ସ୍ଫୁଟ ଗ୍ରହ Sphuṭa graha
- ସଂ. ବି—(ଜ୍ୟୋତିଷ) — ଗ୍ରହମାନଙ୍କର ଦୃଶ୍ୟମାନ ଅବସ୍ଥିତିର ନିର୍ଣ୍ଣୟ — The ascertaining of the true positions of the planets in the Zodiac
- ସଂ. ବି—(ଜ୍ୟୋତିଷ) — [ଦ୍ର—ଗ୍ରହାଦିଙ୍କ ଗତି ପ୍ରଥମେ 'ମଧ୍ୟମା— ଧିକାର'ରେ ସ୍ଥିର କରାଯାଇ ପରେ 'ସ୍ଫୁଟ' କରାଯାଏ। ଏହାର ନିୟମମାନ 'ସିଦ୍ଧାନ୍ତ ଶିରୋମଣି' ଓ 'ସିଦ୍ଧାନ୍ତ ଦର୍ପଣ'ରେ ଉକ୍ତ ଅଛି। ମଧ୍ୟମ ଗତିରୁ ସ୍ଫୁଟ ଗତି ସ୍ଥିର କରା ନ ଗଲେ, କେବଳ ମଧ୍ୟମ ଗତି ବା ଅବସ୍ଥିତିକୁ ଧରି କୌଣସି କାର୍ଯ୍ୟ କରଣୀୟ ନୁହେ।
- ସଂ. ବି—(ଜ୍ୟୋତିଷ) — ଫଳିତ ଜ୍ୟୋତିଷରେ ସ୍ଫୁଟଗ୍ରହ ନ ଆଣିଲେ ଗ୍ରହମାନଙ୍କର ବର୍ଗାଦି ଓ ଉଚ୍ଚାଦି ବଳ ନିର୍ଣ୍ଣିତ ହୋଇ ନ ପାରେ। ତେଣୁ ସ୍ଫୁଟ ଆଣିବା ସର୍ବାଦୌ ଉଚିତ। ପଞ୍ଜିକାରେ ସାଧାରଣତଃ ପ୍ରତ୍ୟେକ ଦିନର ଔଦୟିକ ସ୍ଫୁଟଗ୍ରହ ଦିଆଯାଇ ଥାଏ। ଏଥିରୁ ସେ ଦିବସର ଯେ— କୌଣସି ସମୟର ସ୍ଫୁଟଗ୍ରହ ଅଣାଯାଇପାରେ। ପର ଦିବସ ଔଦୟିକ ସ୍ଫୁଟରୁ ଆବଶ୍ୟକ ଦିନର ଔଦୟିକ ସ୍ଫୁଟ ବାଦ୍ ଦେଲେ ଗ୍ରହର ଦୈନିକ ସ୍ଫୁଟଗତି ବାହାରେ। ଦିନକର ଗତି ଜଣାଗଲେ, ତେଣିକି ଦଣ୍ଡକର ବା ଲିତାକର ଗତି ମଧ୍ୟ ଅଣାଯାଇ, ଆବଶ୍ୟକ କାଳ ଉଦୟଠାରୁ ଯେତେ ଦଣ୍ଡ ଯେତେ ଲିତା (ବା ଘଣ୍ଟା, ମିନିଟ) ହେଲା, ସେ ସମସ୍ତ ଗତି ହିସାବ କରି ଔଦୟିକ ସ୍ଫୁଟରେ ଯୋଗ କଲେ ଆବଶ୍ୟକକାଳୀନ ସ୍ଫୁଟଗ୍ରହ ବାହାରେ।]
- ସଂ. ବି—(ଜ୍ୟୋତିଷ) — (ସନ୍ଦର୍ଭ ଲେଖକ—ଶ୍ରୀ ବାଇକୋଳି ମହାପାତ୍ର, ଜ୍ୟୋତିଷ— ବିଶାରଦ)