ସେବିକା Sebikā

  • ଦେ. ବିଣ. ସ୍ତ୍ରୀ ସଂ ସେବିକା — ସେବକର ସ୍ତ୍ରୀଲିଙ୍ଗ — Feminine of 'Sebaka'
  • ଦେ. ବିଣ. ସ୍ତ୍ରୀ ସଂ ସେବିକା — [ଦ୍ର—ସେବକର ସ୍ତ୍ରୀ— ଲିଙ୍ଗରୂପ ସଂସ୍କୃତ ବ୍ୟାକରଣ ଅନୁସାରେ ସେବକା ଅଟେ, କିନ୍ତୁ ଭାଷାରେ କେହି କେହି ସେବକୀ ଓ ସେବିକା ଲେଖନ୍ତି; କିନ୍ତୁ ଏହା ବ୍ୟାକରଣ ବିରୁଦ୍ଧ ବ୍ଯବହାର।]
  • ସଂ. ବି — ପକ୍ୱାନ୍ନ ବିଶେଷ; ସିମେଇ — Vermicelli
  • ସଂ. ବି — [ଦ୍ର—ମଇଦାକୁ ଦଳି ଏଥିରୁ ବତି ପରି ସରୁ ସରୁ ଲମ୍ବ ଖଣ୍ଡମାନ ବଳି ତାକୁ ଖରାରେ ଶୁଖାଇ ଦୁଗ୍ଧ, ଶର୍କରା ଓ ଘୃତରେ ମୃଦୁ ଅଗ୍ନିରେ ପାକ କରି ଏହା ପ୍ରସ୍ତୁତ କରାଯାଏ। (ଭାବପ୍ରକାଶ।) ଏହା ତର୍ପଣୀ, ବଲ୍ୟା, ଗୁର୍ବୀ, ପିତ୍ତା— ନୀଳାପହା, ଗ୍ରାହିଣୀ, ସନ୍ଧିକୃତ୍ ରୂକ୍ଷ। ଏହାକୁ ଅତି ମାତ୍ରାରେ ଖାଇବ ନାହିଁ। ଆଉ ଏକପ୍ରକାର ଖୁବ୍ ସରୁ ଲମ୍ବା ଲମ୍ବା ସିମେଇ ତିଆରି କରାଯାଏ। ମଇଦାକୁ ବା ବୁଟ ବେସନକୁ ପାଣିରେ ଚକଟି ଜାଲିଚଟୁ ଉପରେ ଲେଡ଼ିରେ ତାକୁ ମଳିଲେ ଜାଲିଚଟୁର ଛିଦ୍ରବାଟେ ସରୁ ସୂତା ପରି ବାହାରୁଥିବା ଖଣ୍ଡମାନ ନିଆଁଉପରେ ଫୁଟୁଥିବା ଘିଅରେ ବା ତେଲରେ ପକ୍ୱ ହୁଏ। ଏହାକୁ କୁଟୁରା ସିମେଇ ବୋଲାଯାଏ।]