ସ୍କନ୍ଦ Skanda

  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ଗତି — Motion; movement
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — (+କର୍ତ୍ତୃ. ଅ) କାର୍ତ୍ତକେୟ; ଶିବଙ୍କ ପୁତ୍ର — Kārttikeya
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — [ଦ୍ର— କାଳିକାପୁରାଣ 66 ଅଧ୍ୟାୟରେ ଏହାଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି।] — [ଦ୍ର— କାଳିକାପୁରାଣ66ଅଧ୍ୟାୟରେ ଏହାଙ୍କ ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି]
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ନୃପତି (ଜଟାଧର) — King
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ଶରୀର (ତ୍ରିକାଣ୍ଡଶେଷ) — Body
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ପାରଦ (ରାଜନିର୍ଘଣ୍ଟ) — Mercury
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ନଦୀତଟ (ଶବ୍ଦକଳ୍ପଦ୍ରୁମ) — The bank of a river
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ବିଦ୍ୱାନ; ପଣ୍ଡିତ [ଶବ୍ଦ କଳ୍ପଦ୍ରୁମ] — Learned man
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — କ୍ରୂର ବାଳଗ୍ରହବିଶେଷ [ଶବ୍ଦ କଳ୍ପଦ୍ରୁମ] — An evil supernatural agency attacking children; an infantile disease
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — [ଦ୍ର— ସ୍କନ୍ଦଗ୍ରହ ବାଳକକୁ ଆଶ୍ରୟ କଲେ ବାଳକ କେତେବେଳେ ଉଦ୍ବିଗ୍ନ ଓ କେତେବେଳେ ତ୍ରାସଯୁକ୍ତ ହୋଇ ରୋଦନ କରେ ଏବଂ ନଖ ଓ ଦାନ୍ତ ଓ ଦାନ୍ତଦ୍ୱାରା ନିଜର ବା ଧାତ୍ରୀର ଗାତ୍ର ବିଦାରଣ କରେ; ଉର୍ଦ୍ଧ୍ୱଦିଗକୁ ଦୃଷ୍ଟି କରେ; ଦାନ୍ତ ରଗଡ଼େ; ଆର୍ତ୍ତଦାନ ଓ ଓଷ୍ଠଦଂଶନ କରେ; ପୂର୍ବପରି ଆହାର କରିପାରେ ନାହିଁ। ଶିଶୁର ଜୃମ୍ବା, ବଳହ୍ରାସ, ଦେହର ମଳିନତା, ଜ୍ଞାନବରୋଧ ଭ୍ରୂଦ୍ୱୟର କମ୍ପନ, ପୁନଃ ପୁନଃ ଫେନୋଦ୍ଗମ, ଅତ୍ୟନ୍ତ ନିଦ୍ରାନାଶ, ସ୍ୱରଭଙ୍ଗ, ଅତିସାର ଏବଂ ଶରୀରରେ ମତ୍ସ୍ୟ ଓ ରକ୍ତପରି ଦୁର୍ଗନ୍ଧ ହୁଏ।
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ବିଶେଷ ଲକ୍ଷଣ— ସ୍କନ୍ଦଗ୍ରହପୀଡ଼ିତ ବାଳକର ଅଙ୍ଗ ଶିଥିଳ, ରକ୍ତଗନ୍ଧଯୁକ୍ତ ହୁଏ ଏବଂ ସେ ସ୍ତନ୍ଯପାନରୁ ରହିତ ହୁଏ; ତାହାର ମୁଖ ବକ୍ର, ଚରଣ ଆହତ, ନେତ୍ର ଜଳପ୍ଲାବିତ, ହସ୍ତଦ୍ୱୟ ମୁଷ୍ଟିବଦ୍ଧ ଓ କଠିନ ହୁଏ ଏବଂ ସେହି ବାଳକ ଉଦ୍ବିଗ୍ନ ହୋଇ ଅଳ୍ପ ଅଳ୍ପ ରୋଦନ କରେ— ବିଶ୍ୱକୋଷ]
  • ସଂ. ବି. ପୁଂ (ସ୍କନ୍ଦ ଧାତୁ=ଗମନ କରିବା +ଭାବ. ଅ) — ଶିବ — Ṡiba (Apte)