ସୋମବାର ବ୍ରତ Somabāra brata

  • ସଂ. ବି — ପ୍ରତି ସୋମବାରରେ ଉପବାସପୂର୍ବକ ସାୟଂକାଳକର୍ତ୍ତବ୍ୟ ଶିବଦୂର୍ଗାପୂଜାରୂପ ବ୍ରତବିଶେଷ — A religious vow and fasting observed on every Monday
  • ସଂ. ବି — [ଦ୍ର—ଏ ବ୍ରତକୁ ବ୍ରହ୍ମଚାରୀ, ଗୃହସ୍ଥ, କନ୍ଯା, ସଭର୍ତ୍ତୃକା ସ୍ତ୍ରୀ, ସମସ୍ତଙ୍କର କରିବାର ବିଧି ଅଛି। ଏଥିରେ ଐଶ୍ୱର୍ଯ୍ୟଲାଭ, ମନୋରଥ— ସିଦ୍ଧି ଓ ବିପଦୁଦ୍ଧାର ହୁଏ।
  • ସଂ. ବି — ଏହି ବ୍ରତର ବିଷୟ ସ୍କନ୍ଦପୁରାଣ ବ୍ରହ୍ମୋତ୍ତରଖଣ୍ଡ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି। ଏଥିରେ କଥା ଏହି— ଆର୍ଯ୍ୟବର୍ତ୍ତରେ ଚିତ୍ରଧର୍ମା, ମତାନ୍ତରରେ ବିଚିତ୍ରବର୍ମା, ନାମକ ଏକ ରାଜା ଥିଲେ। ତାଙ୍କର ପୁତ୍ର ନ ଥିଲେ। ତାଙ୍କର ଗୋଟିଏ କନ୍ଯା ହେଲା। କିନ୍ତୁ ରାଜା ଅତ୍ୟନ୍ତ ଦୁରାତ୍ମା ଥିବାରୁ ବନ୍ୟାର ଜାତକ ଗଣନାରୁ ଦେଖାଗଲା ଯେ, କନ୍ୟାଟି 14 ବର୍ଷ ବୟସରେ ବିଧବା ହେବ। କନ୍ଯା ଏହା ଶୁଣି ଯାଜ୍ଞବଳ୍କ୍ୟ ମୁନିଙ୍କ ସ୍ତ୍ରୀ ମୈତ୍ରେୟୀଙ୍କୁ ପଚାରିବାରୁ ସେ ତାଙ୍କୁ ଏହି ବ୍ରତ କରିବାକୁ କହିଲେ ଓ ଏ ବ୍ରତ ପାଳନ କରି କନ୍ଯା ବୈଧବ୍ୟ ଦଶାରୁ ମୁକ୍ତ ହେଲା।] — ଏହି ବ୍ରତର ବିଷୟ ସ୍କନ୍ଦପୁରାଣ ବ୍ରହ୍ମୋତ୍ତରଖଣ୍ଡ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ଏଥିରେ କଥା ଏହି— ଆର୍ଯ୍ୟବର୍ତ୍ତରେ ଚିତ୍ରଧର୍ମା, ମତାନ୍ତରରେ ବିଚିତ୍ରବର୍ମା, ନାମକ ଏକ ରାଜା ଥିଲେ ତାଙ୍କର ପୁତ୍ର ନ ଥିଲେ ତାଙ୍କର ଗୋଟିଏ କନ୍ଯା ହେଲା କିନ୍ତୁ ରାଜା ଅତ୍ୟନ୍ତ ଦୁରାତ୍ମା ଥିବାରୁ ବନ୍ୟାର ଜାତକ ଗଣନାରୁ ଦେଖାଗଲା ଯେ, କନ୍ୟାଟି14ବର୍ଷ ବୟସରେ ବିଧବା ହେବ କନ୍ଯା ଏହା ଶୁଣି ଯାଜ୍ଞବଳ୍କ୍ୟ ମୁନିଙ୍କ ସ୍ତ୍ରୀ ମୈତ୍ରେୟୀଙ୍କୁ ପଚାରିବାରୁ ସେ ତାଙ୍କୁ ଏହି ବ୍ରତ କରିବାକୁ କହିଲେ ଓ ଏ ବ୍ରତ ପାଳନ କରି କନ୍ଯା ବୈଧବ୍ୟ ଦଶାରୁ ମୁକ୍ତ ହେଲା]
  • ଦେ. ବି — କାର୍ତ୍ତିକ, ବୈଶାଖ ଓ ମାଘ ମାସର ପ୍ରତି ସୋମବାରରେ ଦିନଯାକ ଉପବାସ ରହି ସନ୍ଧ୍ୟାକୁ ହବିଷ୍ୟାନ୍ନ ଭୋଜନରୂପ ଲୌକିକ ବ୍ରତ — A fast observed on the Mondays of the months of Kārttika, Ba̲i̱ṡākha and Māgha
  • ଦେ. ବି — (ଦ୍ର— ଏ ବ୍ରତରେ ଶିବଙ୍କ ପୂଜା କରାଯାଏ। ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତ ହେବା ପାଇଁ କୌଣସି ଶିବଲିଙ୍ଗଙ୍କୁ ମାନସିକ କରି ମଧ୍ୟ ଏ ବ୍ରତ କରାଯାଏ।]