବିକଳେ ସଭୟେ ଖରେ ଧାଏଁ ଦୁର୍ବଳ, ଖରତର ବେଗେ ଜୀବିକା—ଆଶେ ଧାଏଁ ପ୍ରବଳ। ମୁହୁଃ ଚୁଞ୍ଚୁ ମୁନ ସଞ୍ଚାଣ ପଛୁ କରେ ବିସ୍ତାର। କ୍ଷଣେ କରଗତ ପଲକେ ପରା ହେଲା ଶୀକାର, ହଳଦୀବସନ୍ତ ଏକାନ୍ତ ପ୍ରାଣଭୟେ ଅସ୍ଥିର। କ୍ଷଣେ ଧୃତ କ୍ଷଣେ ମୁକତ ମଣେ ନିଜ ଶରୀର। କାଞ୍ଚନ ପୁଚ୍ଛକୁ ସଞ୍ଚାଣ ଚଞ୍ଚୁ କ୍ଷଣେ ପରଶେ, ଚଞ୍ଚଳ ଏଡ଼ାଇ ଶୀକାର ଖରେ ତିର୍ଯ୍ୟକେ ଖସେ—ରାଧାନାଥ, ଚନ୍ଦ୍ରଭାଗା।]