ସୋମ ଦତ୍ତ Soma datta
- ସଂ. ବି. (ନାମ) — ପ୍ରାଚୀନ ଭାରତର ଜନୈକ ରାଜା — Name of king ancient India
- ସଂ. ବି. (ନାମ) — [ଦ୍ର—ଏହାଙ୍କ ପିତା ବାହ୍ଲିକ ଓ ପୁତ୍ର ଭୂରିଶ୍ରବା। ଦେବକରାଜକନ୍ୟା ଦେବକୀଙ୍କ ସ୍ୱୟମ୍ବର ସଭାରେ ଏ ଉପସ୍ଥିତ ଥିଲେ; ଯଦୁବଂଶୀୟ ବୀର ଶିନି ବସୁଦେବଙ୍କ ପାଇଁ ଦେବକୀଙ୍କୁ ବଳପୂର୍ବକ ହରଣ କରିବାରୁ ଉଦ୍ୟତ ହେବାରୁ ଏ ଶିନିଙ୍କୁ ବାଧା ଦେଲେ, କିନ୍ତୁ ପରାସ୍ତ ହୋଇ ସଭାରେ ଶିନିଙ୍କଠାରୁ ଗୋଇଠା ଖାଇଲେ। ଏହି ଅପମାନରେ ଏ ମ୍ରିୟମାଣ ହୋଇ ତପସ୍ୟା କଲେ ଓ ମହାଦେବଙ୍କଠାରୁ ବର ପାଇଲେ ଯେ, ଏହାଙ୍କ ପୁତ୍ର ଶିନିଙ୍କ ପୌତ୍ରଙ୍କୁ ପରାସ୍ତ କରି ଗୋଇଠା ମାରିବେ। ମହାଭାରତ ଯୁଦ୍ଧରେ ଏ କୌରବମାନଙ୍କ ପକ୍ଷରେ ଯୁଦ୍ଧ କରି ଚତୁର୍ଦ୍ଦଶ ଦିବସର ନିଶାଯୁଦ୍ଧରେ ସାତ୍ୟକିଙ୍କଦ୍ୱାରା ନିହତ ହୋଇଥିଲେ।]