ସୋଲାଙ୍କି Solāṅki
- ଦେ. ବି — ଉତ୍ତର ଭାରତର ପ୍ରାଚୀନ କ୍ଷତ୍ରିୟ ରାଜବଂଶବିଶେଷ — Name of a celebrated Kshatriya royal family of North India
- ଦେ. ବି — [ଦ୍ର—ସଂବତ୍ 635 ଠାରୁ 1600 ପର୍ଯ୍ୟନ୍ତ ଅନେକ ଶିଳାଲେଖ ଓ ଦାନପତ୍ର ଆଦିରୁ ଏ ବଂଶ ଚନ୍ଦ୍ରବଂଶୀୟ ଓ ପାଣ୍ଡବଙ୍କ ବଂଶଧର ଥିବାର ପ୍ରମାଣ ମିଳେ। ବହୁକାଳ ଏ ବଂଶ ଗୁଜରାଟରେ ରାଜତ୍ୱ କରୁଥିଲେ। କିନ୍ତୁ 'ପୃଥ୍ୱୀରାଜ ରାସୋ' ଆଦି ପରବର୍ତ୍ତୀକାଳରେ ଗ୍ରନ୍ଥରେ ଲେଖା ଅଛି ଯେ, ଏ ବଂଶର ଆଦିପୁରୁଷ ଚାଲୁକ୍ୟ ଆବୁ ପର୍ବତରେ ବିଶିଷ୍ଟ ଋଷିଙ୍କ ଯଜ୍ଞ କୁଣ୍ଡରୁ ଉତ୍ପନ୍ନ ହୋଇଥିଲେ। କଥିତ ଅଛି ଯେ, ପ୍ରଥମେ ସୋଲଙ୍କିମାନଙ୍କ ରାଜ୍ୟ ଅଯୋଧ୍ୟାରେ ଥିଲା। ତତ୍ପରେ ସେ ବଂଶ ଦକ୍ଷିଣଦିଗକୁ ଗଲେ ଓ ସେଠାରୁ ପୁଣି ଗୁଜରାଟ, କାଠିଆବାଡ଼, ରାଜପୁତନା ଓ ବଘେଲଖଣ୍ଡରେ ରାଜ୍ୟ କଲେ। ଉତ୍ତରଭାରତରେ ଯେତେବେଳେ ହର୍ଷବର୍ଦ୍ଧନ ରାଜତ୍ୱ କରୁଥିଲେ, ସେ ସମୟରେ ଦକ୍ଷିଣରେ ସୋଲଙ୍କି ସମ୍ରାଟ ଦ୍ୱିତୀୟ ପୁଲକେଶୀ ରାଜତ୍ୱ କରୁଥିଲେ ଓ ସେ ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରିଥିଲେ। ରୀମା ରାଜ୍ୟର ବଘେଲ ବଂଶ ଏହି ସୋଲଙ୍କି ବଂଶର ଏକ ଶାଖା ଓ ଏ ଅଗ୍ନି ବଂଶୀୟ ବୋଲି ପରିଚିତ (ହି. ଶ)।] — [ଦ୍ର—ସଂବତ୍635ଠାରୁ1600ପର୍ଯ୍ୟନ୍ତ ଅନେକ ଶିଳାଲେଖ ଓ ଦାନପତ୍ର ଆଦିରୁ ଏ ବଂଶ ଚନ୍ଦ୍ରବଂଶୀୟ ଓ ପାଣ୍ଡବଙ୍କ ବଂଶଧର ଥିବାର ପ୍ରମାଣ ମିଳେ ବହୁକାଳ ଏ ବଂଶ ଗୁଜରାଟରେ ରାଜତ୍ୱ କରୁଥିଲେ କିନ୍ତୁ 'ପୃଥ୍ୱୀରାଜ ରାସୋ' ଆଦି ପରବର୍ତ୍ତୀକାଳରେ ଗ୍ରନ୍ଥରେ ଲେଖା ଅଛି ଯେ, ଏ ବଂଶର ଆଦିପୁରୁଷ ଚାଲୁକ୍ୟ ଆବୁ ପର୍ବତରେ ବିଶିଷ୍ଟ ଋଷିଙ୍କ ଯଜ୍ଞ କୁଣ୍ଡରୁ ଉତ୍ପନ୍ନ ହୋଇଥିଲେ କଥିତ ଅଛି ଯେ, ପ୍ରଥମେ ସୋଲଙ୍କିମାନଙ୍କ ରାଜ୍ୟ ଅଯୋଧ୍ୟାରେ ଥିଲା ତତ୍ପରେ ସେ ବଂଶ ଦକ୍ଷିଣଦିଗକୁ ଗଲେ ଓ ସେଠାରୁ ପୁଣି ଗୁଜରାଟ, କାଠିଆବାଡ଼, ରାଜପୁତନା ଓ ବଘେଲଖଣ୍ଡରେ ରାଜ୍ୟ କଲେ ଉତ୍ତରଭାରତରେ ଯେତେବେଳେ ହର୍ଷବର୍ଦ୍ଧନ ରାଜତ୍ୱ କରୁଥିଲେ, ସେ ସମୟରେ ଦକ୍ଷିଣରେ ସୋଲଙ୍କି ସମ୍ରାଟ ଦ୍ୱିତୀୟ ପୁଲକେଶୀ ରାଜତ୍ୱ କରୁଥିଲେ ଓ ସେ ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରିଥିଲେ ରୀମା ରାଜ୍ୟର ବଘେଲ ବଂଶ ଏହି ସୋଲଙ୍କି ବଂଶର ଏକ ଶାଖା ଓ ଏ ଅଗ୍ନି ବଂଶୀୟ ବୋଲି ପରିଚିତ (ହି. ଶ)]