ସୋମରାଜୀ Somarājī

  • ସଂ. ବି. (ସୋମ=ଶ୍ୱେତ+ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇନ୍; ସୋମରାଜିନ୍; 1 ମା. 1 ବ) — ଔଷଧିବିଶେଷ; ବାକୁଚି — Serratual Anthelmintica (plant)
  • ସଂ. ବି. (ସୋମ=ଶ୍ୱେତ+ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇନ୍; ସୋମରାଜିନ୍; 1 ମା. 1 ବ) — [ଦ୍ର—ଏହା ପୋକଶୁଙ୍ଗା ବର୍ଗର ଗ୍ରାମ୍ୟ ବର୍ଷାୟୁଃ ଶାକ। ଏହାର ପତ୍ର ଏକୋତ୍ତର, ଦନ୍ତୁର। ଏହାର ଡାଙ୍ଗରେ ଧଳା ରେଖା ଅଛି। ମଞ୍ଜରୀର ସବୁ ଫୁଲ ଏକ ପ୍ରକାର। ଫଳ ବା ବୀଜ ଆଠ ଦଶ ଶିରାଯୁକ୍ତ ଓ କୃଷ୍ଣବର୍ଣ୍ଣ। ଏହା ଜୀରାପରି ଦେଖାଯାଏ।
  • ସଂ. ବି. (ସୋମ=ଶ୍ୱେତ+ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇନ୍; ସୋମରାଜିନ୍; 1 ମା. 1 ବ) — ଏହା ମଧୁର ତିକ୍ତରସ, କଟୁ— ବିପାକ, ରସାୟନ, ବିଷ୍ଟମ୍ଭନାଶକ, ଶୀତଳ, ରୁଚିକର, ସାରକ, ରୁକ୍ଷ ଓ ହୃଦବ।
  • ସଂ. ବି. (ସୋମ=ଶ୍ୱେତ+ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇନ୍; ସୋମରାଜିନ୍; 1 ମା. 1 ବ) — ଏହା ଶ୍ଲେଷ୍ମା, ରକ୍ତପିତ୍ତ, ଶ୍ୱାସ, କୁଷ୍ଠ, ମେହ, ଜ୍ୱର ଓ କୃମିନାଶକ।
  • ସଂ. ବି. (ସୋମ=ଶ୍ୱେତ+ରାଜ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇନ୍; ସୋମରାଜିନ୍; 1 ମା. 1 ବ) — ସୋମରାଜୀ ମଞ୍ଜି—ପିତ୍ତବର୍ଦ୍ଧକ, କଟୁରସ, କେଶ— ହିତକର ଓ ଚର୍ମର ଉପକାରକ। ଏହି ବୀଜ କୁଷ୍ଠ, କଫ, ବାୟୁ, ବମି, ଶ୍ୱାସ, କାଶ, ଶୋଥ, ଆମ ଓ ପାଣ୍ଡୁରୋଗର ପ୍ରଶମକ।]