ସୋସାଇଟ୍ Sosāiṭ
- ବୈଦେ. ବି. (ଇଂ) — ସମାଜ — Society
- ବୈଦେ. ବି. (ଇଂ) — କୋଅପରେଟିଭ୍ ସୋସାଇଟି — Co-operative Society
- ବୈଦେ. ବି. (ଇଂ) — ଥିଓଜଫିକାଲ୍ ସୋସାଇଟି, ବ୍ରହ୍ମବିଦ୍ୟା ସମିତି — The Theosophical Society
- ବୈଦେ. ବି. (ଇଂ) — [ଦ୍ର—କଅଣ ? ରୁଷ୍ଦେଶର ବ୍ରହ୍ମବିଦ୍ୟା ମାଡ଼ାମ୍ ବ୍ଲାଭାଟ୍ସ୍କୀ ନାମ୍ନୀ ମହିଳା ଏବଂ ଆମେରିକା ଯୁକ୍ତରାଜ୍ୟର କର୍ଣ୍ଣେଲ୍ ଅଲ୍କଟ୍ ସାହେବ ପ୍ରଥମେ 1875 ଖ୍ରୀଷ୍ଟାଦ୍ଦରେ ଆମେରିକାର ନିଉୟର୍କ ସହରରେ ବ୍ରହ୍ମବିଦ୍ୟା ସମିତି — [ଦ୍ର—କଅଣ ? ରୁଷ୍ଦେଶର ବ୍ରହ୍ମବିଦ୍ୟା ମାଡ଼ାମ୍ ବ୍ଲାଭାଟ୍ସ୍କୀ ନାମ୍ନୀ ମହିଳା ଏବଂ ଆମେରିକା ଯୁକ୍ତରାଜ୍ୟର କର୍ଣ୍ଣେଲ୍ ଅଲ୍କଟ୍ ସାହେବ ପ୍ରଥମେ1875ଖ୍ରୀଷ୍ଟାଦ୍ଦରେ ଆମେରିକାର ନିଉୟର୍କ ସହରରେ ବ୍ରହ୍ମବିଦ୍ୟା ସମିତି(Theosophical Society)ସ୍ଥାପନ କରିଥିଲେ ଏହି ସମିତି ଏବଂ ବ୍ରହ୍ମବିଦ୍ୟା ସମ୍ପର୍କରେ ଇଂରେଜୀ ଭାଷାରେ ବହୁସଂଖ୍ୟକ ପୁସ୍ତକ ଲିଖିତ ହୋଇଅଛି ମାତ୍ର ଭାରତୀୟ ଭାଷାମାନଙ୍କରେ ସେପରି ପୁସ୍ତକମାନଙ୍କର ସଂଖ୍ୟା ଅଳ୍ପ ବର୍ତ୍ତମାନ ପୃଥିବୀର ପ୍ରାୟ ଅଧିକାଂଶ ଦେଶରେ ଏହି ସମିତି ସ୍ଥାପିତ ହୋଇଅଛି ଏବଂ ସେହି ସେହି ଦେଶମାନଙ୍କରେ ଯେତେ ସମିତି ଅଛି ସେମାନଙ୍କର ଗୋଟିଏ ଲେଖାଁଏ କେନ୍ଦ୍ର ଅଛି ଉଦାହରଣ ସ୍ୱରୂପ, ଭାରତବର୍ଷରେ ବନାରସ ବା କାଶୀ ଏ ଦେଶର ସମିତି— ମାନଙ୍କର କେନ୍ଦ୍ର ପୁଣି ସମସ୍ତ ପୃଥିବୀର ସମିତିମାନଙ୍କର କେନ୍ଦ୍ର(Head quarters)ଏହି ଭାରତ ବର୍ଷର ମନ୍ଦ୍ରାଜ ସହରର ଆଦିଆର୍ ନାମକ ସ୍ଥାନରେ ସ୍ଥାପିତ
