ସୃଷ୍ଟି କ୍ରମ Sṛushti krama

  • ସଂ. ବି ( 6 ଷ୍ଠୀ ତତ୍) — ଜଗତର କ୍ରମବିକାଶ — The gradual evolution of the creation
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଭାଗବତ ଅନୁସାରେ ସୃଷ୍ଟିକ୍ରମ ଏହିପରି— କାଳ, କର୍ମ ଓ ସ୍ୱଭାବବଶତଃ ଗୁଣକ୍ଷୋଭ ଉପସ୍ଥିତ ହୁଅନ୍ତେ ମହତ୍ତତ୍ତ୍ୱର ଆବିର୍ଭାବ ହେଲା; ତହିଁରୁ ଅହଙ୍କାର ଜାତ ହେଲା। ସେ ଅହଙ୍କାର ଗୁଣଭେଦରେ, ସତ୍ତ୍ୱଗୁଣରୁ ମନ ଓ ଇନ୍ଦ୍ରିୟ ଅଧିଷ୍ଠାତୃ ଦେବତା, ରଜୋଗୁଣରୁ ଦଶ ଇନ୍ଦ୍ରିୟ ଏବଂ ତମୋଗୁଣରୂପଞ୍ଚତନ୍ତ୍ରାତ୍ର ଓ ପଞ୍ଚ ମହାଭୂତରୂପେ ପରିଣତ ହେଲା। ଏହି ତତ୍ତ୍ୱସମସ୍ତ ଭଗବାନଙ୍କ ଦ୍ୱାରା ଅନୁପ୍ରାଣିତ ହୁଅନ୍ତେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ସୃଷ୍ଟ ହୋଇ ବିରାଟ ପୁରୁଷ ରୂପେ ପ୍ରକାଶିତ ହେଲା।]