ସୂର୍ୟ୍ୟ ସିଦ୍ଧାନ୍ତ Sūrj̄ya siddhānta
- ସଂ. ବି — ହିନ୍ଦୁ ଜ୍ୟୋତିଷର ପ୍ରଧାନ ଗ୍ରନ୍ଥ — Name of a famous ancient Sanscrit treatise on astrology
- ସଂ. ବି — [ଦ୍ର—ସୂର୍ଯ୍ୟ— ସିଦ୍ଧାନ୍ତ ଗ୍ରନ୍ଥ ଅତି ପ୍ରାଚୀନ। ବର୍ତ୍ତମାନ ମିଳୁଥିବା ଗ୍ରନ୍ଥରେ ଅନେକ ଭାଗ ପ୍ରକ୍ଷିପ୍ତ ଓ କେତେକାଂଶ ଲୁପ୍ତ ହୋଇ ବହୁ ପ୍ରକାର ସୂର୍ଯ୍ୟସିଦ୍ଧାନ୍ତ ଗ୍ରନ୍ଥ ଦେଖିବାକୁ ମିଳେ। ସତ୍ୟଯୁଗର ଶେଷରେ ମୟ ନାମକ ଅସୁର ଏହି ସିଦ୍ଧାନ୍ତ ବୋଧ ନିମିତ୍ତ ସୂର୍ଯ୍ୟଦେବଙ୍କର ଆରାଧନା କରିଥିଲେ। ସେଥିରେ ସୂର୍ଯ୍ୟ ଦେବ ପ୍ରୀତ ହୋଇ ମୟାସୁରଙ୍କୁ ଏହି ସକଳ ତତ୍ତ୍ୱବୋଧ କରାଇଥିଲେ। ଏଥିରେ ଗ୍ରହମାନଙ୍କର ଗତି, ସ୍ଥିତି ଭୂଗୋଳ, ବର୍ଣ୍ଣନ ଇତ୍ୟାଦି ସିଦ୍ଧାନ୍ତର ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇଅଛି। ଆରବୀମାନେ ଏହି ସିଦ୍ଧାନ୍ତକୁ ଅବଲମ୍ବନ କରି 'ଆର୍କନ୍ଦ୍' ନାମକ ଜ୍ୟୋତିଷ ଗ୍ରନ୍ଥ ରଚନା କରିଥିଲେ। ବର୍ତ୍ତମାନ ମିଳୁଥିବା ସୂର୍ଯ୍ୟସିଦ୍ଧାନ୍ତ ବରାହଙ୍କ ସଂଙ୍କଳିତ—ସନ୍ଦର୍ଭ ଲେଖକ, ବାଇକୋଳି ମହାପାତ୍ର ଜ୍ୟୋତିଷବିଶାରଦ।]