ସ୍ନାତକ Snātaka

  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ଗୁରୁଗୃହରେ ବ୍ରହ୍ମଚର୍ଯ୍ୟ ଓ ବେଦାଧ୍ୟୟନ ସମାପନ ପୂର୍ବକ ଗୃହସ୍ଥାଶ୍ରମକୁ ସମା— ବର୍ତ୍ତନ କରିଥିବା (ସେହି ଉପଲକ୍ଷରେ ମନ୍ତ୍ରସ୍ନାନ କରିଥିବା) ବ୍ଯକ୍ତି — A person who has entered into the stage of a householder after completing his course of vedic studies at the house of his preceptor
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ବ୍ରହ୍ମଚର୍ଯ୍ୟ ସମାପନାର୍ଥେ ଗୃହସ୍ଥାଶ୍ରମରେ ପ୍ରବିଷ୍ଟ ବ୍ଯକ୍ତି — A newly married person; an initiated householder (Hindu)
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — [ଦ୍ର—ପ୍ରାଚୀନକାଳରେ ଦ୍ୱିଜ ବାଳକ ଗୁରୁକୁଳରେ ବେଦାଦି ଅଧ୍ୟୟନ ସମାପ୍ତ କରି 25 ବର୍ଷ ବୟସରେ ଗୃହସ୍ଥାଶ୍ରମରେ ପ୍ରବେଶ କରିବା ପାଇଁ ନିଜ ପରିବାରକୁ ଫେରି ଆସୁଥିଲେ। — [ଦ୍ର—ପ୍ରାଚୀନକାଳରେ ଦ୍ୱିଜ ବାଳକ ଗୁରୁକୁଳରେ ବେଦାଦି ଅଧ୍ୟୟନ ସମାପ୍ତ କରି25ବର୍ଷ ବୟସରେ ଗୃହସ୍ଥାଶ୍ରମରେ ପ୍ରବେଶ କରିବା ପାଇଁ ନିଜ ପରିବାରକୁ ଫେରି ଆସୁଥିଲେ
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ସ୍ନାତକ ତ୍ରିବିଧ; ଯଥା—ବ୍ରତସ୍ନାତକ, ବିଦ୍ୟାସ୍ନାତକ ଓ ଉଭୟସ୍ନାତକ।
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ବ୍ରତସ୍ନାତକ— 25 ବର୍ଷ ବୟସ ପର୍ଯ୍ୟନ୍ତ ଯେ ବ୍ରହ୍ମଚର୍ଯ୍ୟାଚରଣପୂର୍ବକ ବେଦାଧ୍ୟୟନ ସମାପ୍ତ କରି ନ ପାରି ଘରକୁ ଫେରି ଯାଉଥିଲେ — ବ୍ରତସ୍ନାତକ—25ବର୍ଷ ବୟସ ପର୍ଯ୍ୟନ୍ତ ଯେ ବ୍ରହ୍ମଚର୍ଯ୍ୟାଚରଣପୂର୍ବକ ବେଦାଧ୍ୟୟନ ସମାପ୍ତ କରି ନ ପାରି ଘରକୁ ଫେରି ଯାଉଥିଲେ
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ବିଦ୍ୟାସ୍ନାତକ— ଯେ ବ୍ରହ୍ନଚର୍ଯ୍ୟାଚରଣପୂର୍ବକ 25 ବର୍ଷ ବୟସ ହେଲେ ମଧ୍ୟ ଗୁରୁଗୃହରେ ରହି ବେଦାଧ୍ୟୟନ କରୁଥିଲେ ଓ ଘରକୁ ଫେରୁ ନ ଥିଲେ — ବିଦ୍ୟାସ୍ନାତକ— ଯେ ବ୍ରହ୍ନଚର୍ଯ୍ୟାଚରଣପୂର୍ବକ5ବର୍ଷ ବୟସ ହେଲେ ମଧ୍ୟ ଗୁରୁଗୃହରେ ରହି ବେଦାଧ୍ୟୟନ କରୁଥିଲେ ଓ ଘରକୁ ଫେରୁ ନ ଥିଲେ
  • ସଂ. ବି (ସ୍ନାତ+ସ୍ୱାର୍ଥେ କ) — ଉଭୟ ସ୍ନାତକ—ବ୍ରହ୍ମଚର୍ଯ୍ୟପାଳନ ପୂର୍ବକ ଯେ ବେଦପାଠ ଶେଷ କରି ଗୃହସ୍ଥାଶ୍ରମରେ ପ୍ରବେଶ କରୁଥିଲେ। ଆଜିକାଲି ଭାରତରେ ପ୍ରତିଷ୍ଠିତ ଗୁରୁକୁଳ ଓ ଋଷିକୁଳରେ ବିଦ୍ୟାଧ୍ୟୟନ କରି ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ବାଳକକୁ ସ୍ନାତକ ଉପାଧି ଦିଆଯାଏ (ହି. ଶ)]