- ବୈଦେ. ବି. (ଇଂ) — ବ୍ରହ୍ମବିଦ୍ୟା କୌଣସି ବ୍ଯକ୍ତିକୁ କୌଣସି ଅନ୍ଧବିଶ୍ୱାସ ଉପରେ ପ୍ରତ୍ୟୟ ସ୍ଥାପନ କରିବାକୁ କହେ ନାହିଁ; କାରଣ, ଏହା କହେ ଯେ, ପ୍ରତ୍ୟେକ ବ୍ଯକ୍ତିଙ୍କଠାରେ ଏପରି ଶକ୍ତି ନିହିତ ଅଛି, ଯାହା ଜାଗରିତ ହେଲେ ସେ ପ୍ରତ୍ୟେକ ସତ୍ୟ ନିଜେ ଦେଖି ପାରିବେ ଓ ପରୀକ୍ଷା କରି ପାରିବେ। ସାଧାରଣ ଭାଷାରେ ଆମ୍ଭେମାନେ କହୁଁ, ମନୁଷ୍ୟର ଆତ୍ମା ଅଛି। ମାତ୍ର ବ୍ରହ୍ମବିଦ୍ୟା କହେ, ମନୁଷ୍ୟହିଁ ଆତ୍ମା। ଏହାର ଦେହ ବା ଶରୀର ଅଛି। ଆହୁରି ଠିକ୍ ଭାବରେ କହିଲେ, ମନୁଷ୍ୟର ଅନେକ ଦେହ ଅଛି। ଏଥିମଧ୍ୟରୁ କେବଳ ସ୍ଥୂଳ ଶରୀରଟି ସାଧାରଣ ଦେଖି ପାରନ୍ତି। ଅନ୍ଯ ଶରୀରଗୁଡ଼ିକ କେବଳ ସାଧକ ମନୁଷ୍ୟମାନେ ଦେଖି ପାରନ୍ତି। ଏହି ଭିନ୍ନଭିନ୍ନ ଶରୀର ଦ୍ୱାରା ମନୁଷ୍ୟ ଭିନ୍ନ ଭିନ୍ନ ଲୋକରେ ଯାତାୟତ କରେ। ଏହି 'ଲୋକ' ଗୁଡ଼ିକ ଗୋଟିକ ଉପରେ ଗୋଟିଏ ସ୍ଥାପିତ ନୁହେ; ମାତ୍ର ସମସ୍ତେ ଏକାବେଳକେ ଏହିଠାରେ ଆମ୍ଭମାନଙ୍କ ନିକଟରେ ଉପସ୍ଥିତ। ସାଧାରଣ ଲୋକ କେବଳ ସର୍ବନିମ୍ନ ଭୂର୍ଲୋକକୁ ଜାଣି ପାରନ୍ତି; କେବଳ ସ୍ୱପ୍ନରେ ସମୟ ସମୟରେ ଭୂଲୋକର ଆଭାସ ପାଆନ୍ତି। ଯାହାକୁ ମୃତ୍ୟୁ କହନ୍ତି ତାହା କେବଳ ଏବି ସର୍ବ— ନିମ୍ନ ଭୂର୍ଲୋକ ସମ୍ପର୍କୀୟ ଜଡ଼ଦେହର ପରିତ୍ୟାଗ। ଯେଉଁପରି ମନୁଷ୍ୟ ଗୋଟିଏ ପୋଷାକ ଖୋଲି ଫୋପାଡ଼ି ଦେଲେ ତାହାର ଜଡ଼ଦେହର କୌଣସି ପରିବର୍ତ୍ତନ ହୁଏ ନାହିଁ, ସେହିପରି ମୃତ୍ୟୁ ସମୟରେ ଜଡ଼ ବା ସ୍ଥୂଳ ଦେହ ପରିତ୍ୟାଗ— ଦ୍ୱାରା ଆତ୍ମାର କୌଣସି ପରିବର୍ତ୍ତନ ଘଟେ ନାହିଁ ଏହା ଅନୁମାନ ନୁହେ, ମାତ୍ର ସାଧକ ଓ ପ୍ରସିଦ୍ଧ ମହାତ୍ମାମାନଙ୍କର ସାକ୍ଷାତ୍ ପରିଦର୍ଶନ ଓ ପରୀକ୍ଷାସିଦ୍ଧ।
