ସୌରାଷ୍ଟ୍ର Sa̲u̲rāsṭra

  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — ସୁରାଷ୍ଟ୍ର ବା ସୁରାଟ ଦେଶ (ଜଟାଧର); ଆଧୁନିକ କାଠିଆବାଡ଼୍ — The country round Surat
  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — [ଦ୍ର—ଏହା ଗୁଜରାଟ— କାଠିଆବାଡ଼ର ପ୍ରାଚୀନ ନାମ—ହି. ଶ।]
  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — ସୁରାଷ୍ଟ୍ର— ଦେଶୀୟ ଲୋକ — A man of the Surat country
  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — କୁନ୍ଦୁରକ; କୁନ୍ଦୁରୁଖୋଟି (ରାଜନିର୍ଘଣ୍ଟ); ଶଲ୍ଲକୀନିର୍ଯ୍ୟାସ; ଲୋବାନ୍ — Olibanum
  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — କାଂସ୍ୟ; କଂସା (ଶବ୍ଦକଳ୍ପଦ୍ରୁମ) — Bell metal
  • ସଂ. ବି. (ସୁରାଷ୍ଟ୍ର+ସ୍ୱାର୍ଥେ. ଅ) — ବର୍ଣ୍ଣବୃତ୍ତ ବିଶେଷ (ହି. ଶ) — Name of a syllabic metre
  • ବିଣ — ସୁରାଷ୍ଟ୍ର ଦେଶଜାତ — Produced in or got from Surat
  • ବିଣ — ସୁରାଷ୍ଟ୍ର ଦେଶ ସମ୍ବନ୍ଧୀୟ — Relating to the Surat country