ସ୍ନାନ ଯାତ୍ରା Snāna j̄ātrā
- ସଂ. ବି — ଜ୍ଯେଷ୍ଠ ପୂର୍ଣ୍ଣିମା ଦିନ ବିଷ୍ଣୁପ୍ରତିମାଙ୍କର (ଏବଂ ପୁରୀରେ ଓ ଅନ୍ଯ ସ୍ଥାନରେ ପ୍ରତିଷ୍ଠିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପ୍ରତିମାମାନଙ୍କର) ମହାସ୍ନାନ ଉପଲକ୍ଷରେ ଉତ୍ସବ — The ceremony of washing of the images of Bishṇu and of Jagannātha on the full moon of Ja̲i̱shṭha
- ସଂ. ବି — [ଦ୍ର—ଚିତ୍ର କରା ଯାଇଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମାମାନଙ୍କ ଉପରେ ବହୁପରିମାଣରେ ପାଣି ଢଳାହେବାଦ୍ୱାରା ତାଙ୍କ ଦେହରୁ ରଙ୍ଗ ଛାଡ଼ିଯାଏ; ଏଥିପାଇଁ ସ୍ନାନଯାତ୍ରା ପରେ ସେ ମୂର୍ତ୍ତିମାନଙ୍କୁ ପୁନର୍ବାର ଚିତ୍ରିତ କରିବାକୁ 15 ଦିନ ଲାଗେ। ସେ ସମୟରେ ଜଗନ୍ନାଥ ଆଦିଙ୍କ ମୂର୍ତ୍ତି ଆଗରେ ତାଟି ବନ୍ଧାଯାଏ ଓ ଯାତ୍ରୀମାନେ ଜଗନ୍ନାଥଙ୍କୁ ଦର୍ଶନ କରି ପାରନ୍ତି ନାହିଁ। ଉକ୍ତ 15 ଦିନକୁ 'ଅଣସର' (ସଂ. ଅନବସର) ବୋଲାଯାଏ। କାରଣ ସ୍ନାନାଧିକ୍ୟ ଯୋଗୁଁ ଜଗନ୍ନାଥଙ୍କୁ ଶରଦ ଧରିଥିବାରୁ ଯାତ୍ରୀଙ୍କୁ ଦର୍ଶନ ଦେବାକୁ ତାଙ୍କୁ ଅନବସର (ଅଣସର) ହୁଏ ବୋଲି ବୋଲା— ଯାଏ। ଚିତ୍ର କାର୍ଯ୍ୟ ଶେଷ ହୋଇଗଲେ ଜଗନ୍ନାଥଙ୍କର 'ନବଯୌବନ' ବେଶକୁ ଯାତ୍ରୀମାନେ ଦେଖନ୍ତି ଓ ତତ୍ପରେ ନବ ଚିତ୍ରିତ ମୂର୍ତ୍ତିମାନଙ୍କୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥକୁ ନିଆଯାଇ ରଥଯାତ୍ରା କରାଯାଏ।] — [ଦ୍ର—ଚିତ୍ର କରା ଯାଇଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମାମାନଙ୍କ ଉପରେ ବହୁପରିମାଣରେ ପାଣି ଢଳାହେବାଦ୍ୱାରା ତାଙ୍କ ଦେହରୁ ରଙ୍ଗ ଛାଡ଼ିଯାଏ; ଏଥିପାଇଁ ସ୍ନାନଯାତ୍ରା ପରେ ସେ ମୂର୍ତ୍ତିମାନଙ୍କୁ ପୁନର୍ବାର ଚିତ୍ରିତ କରିବାକୁ15ଦିନ ଲାଗେ ସେ ସମୟରେ ଜଗନ୍ନାଥ ଆଦିଙ୍କ ମୂର୍ତ୍ତି ଆଗରେ ତାଟି ବନ୍ଧାଯାଏ ଓ ଯାତ୍ରୀମାନେ ଜଗନ୍ନାଥଙ୍କୁ ଦର୍ଶନ କରି ପାରନ୍ତି ନାହିଁ ଉକ୍ତ15ଦିନକୁ 'ଅଣସର' (ସଂ. ଅନବସର) ବୋଲାଯାଏ କାରଣ ସ୍ନାନାଧିକ୍ୟ ଯୋଗୁଁ ଜଗନ୍ନାଥଙ୍କୁ ଶରଦ ଧରିଥିବାରୁ ଯାତ୍ରୀଙ୍କୁ ଦର୍ଶନ ଦେବାକୁ ତାଙ୍କୁ ଅନବସର (ଅଣସର) ହୁଏ ବୋଲି ବୋଲା— ଯାଏ ଚିତ୍ର କାର୍ଯ୍ୟ ଶେଷ ହୋଇଗଲେ ଜଗନ୍ନାଥଙ୍କର 'ନବଯୌବନ' ବେଶକୁ ଯାତ୍ରୀମାନେ ଦେଖନ୍ତି ଓ ତତ୍ପରେ ନବ ଚିତ୍ରିତ ମୂର୍ତ୍ତିମାନଙ୍କୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥକୁ ନିଆଯାଇ ରଥଯାତ୍ରା କରାଯାଏ]