- ବୈଦେ. ବି. (ଇଂ) — ଯେଉଁ ମାନଙ୍କର ସୂକ୍ଷ୍ମଦୃଷ୍ଟି ଲାଭ ହୋଇଅଛି ସେମାନେ ଅନୁସନ୍ଧାନଦ୍ୱାରା ଜାଣି ଅଛନ୍ତି ଯେ, ମନୁଷ୍ୟ ସ୍ୱୟଂ ଭଗବାନଙ୍କଠାରୁ ପ୍ରଥମେ ଆସିଅଛି ଏବଂ ଦୀର୍ଘକାଳବ୍ୟାପୀ କ୍ରମବିକାଶ ଦ୍ୱାରା ବର୍ତ୍ତମାନ ଅବସ୍ଥାରେ ପହଞ୍ଚିଅଛି ଓ କ୍ରମ— ବିକାଶ ଦ୍ୱାରା ପୁଣି ଭଗବାନଙ୍କଠାରେ ଯାଇ ପହଞ୍ଚିବ। ଏହି କ୍ରମବିକାଶ ଦୁଇ ପ୍ରକାର। ଆତ୍ମାର କ୍ରମବିକାଶ ଓ ବାହ୍ୟ ଆକାରର ବା ଶରୀରର କ୍ରମବିକାଶ। ଏଥିରୁ ଆମ୍ଭେମାନେ ଜାଣୁ ଯେ, ମାନବାତ୍ମାର ଜୀବନକାଳ ଅତ୍ୟନ୍ତ ଦୀର୍ଘ, ଏବଂ ଯାହାକୁ ଆମ୍ଭେମାନେ ଜୀବନ ବୋଲି କହୁଁ, ତାହା ସେହି ମହାଜୀବନର ଗୋଟିଏ ଦିନ ମାତ୍ର। ମନୁଷ୍ୟ ଏହିପରି ଅନେକ ଦିନ ବଞ୍ଚିଅଛି ଏବଂ ଭବିଷ୍ୟତରେ ମଧ୍ୟ ଅନେକ ଦିନ ବଞ୍ଚିବ।
- ବୈଦେ. ବି. (ଇଂ) — ସିଦ୍ଧପୁରୁଷମାନେ ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଅଛନ୍ତି ଏବଂ ସେମାନଙ୍କର ସଂସ୍ପର୍ଶରେ ଆସିବା ଓ ସେମାନଙ୍କଠାରୁ ଉପଦେଶ ପାଇବା ଯେ ସମ୍ଭବ, ଏହା ବ୍ରହ୍ମବିଦ୍ୟାର ଆହୁରି ଗୋଟିଏ ସୁସମ୍ବାଦ। ଏହି ପୃଥିବୀ ଅନିୟମିତ ଭାବରେ ଅରାଜକତା ଆଡ଼କୁ ପ୍ରଧାବିତ ହେଉ ନାହିଁ। ମାତ୍ର ଏହାର ଉନ୍ନତି ଦେବନିର୍ଦ୍ଦିଷ୍ଟ ଏକ ଋଷିସଂଘ ଦ୍ୱାରା ସର୍ବଦ ନିୟନ୍ତ୍ରିତ।
- ବୈଦେ. ବି. (ଇଂ) — ଯେଉଁମାନେ ଏ ସବୁ ବିଷୟ ବୁଝି ପାରନ୍ତି ସେମାନେ କ୍ରମବିକାଶର ଏହି ମୃଦୁଗତିରେ ସନ୍ତୁଷ୍ଟ ନ ହୋଇ ସିଧା ରାସ୍ତା ଅନ୍ୱେଷଣ କରନ୍ତି ଏବଂ ଲାଭ ମଧ୍ୟ କରନ୍ତି। ଏହି ପଥରେ ପଥିକ ହେବା ଯେ କଷ୍ଟସାଧ୍ୟ, ଏହା ବୋଲିବା ବାହୁଲ୍ୟ। ଏହି ପଥରେ ଯାଇ ଯେଉଁମାନେ ମୁକ୍ତିଲାଭ କରନ୍ତି ସେମାନେ ଏହି ବିଶାଳ କାର୍ଯ୍ୟ-ନିର୍ଘଣ୍ଟ ବୁଝି ପାରନ୍ତି ଏବଂ ଉପରଲିଖିତ ଋଷିସଂଘ ସହିତ ସହଯୋଗ କରି ସୃଷ୍ଟିର କ୍ରମବିକାଶରେ ସାହାଯ୍ୟ କରି ପାରନ୍ତି।
