ସ୍ଫୋଟ Sphoṭa

  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — ସ୍ଫୋଟକ; ଫୋଟକା — Blister
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — ବ୍ରଣ; ବିସ୍ଫୋଟକ — Boil
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — (+ଭାବ ଅ) ବହିରାବରଣକୁ ଭେଦ କରି ଅନ୍ତଃସ୍ଥ ବସ୍ତୁର ବହିରାଗମନ (ହି. ଶ); ଫୁଟିକରି ବାହାରି ପଡ଼ିବା — The bursting of the outer covering by a thing from inside
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — (+କର୍ତ୍ତୃ. ଅ) ମୋତି; ମୁକ୍ତା (ହି. ଶ) — Pearl
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — (+ଭାବ ଅ) ଦେହ ଓ ଦସ୍ତଦ୍ୱାରା ଆଘାତ ଜନିତ ଶବ୍ଦ; ଫୁଟୁକି — A sound of cracking made by the limbs
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — [ଯଥା—ବାହାସ୍ଫୋଟ]
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — (ବ୍ୟାକରଣ) ପୂର୍ବ ପୂର୍ବ ବର୍ଣ୍ଣର ଅନୁଭବ ସହିତ ଚରମ ବର୍ଣ୍ଣ ବ୍ୟଙ୍ଗ୍ୟ ଅଖଣ୍ଡ ଶବ୍ଦବିଶେଷ [ପ୍ରକୃତିବାଦ]; ନିତ୍ୟ ଶବ୍ଦ [ହି. ଶ.] — The expression of the meaning of a word by joining together the separate letters comprising it
  • ସଂ. ବି (ସ୍ଫୁଟ୍ ଧାତୁ+କର୍ତ୍ତୃ ଅ) — [ଦ୍ର—ସର୍ବଦର୍ଶନ ସଂଗ୍ରହ ଅନୁସାରେ ଏହି ନିତ୍ୟ ଶବ୍ଦଦ୍ୱାରା ବହୁ ବର୍ଣ୍ଣାତ୍ମକ ଶବ୍ଦର ଅର୍ଥ ଜ୍ଞାନ ହୁଏ। ଯଥା—କମଳ ଶବ୍ଦସ୍ଥ ବର୍ଣ୍ଣତ୍ରୟ 'କ' 'ମ' ଓ 'ଳ' ର ସ୍ୱତନ୍ତ୍ର ଉଚ୍ଚାରଣଦ୍ୱାରା କିଛି ଅର୍ଥ ପ୍ରତୀତି ହୁଏ ନାହିଁ। କିନ୍ତୁ ଏ ତିନି ବର୍ଣ୍ଣକୁ ଯଥାକ୍ରମେ ଉଚ୍ଚାରଣ କଲେ ଯେଉଁ 'ସ୍ଫୋଟ' ବା ନିତ୍ୟଶବ୍ଦ ହୁଏ, ସେଥିରୁ ଉକ୍ତଶବ୍ଦର ଅର୍ଥ ଜ୍ଞାନ ହୁଏ (ହି. ଶ.)।]