ସୋମନାଥ Somanātha

  • ସଂ. ବି. (ନାମ) — ଗୁଜରାଟ ପ୍ରଦେଶର ନଗରବିଶେଷ ଓ ସେଠାରେ ପ୍ରତିଷ୍ଠିତ ଶିବଲିଙ୍ଗଙ୍କ ନାମ — Name of a town and an idol of Ṡiba in Gujerat
  • ସଂ. ବି. (ନାମ) — [ଦ୍ର—ଏହି ନଗର ଦେଓପତ୍ତନ, ପ୍ରଭାସ— ପତ୍ତନ ଓ ବେରବେଳପତ୍ତନ ନାମରେ ମଧ୍ୟ ଖ୍ୟାତ। ଏହା ବୋମ୍ବାଇ ପ୍ରେସିଡେନ୍ସି ଅଧୀନ କାଠିୟାବାଡ଼ ଅନ୍ତର୍ଗତ ଯୁନାଗଡ଼ ରାଜ୍ୟର ଅନ୍ତର୍ଗତ ଗୋଟିଏ ପ୍ରାଚୀନ ନଗର। ଏ ନଗର ସୋମନାଥ ଦେବଙ୍କ ମନ୍ଦିର ନିମନ୍ତେ ଖ୍ୟାତ। ଏହି ମନ୍ଦିରରେ ଭଗବାନ ଶିବଙ୍କର [ସୋମନାଥଙ୍କର] ଲିଙ୍ଗମୂର୍ତ୍ତି ପ୍ରତିଷ୍ଠିତ ଅଛି। ଏହାର ପଶ୍ଚିମରେ ଭାଟକୁଣ୍ଡ ନାମକ ଜଳାଶୟ ଅଛି। ପ୍ରବାଦ ଅଛି, ଶ୍ରୀକୃଷ୍ଣ ଏହାର ଜଳରେ ତନୁତ୍ୟାଗ କରିଥିଲେ। ଗିର୍ଣ୍ଣାର ନାମକ ଶୈଳ ଏହି ମନ୍ଦିରଠାରୁ କିଛି ଦୂରବର୍ତ୍ତୀ। ଏ ଶିବ ମୂର୍ତ୍ତି ବହୁମୂଲ୍ୟ ପ୍ରସ୍ତରରେ ନିର୍ମିତ ହୋଇଥିଲା। ଏହାକୁ ଖ୍ରୀ 1024 ରେ ମାମୁଦ୍ ଗଜନୀ ବିଧ୍ୱସ୍ତ କରି ମନ୍ଦିରରେ ସଞ୍ଚିତ ବହୁ ଧନ— ରତ୍ନ ଲୁଣ୍ଠନ କରି ସ୍ୱଦେଶକୁ ନେଇଯିବା ପରେ ଏହାର ଅଧିକାଂଶ ପ୍ରସ୍ତର ଗଜନୀର ଜୁମା ମସଜିଦ୍ କାର୍ଯ୍ୟରେ ଲଗା ହୋଇଥିଲା। ଗଜନୀକୁ ଫେରିଯିବା ବେଳେ ମାମୁଦ ଏ ଦେଶବାସୀ ଦେବଶର୍ମା ନାମକ ଜଣେ ବ୍ରାହ୍ମଣଙ୍କୁ ଏଠାରେ ଶାସନକର୍ତ୍ତା ନିଯୁକ୍ତ କରିଗଲେ। ଚାଲୁକ୍ୟପତି ଦୁର୍ଲ୍ଲଭରାଜ ତାହାକୁ ତଡ଼ି ସୋମନାଥ ଉଦ୍ଧାର କଲେ। ଏହା ପରେ ରାଠୋରବଂଶୋଦ୍ଭବ ଭଜନ୍ବଂଶୀୟଗଣ ସୋମନାଥ ଅଧିକାର କଲେ। କିନ୍ତୁ ଖ୍ରୀ 1300 ରେ ପୁନର୍ବାର ଆନଗ୍ଖାଁ ଶିର୍କା ସୋମନାଥ ଅଧିକାର କରି ମୁସଲମାନ ରାଜ୍ୟ ପ୍ରତିଷ୍ଠା କଲେ। ମୋଗଲ ସାମ୍ରାଜ୍ୟର ଧ୍ୱଂସ ହେବା ପରେ ଭିନ୍ନ ଭିନ୍ନ ସମୟରେ ମାଂଗ୍ରୋଳ୍ର ସେଖ୍ଗଣ ଏବଂ ପୋରବନ୍ଦରର ରାଣାଗଣ ସୋମନାଥରେ ରାଜତ୍ୱ କରୁଥିଲେ। ଅବଶେଷରେ ଜୁନାଗଡ଼ର ନବାବ ଏହା ଅଧିକାର କଲେ ଏବଂ ସେହି ସମୟରୁ ଏହା ନବାବବଂଶୀୟମାନଙ୍କ ଶାସନାଧୀନ ଅଛି। (ମାମୁଦ୍ ଗଜନୀ ଦେଖ)। ସୋମନାଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକତମ] — [ଦ୍ର—ଏହି ନଗର ଦେଓପତ୍ତନ, ପ୍ରଭାସ— ପତ୍ତନ ଓ ବେରବେଳପତ୍ତନ ନାମରେ ମଧ୍ୟ ଖ୍ୟାତ ଏହା ବୋମ୍ବାଇ ପ୍ରେସିଡେନ୍ସି ଅଧୀନ କାଠିୟାବାଡ଼ ଅନ୍ତର୍ଗତ ଯୁନାଗଡ଼ ରାଜ୍ୟର ଅନ୍ତର୍ଗତ ଗୋଟିଏ ପ୍ରାଚୀନ ନଗର ଏ ନଗର ସୋମନାଥ ଦେବଙ୍କ ମନ୍ଦିର ନିମନ୍ତେ ଖ୍ୟାତ ଏହି ମନ୍ଦିରରେ ଭଗବାନ ଶିବଙ୍କର [ସୋମନାଥଙ୍କର] ଲିଙ୍ଗମୂର୍ତ୍ତି ପ୍ରତିଷ୍ଠିତ ଅଛି ଏହାର ପଶ୍ଚିମରେ ଭାଟକୁଣ୍ଡ ନାମକ ଜଳାଶୟ ଅଛି ପ୍ରବାଦ ଅଛି, ଶ୍ରୀକୃଷ୍ଣ ଏହାର ଜଳରେ ତନୁତ୍ୟାଗ କରିଥିଲେ ଗିର୍ଣ୍ଣାର ନାମକ ଶୈଳ ଏହି ମନ୍ଦିରଠାରୁ କିଛି ଦୂରବର୍ତ୍ତୀ ଏ ଶିବ ମୂର୍ତ୍ତି ବହୁମୂଲ୍ୟ ପ୍ରସ୍ତରରେ ନିର୍ମିତ ହୋଇଥିଲା ଏହାକୁ ଖ୍ରୀ1024ରେ ମାମୁଦ୍ ଗଜନୀ ବିଧ୍ୱସ୍ତ କରି ମନ୍ଦିରରେ ସଞ୍ଚିତ ବହୁ ଧନ— ରତ୍ନ ଲୁଣ୍ଠନ କରି ସ୍ୱଦେଶକୁ ନେଇଯିବା ପରେ ଏହାର ଅଧିକାଂଶ ପ୍ରସ୍ତର ଗଜନୀର ଜୁମା ମସଜିଦ୍ କାର୍ଯ୍ୟରେ ଲଗା ହୋଇଥିଲା ଗଜନୀକୁ ଫେରିଯିବା ବେଳେ ମାମୁଦ ଏ ଦେଶବାସୀ ଦେବଶର୍ମା ନାମକ ଜଣେ ବ୍ରାହ୍ମଣଙ୍କୁ ଏଠାରେ ଶାସନକର୍ତ୍ତା ନିଯୁକ୍ତ କରିଗଲେ ଚାଲୁକ୍ୟପତି ଦୁର୍ଲ୍ଲଭରାଜ ତାହାକୁ ତଡ଼ି ସୋମନାଥ ଉଦ୍ଧାର କଲେ ଏହା ପରେ ରାଠୋରବଂଶୋଦ୍ଭବ ଭଜନ୍ବଂଶୀୟଗଣ ସୋମନାଥ ଅଧିକାର କଲେ କିନ୍ତୁ ଖ୍ରୀ1300ରେ ପୁନର୍ବାର ଆନଗ୍ଖାଁ ଶିର୍କା ସୋମନାଥ ଅଧିକାର କରି ମୁସଲମାନ ରାଜ୍ୟ ପ୍ରତିଷ୍ଠା କଲେ ମୋଗଲ ସାମ୍ରାଜ୍ୟର ଧ୍ୱଂସ ହେବା ପରେ ଭିନ୍ନ ଭିନ୍ନ ସମୟରେ ମାଂଗ୍ରୋଳ୍ର ସେଖ୍ଗଣ ଏବଂ ପୋରବନ୍ଦରର ରାଣାଗଣ ସୋମନାଥରେ ରାଜତ୍ୱ କରୁଥିଲେ ଅବଶେଷରେ ଜୁନାଗଡ଼ର ନବାବ ଏହା ଅଧିକାର କଲେ ଏବଂ ସେହି ସମୟରୁ ଏହା ନବାବବଂଶୀୟମାନଙ୍କ ଶାସନାଧୀନ ଅଛି (ମାମୁଦ୍ ଗଜନୀ ଦେଖ) ସୋମନାଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକତମ]
  • ଦେ. ବି. (ପୁଂ) — ଲୋକଙ୍କ ନାମ — A name given to males