ସ୍ଫୁଟ ଭାବ Sphuṭa bhāba
- ସଂ. ବି (ଜ୍ୟୋତିଷ) — ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କର ପ୍ରକୃତ ଅବସ୍ଥିତିର ଗଣନା — The real cusp of planets in the horoscope
- ସଂ. ବି (ଜ୍ୟୋତିଷ) — [ଦ୍ର—ପ୍ରଥମେ ଲଗ୍ନସ୍ଫୁଟ ଆଣି ତହିଁରୁ ଅନ୍ଯ ଭାବସ୍ଫୁଟ ଆଣିବାକୁ ହୁଏ। ଭାବସ୍ଫୁଟ ନ କଲେ ଭାବବଳ ଓ ତହିଁରେ ଗ୍ରହମାନଙ୍କର ସଂଯୋଗ ସମ୍ୟକ୍ ସ୍ଥିର କରାଯାଇ ନ ପାରେ; ଲଗ୍ନ ସ୍ଫୁଟରୁ ମଧ୍ୟ ଲଗ୍ନ ବା ଦଶମ ଭାବସ୍ଫୁଟ କରାଯାଏ। ଲଗ୍ନଭାବସ୍ଫୁଟରେ 6 ରାଶି ବା 180 ଅଂଶ ଯୋଗ କଲେ ସପ୍ତମ ଭାବସ୍ଫୁଟ ହୁଏ। ଦଶମ ଭାବକୁ ଲଗ୍ନଭାବରୁ ବାଦ୍ ଦେଇ ଅବଶିଷ୍ଟକୁ 3 ରେ ହରଣ କରି ଏକ ଏକ ଭାବକୁ ଦଶମ ସ୍ଫୁଟରେ ମିଶାଇଲେ ଲାଭଭାବ ଓ ବ୍ଯୟଭାବ ବାହାରେ। ଏହିପରି ଚତୁର୍ଥ ଓ ସପ୍ତମ ଭାବର ଅନ୍ତରରୁ ପଞ୍ଚମ ଓ ଷଷ୍ଠ ଭାବ ସ୍ଥିର ହୁଏ। ଲଗ୍ନ ଓ ଚତୁର୍ଥର ଅନ୍ତରରୁ ଧନ ଓ ଭ୍ରାତୃଭାବ ସ୍ଫୁଟ ସ୍ଥିର କରାଯାଏ। ଦଶମ ଓ ସପ୍ତମର ଅନ୍ତରରୁ ଅଷ୍ଟମ ଓ ନବମଭାବସ୍ଫୁଟ ସ୍ଥିର କରାଯାଏ। ଦଶମ ସ୍ଫୁଟରୁ 6 ରାଶି ଅନ୍ତର କଲେ ଚତୁର୍ଥର ସ୍ଫୁଟ ବାହାରି ଆସେ। (ସନ୍ଦର୍ଭ ଲେଖକ—ଶ୍ରୀ ବାଇକୋଳି ମହାପାତ୍ର, ଜ୍ୟୋତିଷ ବିଶାରଦ)।] — [ଦ୍ର—ପ୍ରଥମେ ଲଗ୍ନସ୍ଫୁଟ ଆଣି ତହିଁରୁ ଅନ୍ଯ ଭାବସ୍ଫୁଟ ଆଣିବାକୁ ହୁଏ ଭାବସ୍ଫୁଟ ନ କଲେ ଭାବବଳ ଓ ତହିଁରେ ଗ୍ରହମାନଙ୍କର ସଂଯୋଗ ସମ୍ୟକ୍ ସ୍ଥିର କରାଯାଇ ନ ପାରେ; ଲଗ୍ନ ସ୍ଫୁଟରୁ ମଧ୍ୟ ଲଗ୍ନ ବା ଦଶମ ଭାବସ୍ଫୁଟ କରାଯାଏ ଲଗ୍ନଭାବସ୍ଫୁଟରେ6ରାଶି ବା180ଅଂଶ ଯୋଗ କଲେ ସପ୍ତମ ଭାବସ୍ଫୁଟ ହୁଏ ଦଶମ ଭାବକୁ ଲଗ୍ନଭାବରୁ ବାଦ୍ ଦେଇ ଅବଶିଷ୍ଟକୁ3ରେ ହରଣ କରି ଏକ ଏକ ଭାବକୁ ଦଶମ ସ୍ଫୁଟରେ ମିଶାଇଲେ ଲାଭଭାବ ଓ ବ୍ଯୟଭାବ ବାହାରେ ଏହିପରି ଚତୁର୍ଥ ଓ ସପ୍ତମ ଭାବର ଅନ୍ତରରୁ ପଞ୍ଚମ ଓ ଷଷ୍ଠ ଭାବ ସ୍ଥିର ହୁଏ ଲଗ୍ନ ଓ ଚତୁର୍ଥର ଅନ୍ତରରୁ ଧନ ଓ ଭ୍ରାତୃଭାବ ସ୍ଫୁଟ ସ୍ଥିର କରାଯାଏ ଦଶମ ଓ ସପ୍ତମର ଅନ୍ତରରୁ ଅଷ୍ଟମ ଓ ନବମଭାବସ୍ଫୁଟ ସ୍ଥିର କରାଯାଏ ଦଶମ ସ୍ଫୁଟରୁ6ରାଶି ଅନ୍ତର କଲେ ଚତୁର୍ଥର ସ୍ଫୁଟ ବାହାରି ଆସେ (ସନ୍ଦର୍ଭ ଲେଖକ—ଶ୍ରୀ ବାଇକୋଳି ମହାପାତ୍ର, ଜ୍ୟୋତିଷ ବିଶାରଦ)]