- ବୈଦେ. ବି. (ଇଂ) — ପୂର୍ବେ କୁହାଯାଇଅଛି ଯେ, ବ୍ରହ୍ମବିଦ୍ୟା କାହାରିକୁ କୌଣସି ବିଷୟ ଅନ୍ଧଭାବରେ ବିଶ୍ୱାସ କରିବାକୁ କହେ ନାହିଁ। ମାତ୍ର ଯେ ବ୍ରହ୍ମବିଦ୍ୟା ପ୍ରଥମେ ଅଧ୍ୟୟନ କରିବାକୁ ଆରମ୍ଭ କରିବେ, ସେ ତ ସବୁ ବିଷୟ ଅନୁଭୂତିଦ୍ୱାରା ଜାଣି ନ ଥିବେ। ସୁତରାଂ ସେ ଅନ୍ୟମାନଙ୍କର ଅନୁଭୂତିସିଦ୍ଧ ସତ୍ୟ ଗୁଡ଼ିକ ସମ୍ଭବ ବୋଲି ପ୍ରଥମେ ଗ୍ରହଣ କରିବେ ଏବଂ ତଦନୁ— ଯାୟୀ କାର୍ଯ୍ୟ କରିବା ଲାଗି ସର୍ବଦା ଚେଷ୍ଟା କରିବେ; ମାତ୍ର ନିଜ ଜୀବନରେ ଅନୁଭୂତି ନ ହେବାଯାଏ କୌଣସି ବିଷୟ ବିଶ୍ୱାସ କରିବାକୁ ସେ ବାଧ୍ୟ ନୁହନ୍ତି।
- ବୈଦେ. ବି. (ଇଂ) — ବ୍ରହ୍ମବିଦ୍ୟା କାହାରିକୁ ତାଙ୍କର ନିଜ ଧର୍ମ୍ମ ଛାଡ଼ି ଅନ୍ଯ ଧର୍ମ୍ମ ଗ୍ରହଣ କରିବାକୁ ଉପଦେଶ ଦିଏ ନାହିଁ; ପକ୍ଷାନ୍ତରେ ତାଙ୍କ ନିଜ ଧର୍ମକୁ ତାଙ୍କୁ ବିଶଦ ଭାବରେ ବୁଝାଇ ଦିଏ। ସେ ବ୍ରହ୍ମବିଦ୍ୟା ପଢ଼ିବା ପୂର୍ବରୁ ତାଙ୍କର ନିଜ ନିଜ ଧର୍ମ୍ମକୁ ଯେପରି ବୁଝୁଥିଲେ ତଦପେକ୍ଷା ଭଲଭାବରେ ବୁଝି ପାରିବେ ଓ ଭଲ ଭାବରେ କାର୍ଯ୍ୟ କରିବେ, ଯେଉଁଥିରେ ତାଙ୍କର ବିଶ୍ୱାସ ହେଉ ନ ଥିଲା ତହିଁରେ ଦୃଢ଼ ବିଶ୍ୱାସ ହେବ।
- ବୈଦେ. ବି. (ଇଂ) — ଏହା ବିଜ୍ଞାନ ଶାସ୍ତ୍ର ପରି ପ୍ରତ୍ୟେକ ସତ୍ୟକୁ ବାରଂବାର ପରୀକ୍ଷା ଓ ପରିବର୍ତ୍ତନ କରି ଗ୍ରହଣ କରେ। ଏହିପରି ଭାବରେ ପ୍ରକୃତିର ଭିନ୍ନ ଭିନ୍ନ ଲୋକ — (planes)ଏବଂ ଜୀବନରେ ଓ ମୃତ୍ୟୁ ପରେ ମାନବର (ଆତ୍ମାର) ଚୈତନ୍ୟ ସମ୍ବନ୍ଧରେ ନାନାବିଧ ଅନୁସନ୍ଧାନ କରି ଏହା ନାନା ସତ୍ୟରେ ଉପନୀତ ହୋଇଅଛି ମାତ୍ର କୌଣସିଟି ଅନୁମାନ ନୁହେ—ମହାତ୍ମାମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି
- ବୈଦେ. ବି. (ଇଂ) — ବ୍ରହ୍ମବିଦ୍ୟାର ଉପଦେଶ:—