ସ୍ତ୍ରୀ ସହବାସ Strī sahabāsa

  • ସଂ. ବି ( 6 ଷ୍ଠୀ ତତ୍) — ପୁରୁଷର ସ୍ତ୍ରୀକୁ ରମଣ କରିବା; ମୈଥୁନ — Co-habitation with woman
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ବୈଦ୍ୟଶାସ୍ତ୍ରର ଉପଦେଶ ଏହି ଯେ, ପର୍ବ ଦିବସମାନଙ୍କରେ, ଶ୍ରାଦ୍ଧ ଦିବସରେ, ଋତୁକାଳର ପ୍ରଥମ ଚାରି ଦିନ ମଧ୍ୟରେ ସ୍ତ୍ରୀସଙ୍ଗମ କରିବ ନାହିଁ। ଅନ୍ଯ ଦିନରେ ସ୍ନାତ ଓ ଅନୁଲିପ୍ତ ହୋଇ ବୀର୍ଯ୍ୟବର୍ଦ୍ଧକ ଓ ବାଜୀକରଣ ଦ୍ରବ୍ୟ ସେବନ କରି ଉତ୍ତମ ବସ୍ତ୍ର ପରିଧାନପୂର୍ବକ ସୁସଜ୍ଜିତ ହୋଇ ତାମ୍ବୂଳାଦି ଚର୍ବଣ କରି ସ୍ୱୀୟ ଧର୍ମପତ୍ନୀ ପ୍ରତି ଅନୁରାଗୀ ଓ ପୁତ୍ରକାମୀ ହୋଇ ଋତୁ କାଳରେ ରୋଗହୀନା, ଭକ୍ତିମତୀ ଓ ଅନୁରକ୍ତା ଭାର୍ଯ୍ୟାଙ୍କ ସଙ୍ଗମ କରିବ। ରୋଗୀ, କ୍ଷୁଧାର୍ତ୍ତ, ପିପାସାର୍ତ୍ତ, ଅପରିମିତଭୋଜୀ, ଶୋକାତୁର, ବାଳକ ଓ ବୃଦ୍ଧ ପୁରୁଷଙ୍କ ପକ୍ଷରେ ସ୍ତ୍ରୀସହବାସ ନିଷିଦ୍ଧ।]