ସୋମ ରୋଗ Soma roga

  • ସଂ. ବି — ସ୍ତ୍ରୀରୋଗ ବିଶଷ; ସ୍ତ୍ରୀମାନଙ୍କର ମୂତ୍ରାତିସାର ରୋଗ — A female disease like diabetes
  • ସଂ. ବି — [ଦ୍ର—ଏହି ରୋଗରେ ସର୍ବ ଦେହସ୍ଥ ଜଳୀୟପଦାର୍ଥ ମୂତ୍ରରୂପେ ଅତ୍ୟଧିକ ପରିମାଣରେ ନିର୍ଗତ ହୁଏ। ଏଥିରେ ଶିରୋବ୍ଯଥା, ମୁଖର ଓ ତାଳୁର ଶୁଷ୍କତା, ମୂର୍ଚ୍ଛା, ଜୁମ୍ଭା, ପ୍ରଳାପ, ଭୋଜନରେ ଓ ପାନରେ ଅତୃପ୍ତି ହୁଏ। (ସୋମର ଅର୍ଥ ଜଳ। ସ୍ତ୍ରୀମାନଙ୍କ ଦେହରୁ ପ୍ରସ୍ରାବଦ୍ୱାରା ବିଶେଷ ଜଳ କ୍ଷୟ ହେବାରୁ ଏହି ନାମ ହୋଇଅଛି)। ଏହା ଅତ୍ୟଧିକ ସହବାସ, ଅତି ଶୋକ ଓ ଅତି ଶ୍ରମରୁ ଜନ୍ମେ। ଏହା ସ୍ତ୍ରୀମାନଙ୍କର ମୂତ୍ରାତିସାର ରୋଗ। ଏ ରୋଗରେ ମୂତ୍ରମାର୍ଗରେ ସ୍ୱଚ୍ଛ, ନିର୍ମଳ, ବେଦନାହୀନ, ନିର୍ଗନ୍ଧ, ଶୀତଳ, ଶ୍ୱେତବର୍ଣ୍ଣ ସ୍ରାବ ନିର୍ଗତ ହୁଏ। (ଭାବ— ପ୍ରକାଶ)।]
  • ସଂ. ବି — ବହୁମୂତ୍ରରୋଗ — Diabetes