ସୋମ ତୀର୍ଥ Soma tīrtha
- ସଂ. ବି — ପ୍ରଭାସ ତୀର୍ଥ (ତ୍ରିକାଣ୍ଡ ଶେଷ); ଭାରତର ପଶ୍ଚିମ ପ୍ରଦେଶସ୍ଥ ତୀର୍ଥ — Name of a place of pilgrimage in western India
- ସଂ. ବି — [ଦ୍ର—ଏଠାରେ ସୋମ ବା ଚନ୍ଦ୍ର ଦୀର୍ଘକାଳ ତପସ୍ୟା କରି ଯକ୍ଷ୍ମାରୋଗମୁକ୍ତ ହୋଇ ସ୍ୱୀୟ ପ୍ରଭାକୁ ପୁନଃପ୍ରାପ୍ତ ହୋଇ ଥିବାରୁ ଏ ତୀର୍ଥକୁ ସୋମତୀର୍ଥ ବୋଲାଯାଏ। ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀଦିନ ଏ ତୀର୍ଥରେ ସ୍ନାନ କଲେ ମହାପୁଣ୍ଯ ଲାଭ ହୁଏ। ଏହି ସ୍ଥାନ ବର୍ତ୍ତମାନ ବମ୍ବେଇ ପ୍ରେସିଡେନ୍ସି କାଣାଡ଼ା ଉପକୂଳରେ ବିଦୁର ବା ପିଣ୍ଡପୁରୀ ନାମକ ସ୍ଥାନ ନିକଟରେ ଅବସ୍ଥିତ—ବିଶ୍ୱକୋଷ।]
- ସଂ. ବି — (ଉ—ଜୟନ୍ତୀରେ ଯେ ସୋମତୀର୍ଥ ରହିଛନ୍ତି, ତହିଁରେ ସ୍ନାନ କଲେ ଜନମ ନୁହନ୍ତି। କୃଷ୍ଣସିଂହ, ମହାଭାରତ, ବନ।)