ସୂର୍ଯ Sūrj̄a

  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ରବି; ଦିବାକର — The sun
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — [ଦ୍ର—ପୁରାଣ ମତରେ କଶ୍ୟପ ମୁନିଙ୍କ ଔରସରେ ତତ୍ପତ୍ନୀ ଅଦିତିଙ୍କ ଗର୍ଭରୁ ଏହାଙ୍କ ଜନ୍ମ। ଏଥିପାଇଁ ଏହାଙ୍କର ଏକ ନାମ ଆଦିତ୍ୟ। ପୁରାଣ ମତରେ ଏ ସପ୍ତାଶ୍ୱଯୁକ୍ତ ରଥରେ ଆକାଶ ମାର୍ଗରେ ବିଚରଣ କରନ୍ତି ଓ ପୂର୍ବଦିଗରେ ଉଦୟାଚଳରେ ଉଇଁ ପଶ୍ଚିମରେ ଅସ୍ତାଚଳରେ ଅସ୍ତ ହୁଅନ୍ତି। ଅରୁଣ ଏହାଙ୍କର ସାରଥି। ଏ ବିଶ୍ୱକର୍ମାଙ୍କ କନ୍ଯା ସଂଜ୍ଞାଙ୍କର ପାଣିଗ୍ରହଣ କରିଥିଲେ ଓ ସଂଜ୍ଞାଙ୍କ ଗର୍ଭରୁ ବୈବସ୍ୱତମନୁ ଓ ଯମ ଏ ଦୁଇଟି ପୁତ୍ର ଓ ଯମୁନା ନାମରେ ଗୋଟିଏ କନ୍ଯା ଜନ୍ମିଥିଲେ। ଅନନ୍ତର ସଂଜ୍ଞା ସୂର୍ଯ୍ୟଙ୍କ ତେଜ ସମ୍ଭାଳି ନ ପାରି ଛାୟାନାମ୍ନୀ ଗୋଟିଏ ସ୍ତ୍ରୀ ସୃଜନ କରି ତାଙ୍କୁ ସୂର୍ଯ୍ୟଙ୍କ ଅଜାଣନ୍ତରେ ତାଙ୍କ ନିକଟରେ ନିଜର ବଦଳରେ ରଖି ଦେଇ ପିତୃଗୃହକୁ ପଳାଇଲେ। ସୂର୍ଯ୍ୟ ଛାୟାଙ୍କୁ ସ୍ୱପତ୍ନୀ ସଂଜ୍ଞା ବୋଲି ବିଚାରି ତାଙ୍କ ସଙ୍ଗେ ବାସ କଲେ। ଛାୟାଙ୍କ ଗର୍ଭରୁ ଶନି ନାମକ ପୁତ୍ର ଓ ତପତୀନାମ୍ନୀ କନ୍ଯା ଜନ୍ମ ହେଲେ। ଘଟନାଚକ୍ରରେ ସୂର୍ଯ୍ୟ ପରେ ଜାଣି ପାରିଲେ ଯେ, ସଂଜ୍ଞା ପଳାଇ ଯାଇଅଛନ୍ତି ଓ ସଂଜ୍ଞାଙ୍କୁ ସୂର୍ଯ୍ୟ ଖୋଜିବାକୁ ବାହାରିଲେ। ଏଣେ ସଂଜ୍ଞା କିଛି ଦିନ ପିତୃଗୃହରେ ରହିବା ପରେ ସ୍ୱାମୀଙ୍କ ନିକଟକୁ ଫେରି ଯିବା ପାଇଁ ବିଶ୍ୱକର୍ମା ସଂଜ୍ଞାଙ୍କ ସଙ୍ଗେ ବିଶେଷ ଜିଗର କରିବାରୁ ସେ ସେଠାରୁ ପଳାଇ ଗୋଟିଏ ଅଶ୍ୱିନୀ (ଘୋଟକୀ) ରୂପ ଧାରଣ କରି 'ଉତ୍ତର କୁରୁ' ଦେଶରେ ବିଚରଣ କଲେ। ସୂର୍ଯ୍ୟ ଏହା ଜାଣି ପାରି ଅଶ୍ୱ ବେଶ ଧାରଣ କରି ସଂଜ୍ଞାଙ୍କୁ ଭେଟିଲେ ଓ ତାଙ୍କ ଔରସରେ ସଂଜ୍ଞାଙ୍କ ଗର୍ଭରୁ ଅଶ୍ୱିନୀକୁମାରଦ୍ୱୟ ଜନ୍ମିଲେ। ପରେ ବିଶ୍ୱକର୍ମା ସୂର୍ଯ୍ୟଙ୍କ ଅସହନୀୟ ତେଜକୁ ଉହାରେ ଘଷି ହ୍ରାସ କରି ହେବାରୁ ସଂଜ୍ଞା ଆସି ପୁଣି ସୂର୍ଯ୍ୟଙ୍କ ସଙ୍ଗେ ବାସ କଲେ ଓ ପରେ ସୂର୍ଯ୍ୟଙ୍କ ଔରସରେ କପିରାଜ ବାଳି ଓ ସୁଗ୍ରୀବ ଜନ୍ମ ହେଲେ। କୁମାରୀ କୁନ୍ତୀଙ୍କ କାନ ବାଟେ ସୂର୍ଯ୍ୟଙ୍କ ଔରସରେ କର୍ଣ୍ଣ ଜନ୍ମ ହେଲେ। ରାବଣ ତ୍ରିଲୋକ— ବିଜୟ ଉପଲକ୍ଷରେ ସୂର୍ଯ୍ୟଲୋକରେ ଉପସ୍ଥିତ ହେବାରୁ ସୂର୍ଯ୍ୟ ପ୍ରକାରାନ୍ତରେ ରାବଣ ନିକଟରେ ପରାଜୟ ସ୍ୱୀକାର କଲେ। ଏକଦା ଜମଦଗ୍ନି ସ୍ୱପତ୍ନୀ ରେଣୁକାଙ୍କ ସହିତ ନର୍ମଦା ତଟରେ ଦିବାମୈଥୁନରେ ରତ ଥିବା ସମୟରେ ସୂର୍ଯ୍ୟ ବ୍ରାହ୍ମଣ ରୂପରେ ସେଠାରେ ଉପସ୍ଥିତ ହୋଇ ତାଙ୍କ ମୈଥୁନରେ ବାଧା ଦେବାରୁ ଜମଦଗ୍ନି ସୂର୍ଯ୍ୟଙ୍କ ଶାପ ଦେଲେ ଯେ, ତୁମ୍ଭେ ରାହୁଗ୍ରସ୍ତ ହେବ। ସେହି ଶାପ ଯୋଗୁଁ ସୂର୍ଯ୍ୟ ରାହୁଗ୍ରସ୍ତ ହୁଅନ୍ତି।
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ବେଦ ମତରେ ବ୍ରାହ୍ମଣମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟମଣ୍ଡଳରେ ମଧ୍ୟବର୍ତ୍ତୀ ସରସିଜାସନ ସନ୍ନିବିଷ୍ଟା ନାରାୟଣଙ୍କୁ ଧ୍ୟାନ କରନ୍ତି। ଗାୟତ୍ରୀ, ସାବିତ୍ରୀ ଓ ସରସ୍ୱତୀ ଦେବୀମାନେ ମଧ୍ୟ ସୂର୍ଯ୍ୟମଣ୍ଡଳମଧ୍ୟସ୍ଥା ଅଟନ୍ତି। ବ୍ରାହ୍ମଣ— ମାନଙ୍କର ଗାୟତ୍ରୀ ମନ୍ତ୍ର କେବଳ ସୂର୍ଯ୍ୟଙ୍କୁ ନାରାୟଣରୂପରେ କଳ୍ପନା କରି ସ୍ତବ କରିବାର ମନ୍ତ୍ର ଅଟେ।
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ସୂର୍ଯ୍ୟଙ୍କର 12 ମାସରେ ପୂଜନୀୟ ରୂପ ଓ ନାମ — ସୂର୍ଯ୍ୟଙ୍କର12ମାସରେ ପୂଜନୀୟ ରୂପ ଓ ନାମ
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ମାର୍ଗଶିର—ମିତ୍ର,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ପୌଷ—ବିଷ୍ଣୁ, ସନାତନ,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ମାଘ—ଅରୁଣ,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ଫାଲଗୁନ—ସୂର୍ଯ୍ୟ,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ଚୈତ୍ର—ବେଦାଙ୍ଗ,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ବୈଶାଖ—ଭାନୁ,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ଜ୍ଯେଷ୍ଠ—ଇନ୍ଦ୍ର,
  • ସଂ. ବି. ପୁଂ (ସୃ. ଧାତୁ=ଗମନ କରିବା+କର୍ତ୍ତୃ ଯ; ଯେ ଗତି କରେ ବା ସୂର+ସ୍ୱାର୍ଥେ ଯ) — ଆଷାଢ଼—ରବି,