ସ୍ଫୁଟ ଗତି Sphuṭa gati

  • ସଂ. ବି—(ଜ୍ୟୋତିଷ) — ଗ୍ରହମାନଙ୍କ ପ୍ରକୃତ ଗତି — The true motion of planets
  • ସଂ. ବି—(ଜ୍ୟୋତିଷ) — [ଦ୍ର—ଔଦୟିକ ବା ମଧ୍ୟାହ୍ନକାଳୀନ (କିମ୍ବା ମଧ୍ୟରାତ୍ରୀୟ) ସ୍ଫୁଟଗ୍ରହ ଓ ପରଦିନର ଔଦୟିକ, ମାଧ୍ୟାହ୍ନିକ ବା ମାଧ୍ୟାରାତ୍ରିକ ସ୍ଫୁଟଗ୍ରହର ଅନ୍ତରହିଁ ସ୍ଫୁଟଗତି ଅଟେ। ସୂକ୍ଷ୍ମ ତାତ୍କାଳିକ ସ୍ଫୁଟଗତି ଆଣିବାକୁ ହେଲେ 'ମନ୍ଦକେନ୍ଦ୍ର' ଗତିକୁ ମନ୍ଦକେନ୍ଦ୍ରର କୋଟିଫଳ ଦ୍ୱାରା ଗୁଣି ତ୍ରିଜ୍ୟା ଦ୍ୱାରା ଭାଗ କଲେ ମନ୍ଦଗତିଫଳ ଆସେ। ଏହି ଗତିଫଳକୁ କର୍କାଦି କେନ୍ଦ୍ରରେ ମଧ୍ୟଗତିରେ ଯୋଗକଲେ ଓ ମକରାଦି କେନ୍ଦ୍ରରୁ ବିଯୋଗ କଲେ ତତ୍କାଳିକ ମନ୍ଦ ସ୍ଫୁଟଗତି ହୁଏ। ସିଦ୍ଧାନ୍ତ ଶିରୋମଣି ଓ ସିଦ୍ଧାନ୍ତ ଦର୍ପଣରେ ଏହି ନିୟମସବୁର ଉଲ୍ଲେଖ ଅଛି।]
  • ସଂ. ବି—(ଜ୍ୟୋତିଷ) — (ସନ୍ଦର୍ଭ ଲେଖକ ଶ୍ରୀ ବାଇକୋଳି ମହାପାତ୍ର ଜ୍ୟୋତିଷବିଶାରଦ।)