ସେଶନ ଜଜ୍ Seṡan jaj
- ବୈଦେ. ବି (ଇଂ) — ଜିଲ୍ଲାର ସର୍ବ ପ୍ରଧାନ ଫଉଜଦାରି ବିଚାରପତି — Sessions Judge;
- ବୈଦେ. ବି (ଇଂ) — [ଦ୍ର—ସାଧାରଣତଃ ଫଉଜଦାରି ମୋକଦମାକକୁ ମାଜିଷ୍ଟ୍ରେଟ୍ ବିଚାର କରନ୍ତି ଓ ଉକ୍ତ ମାଜିଷ୍ଟ୍ରେଟ୍ମାନଙ୍କ ବିଚାର ବିରୁଦ୍ଧରେ ସେଶନ୍ସ୍ ଜଜ୍ଙ୍କ ନିକଟରେ ଅପୀଲ୍ ହୁଏ। ଗୁରୁତର ଫଉଜ୍ଦାରୀ ମକଦମା (ଯଥା—ମଣିଷମାରୁ, ବିଷଦିଆ, ଗର୍ଭପାତ, ଘର ପୋଡ଼ି, ଡକାଇତି)ମାନଙ୍କରେ ମାଜିଷ୍ଟ୍ରେଟ୍ମାନେ ପ୍ରଥମେ ଆନୁ— ପୂର୍ବିକ ତଦନ୍ତ କଲା ପରେ ଅପରାଧୀକୁ ସେଶନ୍ସ୍ କୋଟକୁ ବିଚାର ନିମନ୍ତେ ପଠାନ୍ତି। ସେସନ୍ ଜଜ୍ଙ୍କ ସଙ୍ଗେ ସର୍ବ— ସାଧାରଣଙ୍କ ମଧ୍ୟରୁ ମନୋନୀତ ଏକାଧିକ ବ୍ଯକ୍ତି (ଜରୀବ ଆସେସର୍) ବସି ସେଶନ୍ ମକଦମା ବିଚାର କରନ୍ତି। ଓଡ଼ିଶାରେ ଯେଉଁ ଯେଉଁ ଜିଲ୍ଲାରେ ସେଶନ୍ ମକଦମାମାନ ଘଟେ, ସେଶନ୍ ଜଜ୍ ସେହି ସେହି ଜିଲ୍ଲାର ରାଜଧାନୀକୁ ଯାଇ ସେଠାରେ ବଇଠକି କରି ଉକ୍ତ ମକଦମାମାନ ବିଚାର କରନ୍ତି।]