ସେତୁ ବନ୍ଧ Setu bandha

  • ସଂ. ବି — ନଦୀ ବା ସମୁଦ୍ର ପାରି ହେବା ପାଇଁ ପଥରରେ ବା ମାଟିରେ ନିର୍ମିତ ବନ୍ଧ — A dyke or bank across a river or sea
  • ସଂ. ବି — ସେତୁ (ଦେଖ) — Setu (See)
  • ସଂ. ବି — (ବହୁବ୍ରୀହି; ସେତୁ ହୋଇଅଛି ବନ୍ଧ ଯାହାର) ଭାରତର ଦକ୍ଷିଣ ପୂର୍ବ କୋଣ ରାମେଶ୍ୱରଠାରୁ ଲଙ୍କାର ଉତ୍ତର ପଶ୍ଚିମ କୋଣ ମାନ୍ନାର୍ ପର୍ଯ୍ୟନ୍ତ ଲମ୍ବିଥିବା ମାନ୍ନାର୍ ଉପସାଗରରେ ଥିବା ପ୍ରାଚୀନ ବନ୍ଧର ଭଗ୍ନାବଶିଷ୍ଟ ଆକାରର ଖଣ୍ଡ ଖଣ୍ଡ ପାହାଡ଼ ଶ୍ରେଣୀ — Adam's bridge between Rāmeṡwar in India and Mannar in Ceylon
  • ସଂ. ବି — ସୀତାଙ୍କ ଉଦ୍ଧାରାର୍ଥ ରାମଚନ୍ଦ୍ରଙ୍କ ଆଦେଶରେ ଭାରତବର୍ଷରୁ ଲଙ୍କାକୁ ପାରି ହୋଇ ଯିବା ନିମନ୍ତେ ରଚିତ ରାମାୟଣବର୍ଣ୍ଣିତ ପଥରର ଭାସମାନ ପୋଲ — The Stone bridge described in the Rāmāyaṇa to have been floated on the sea between India and Ceylon
  • ସଂ. ବି — [ଦ୍ର— କଥିତ ଅଛି, ଯେ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବାକୁ ଯାଉଥିବା ବାନରସେନାମାନଙ୍କର ପାରି ହେବା ପାଇଁ ରାମଚନ୍ଦ୍ରଙ୍କ ଆଦେଶରେ ହନୁମାନ୍, ନଳ, ନୀଳ, ଆଦି ବୀରମାନେ ଭାସମାନ ପଥର ଆଦି ଦ୍ୱାରା ଏହି ସେତୁବନ୍ଧକୁ ବାନ୍ଧି— ଥିଲେ, ଏବଂ ଲଙ୍କାରୁ ସୀତାଙ୍କୁ ଘେନି ଫେରି ଆସିବା ସମୟରେ କାଳେ ଏହି ବନ୍ଧ ବାଟେ ରାକ୍ଷସମାନେ ଭାରତକୁ ଆସିବେ, ଏହି ଆଶଙ୍କାରେ ରାମଚନ୍ଦ୍ର ଉକ୍ତ ସେତୁବନ୍ଧକୁ ମଧ୍ୟେ ମଧ୍ୟେ କାଟି ଦେଇ ଆସିଥିଲେ ଓ ଏହା ଏ ପର୍ଯ୍ୟନ୍ତ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥରୂପେ ପରିଗଣିତ ହେଉଅଛି। ଏହି ସେତୁବନ୍ଧ ବସ୍ତୁତଃ ଗୋଟିଏ ସମୁଦ୍ରସ୍ଥିତ ପାହାଡ଼ର ରେଖା ଅଟେ ଓ ଏହା ସ୍ଥାନେ ସ୍ଥାନେ ଅଗଭୀର ସମୁଦ୍ରରେ ବୁଡ଼ି ଅଛି ଓ ସ୍ଥାନେ ସ୍ଥାନେ ଦ୍ୱୀପରୂପେ ସମୁଦ୍ର ଉପରକୁ ଉଠିଅଛି। ଏହି ସେତୁବନ୍ଧର ଉତ୍ତର ସୀମାରେ ରାମେଶ୍ୱର ତୀର୍ଥରେ ରାମନାଥ ଶିବଲିଙ୍ଗ ଅଛନ୍ତି ଏବଂ ଦକ୍ଷିଣ ସୀମାରେ ମାନ୍ନାର୍ ନଗର ଅଛି। ଉକ୍ତ ରାମନାଥ ହିନ୍ଦୁମାନଙ୍କର ଭାରତର ଚାରିପ୍ରାନ୍ତବର୍ତ୍ତୀ 4 ପୁଣ୍ଯ ଧାମ ମଧ୍ୟରୁ ଏକତମ।] — [ଦ୍ର— କଥିତ ଅଛି, ଯେ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବାକୁ ଯାଉଥିବା ବାନରସେନାମାନଙ୍କର ପାରି ହେବା ପାଇଁ ରାମଚନ୍ଦ୍ରଙ୍କ ଆଦେଶରେ ହନୁମାନ୍, ନଳ, ନୀଳ, ଆଦି ବୀରମାନେ ଭାସମାନ ପଥର ଆଦି ଦ୍ୱାରା ଏହି ସେତୁବନ୍ଧକୁ ବାନ୍ଧି— ଥିଲେ, ଏବଂ ଲଙ୍କାରୁ ସୀତାଙ୍କୁ ଘେନି ଫେରି ଆସିବା ସମୟରେ କାଳେ ଏହି ବନ୍ଧ ବାଟେ ରାକ୍ଷସମାନେ ଭାରତକୁ ଆସିବେ, ଏହି ଆଶଙ୍କାରେ ରାମଚନ୍ଦ୍ର ଉକ୍ତ ସେତୁବନ୍ଧକୁ ମଧ୍ୟେ ମଧ୍ୟେ କାଟି ଦେଇ ଆସିଥିଲେ ଓ ଏହା ଏ ପର୍ଯ୍ୟନ୍ତ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥରୂପେ ପରିଗଣିତ ହେଉଅଛି ଏହି ସେତୁବନ୍ଧ ବସ୍ତୁତଃ ଗୋଟିଏ ସମୁଦ୍ରସ୍ଥିତ ପାହାଡ଼ର ରେଖା ଅଟେ ଓ ଏହା ସ୍ଥାନେ ସ୍ଥାନେ ଅଗଭୀର ସମୁଦ୍ରରେ ବୁଡ଼ି ଅଛି ଓ ସ୍ଥାନେ ସ୍ଥାନେ ଦ୍ୱୀପରୂପେ ସମୁଦ୍ର ଉପରକୁ ଉଠିଅଛି ଏହି ସେତୁବନ୍ଧର ଉତ୍ତର ସୀମାରେ ରାମେଶ୍ୱର ତୀର୍ଥରେ ରାମନାଥ ଶିବଲିଙ୍ଗ ଅଛନ୍ତି ଏବଂ ଦକ୍ଷିଣ ସୀମାରେ ମାନ୍ନାର୍ ନଗର ଅଛି ଉକ୍ତ ରାମନାଥ ହିନ୍ଦୁମାନଙ୍କର ଭାରତର ଚାରିପ୍ରାନ୍ତବର୍ତ୍ତୀ4ପୁଣ୍ଯ ଧାମ ମଧ୍ୟରୁ ଏକତମ]