ସ୍ନୋମାନ୍ Snomān

  • ବୈଦେ. ବି (ଇଂ. ସ୍ନୋ=ବରଫ+ମାନ୍= ମନୁଷ୍ୟ) — ତିବ୍ୱତର ଉତ୍ତରାଂଶସ୍ଥ ତୁଷାରାବୃତ ମାଳଭୂମିର ଗୋଟିଏ ଅଞ୍ଚଳର ଅଧିବାସୀ ଦୀର୍ଘାକାର, ସ୍ଥୂଳକାୟ, ଘନଲୋମାବୃତ— ଦେହ ମନୁଷ୍ୟ — Snowman; a number of tall stout men covered with long hairs over the body; inhabiting the mountanous plateau north of Tibet
  • ବୈଦେ. ବି (ଇଂ. ସ୍ନୋ=ବରଫ+ମାନ୍= ମନୁଷ୍ୟ) — [ଦ୍ର— କଲିକତା 'ଭିକ୍ଟୋରିଆ ମେମୋରିଅଲ୍' ସ୍ମୃତିମନ୍ଦିରର ସୁପରିଟେଣ୍ଡେଣ୍ଟ୍ କାପ୍ଟେନ୍ ଭି. ଡଭର୍ଣ୍ଣ — (Captain V. D' Auverne)ତିବ୍ବତ ଦେଶର ଉତ୍ତରାଞ୍ଚଳସ୍ଥ ପର୍ବତମୟ ମାଳଭୂମିରେ ଏ ଜାତୀୟ ଜଣେ ବ୍ଯକ୍ତିଙ୍କୁ ଦେଖିଛନ୍ତି ଓ ସେହି ପର୍ବତ— ଗୁହାବାସୀ ଜୁର୍ମୋ ଲାମା ନାମକ ଜଣେ ବୌଦ୍ଧଯତିଙ୍କଠାରୁ ଶୁଣି ଏହି 'ସ୍ନୋମାନ୍' ଜାତି ସମ୍ବନ୍ଧେ ନିମ୍ନଲିଖିତ ବେତାର— ବାର୍ତ୍ତାପ୍ରଚାର କରିଥିବାରୁ ତାହା କଲିକତାର ଷ୍ଟେଟସ୍ମାନ୍(The Statesman)ପତ୍ରିକାର9 12 39ର ସଂଖ୍ୟାରେ ପ୍ରକାଶିତ ହୋଇଅଛି ଏମାନେ ଡେଙ୍ଗରେ8ଫୁଟ୍ ଓ ସ୍ଥୂଳକାୟ ଏମାନଙ୍କ ଦେହର ବର୍ଣ୍ଣ ଶ୍ୱେତ ଓ ଏମାନଙ୍କର ମୁଣ୍ଡଠାରୁ ଗୋଡ଼ପର୍ଯ୍ୟନ୍ତ ସର୍ବାଙ୍ଗ2ଇଞ୍ଚ ଲମ୍ବ ଘନ ଶୁକ୍ଳ କେଶରେ ଆବୃତ ଏମାନଙ୍କ ଆଖି ଖୁବ୍ ବଡ଼ ଓ ଆଖିର ଡୋଳା ଗାଢ଼ କୃଷ୍ଣବର୍ଣ୍ଣ; ଏମାନେ ଅଣ୍ଟାରେ ତଦ୍ଦେଶଚର ଏକଜାତୀୟ ବ୍ୟାଘ୍ର(Snow leopard)ର ଚମଡ଼ାର ପଟୀ ଗୁଡ଼ାଇ ହୋଇଥାଆନ୍ତି ଏମାନେ ଅନାବୃତଦେହ ଓ ଅନାବୃତପଦ ହୋଇ ବରଫ ଉପରେ ବିଚରଣ କରନ୍ତି ଏବଂ ବୋଝ ବୋହି ସୁଦ୍ଧା ଅବଲୀଳାକ୍ରମେ ଦୁର୍ଗମ ଅତଟମୟ ପାର୍ବତ୍ୟ ପଥରେ ଏବଂ ଏକ ଶିଳାଖଣ୍ଡରୁ ଅନ୍ଯ ଶିଳାଖଣ୍ଡକୁ ଡେଇଁ କରି ଗତି କରନ୍ତି ଏମାନେ ଆଓର(A-ore)ନାମକ ସ୍ୱତନ୍ତ୍ର ଭାଷା ବ୍ଯବହାର କରନ୍ତି
  • ବୈଦେ. ବି (ଇଂ. ସ୍ନୋ=ବରଫ+ମାନ୍= ମନୁଷ୍ୟ) — ଏ ଅଞ୍ଚଳର ଆହୁରି ଉତ୍ତରରେ ବାସ କରୁଥିବା କେତେ ଲୋକ ସ୍ଥାନୀୟ ଶାସକଙ୍କ ଅତ୍ୟାଚାର ସହି ନ ପାରି ପ୍ରାୟ 80 ବର୍ଷ ପୂର୍ବେ ସେଠାରୁ ପଳାଇ ଆସି ବର୍ତ୍ତମାନ ଏମାନଙ୍କ ବାସ କରୁଥିବା ତିବ୍ବତର ଉତ୍ତରାଞ୍ଚଳରେ ତୁଷାର— ମୟ ପାର୍ବତ୍ୟ ସ୍ଥାନରେ ବସତି ସ୍ଥାପନ କରିଥିଲେ। ଏହି ସ୍ଥାନର ତୁଷାରମୟ ଆବ୍ହାଉଆ — ଏ ଅଞ୍ଚଳର ଆହୁରି ଉତ୍ତରରେ ବାସ କରୁଥିବା କେତେ ଲୋକ ସ୍ଥାନୀୟ ଶାସକଙ୍କ ଅତ୍ୟାଚାର ସହି ନ ପାରି ପ୍ରାୟ80ବର୍ଷ ପୂର୍ବେ ସେଠାରୁ ପଳାଇ ଆସି ବର୍ତ୍ତମାନ ଏମାନଙ୍କ ବାସ କରୁଥିବା ତିବ୍ବତର ଉତ୍ତରାଞ୍ଚଳରେ ତୁଷାର— ମୟ ପାର୍ବତ୍ୟ ସ୍ଥାନରେ ବସତି ସ୍ଥାପନ କରିଥିଲେ ଏହି ସ୍ଥାନର ତୁଷାରମୟ ଆବ୍ହାଉଆ(climate),ଜଳ ଓ ସ୍ଥଳର ରାସାୟନିକ ପ୍ରକ୍ରିୟାର ଫଳରେ ପଳାତକମାନଙ୍କ ସନ୍ତାନସନ୍ତତିମାନେ ସେମାନଙ୍କ ଅପେକ୍ଷା ଦୀର୍ଘାକୃତି ହେଲେ ପୁରୁଷାନୁକ୍ରମେ ଏହି ଦୀର୍ଘାକୃତି ବ୍ଯକ୍ତିଙ୍କ ସନ୍ତାନ— ମାନେ ପିତାମାତାଙ୍କ ଅପେକ୍ଷା ଆହୁରି ଦୀର୍ଘାକୃତି ହେଲେ ଏହିପରି ପୁରଷାନୁକ୍ରମେ ବଂଶଧରଙ୍କ ଦେହର ଆକାର ଆଦି ବୃଦ୍ଧି ପାଇ80ବର୍ଷରେ ଏମାନେ ବର୍ତ୍ତମାନ ପରିଲକ୍ଷିତ ଆକାର ଓ ଅବସ୍ଥାରେ ଉପନୀତ ହୋଇଅଛନ୍ତି]