ସୌବୀରାଞ୍ଜନ Sa̲u̲bīrān̄jana
- ସଂ. ବି. (ସୌବୀର=ଦେଶବିଶେଷ; ତାଦ୍ଜାତ ଅଞ୍ଜନ) — ଶୁକ୍ଳସ୍ରୋତାଞ୍ଜନ; ଔଷଧରୂପେ ପ୍ରଯୁଜ୍ୟ ଅଞ୍ଜନବିଶେଷ; ଶ୍ୱେତସୁରୁମା — Sulphuret of antimony
- ସଂ. ବି. (ସୌବୀର=ଦେଶବିଶେଷ; ତାଦ୍ଜାତ ଅଞ୍ଜନ) — [ଦ୍ର— ଶ୍ୱେତବର୍ଣ୍ଣ ବା ପାଣ୍ଡୁର ଅଞ୍ଜନକୁ ସୌବୀରାଞ୍ଜନ ବୋଲାଯାଏ। ସୌବୀରା— ଞ୍ଜନ ବଲ୍ମୀକଶିଖର ତୁଲ୍ୟ ଆକୃତି— ବିଶିଷ୍ଟ। ଏହାକୁ ଭାଙ୍ଗି ଦେଲେ ଅଭ୍ୟନ୍ତରରେ ଅଞ୍ଜନ ସଦୃଶ ଆଭା ପ୍ରକାଶ ପାଏ ଓ ଘର୍ଷଣ କଲେ ଗେରୁ ମାଟିର ବର୍ଣ ଦୃଷ୍ଟ ହୁଏ।
- ସଂ. ବି. (ସୌବୀର=ଦେଶବିଶେଷ; ତାଦ୍ଜାତ ଅଞ୍ଜନ) — ଏହା ମଧୁରକଷାୟରସ, ଚକ୍ଷୁର ହିତକର, କଫ ପିତ୍ତ ନାଶକ, ଶୀତ— ବୀର୍ଯ୍ୟ, ଲେଖନଗୁଣଯୁକ୍ତ, ସ୍ନିଗ୍ଧ, ଧାରକ; ଏହା ବମି, ବିଷ, କ୍ଷୟ ଓ ରକ୍ତଦୋଷନାଶକ। ସୌବୀରାଞ୍ଜନ ଓ ସ୍ରୋତାଞ୍ଜନ ସମଗୁଣବିଶିଷ୍ଟ କିନ୍ତୁ ସ୍ରୋତାଞ୍ଜନ ଶ୍ରେଷ୍ଠ।]