ସୂର୍ୟ୍ୟ ବଂଶ Sūrj̄ya baṁṡa

  • ସଂ. ବି — ସୂର୍ଯ୍ୟଙ୍କ ଠାରୁ ଜାତ ସନ୍ତାନପରମ୍ପରାକ୍ରମ ବଂଶ — The solar dynasty of kings of India
  • ସଂ. ବି — [ଦ୍ର—ପରମେଶ୍ୱରଙ୍କ ଠାରୁ ବ୍ରହ୍ମା, ବ୍ରହ୍ମାଙ୍କ ଠାରୁ ମରୀଚି, ମରୀଚିଙ୍କ ପୁତ୍ର କଶ୍ୟପ, କଶ୍ୟପଙ୍କ ପୁତ୍ର ସୂର୍ଯ୍ୟ ସୂର୍ଯ୍ୟଙ୍କ ପୁତ୍ର ବୈବସ୍ୱତ ମନୁ (ଏ ସତ୍ୟଯୁଗରେ ଭାରତର ରାଜା ଥିଲେ।) ଏହାଙ୍କ ପୁତ୍ର ଇକ୍ଷ୍ୱାକୁ ଓ ତାହାଙ୍କ ବଂଶଧରମାନେ [ଯଥା—ଦିଲୀପ, ଅଜ, ରଘୁ ଓ ଦଶରଥ] ତ୍ରେତାଯୁଗର ରାଜା ହେଲେ । ତ୍ରେତା ଓ ଦ୍ୱାପର ସନ୍ଧିରେ ଦଶରଥଙ୍କ ପୁତ୍ର ରାମଚନ୍ଦ୍ର ଜନ୍ମ ହେଲେ। ତାହାଙ୍କ ପୁତ୍ର କୁଶ ଓ ତାଙ୍କ ବଂଶଧରମାନେ କଳିଯୁଗର ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
  • ସଂ. ବି — ଭାରତର ଦୁଇ ପ୍ରାଚୀନ ରାଜବଂଶ (ଚନ୍ଦ୍ରବଂଶ ଓ ସୂର୍ଯ୍ୟବଂଶ) ମଧ୍ୟରୁ ଏହା ଏକତର। ଜନକ ରାଜା (ମତାନ୍ତରରେ) ଚନ୍ଦ୍ରବଂଶୀୟ ଥିଲେ। ବିବାହ ସୂତ୍ରରେ (ଜନକଙ୍କ କନ୍ୟାମାନଙ୍କ ସହିତ ଦଶରଥଙ୍କ ପୁତ୍ରମାନଙ୍କ ବିବାହଦ୍ୱାରା) ଚନ୍ଦ୍ର ଓ ସୂର୍ଯ୍ୟବଂଶ ମିଳିତ ହେଲେ