ସୂରଞ୍ଜାନ୍ Sūran̄jān
- ବୈଦେ. ବି (ଫା. ସୁରଂଜାନ୍) — ଔଷଧରେ ବ୍ଯବହୃତ ଗୁଳ୍ମବିଶେଷ — Name of a medicinal plant
- ବୈଦେ. ବି (ଫା. ସୁରଂଜାନ୍) — [ଦ୍ର—ଏଥିର ପିଆଜ ସଦୃଶ ମୂଳ ଔଷଧରେ ଲାଗେ। ଏହା କେଶର (ଜାଫ୍ରାନ୍)— ଜାତୀୟ ଗୁଳ୍ମ। ପଶ୍ଚିମ ହିମାଳୟର ସମଶୀତୋଷ୍ଣ ଅଞ୍ଚଳରେ ପର୍ବତର ଢାଲୁରେ ଘାସ ମଧ୍ୟରେ ଏ ଗୁଳ୍ମ ମନକୁ ଉଠେ ଓ ଏହା ଏକଚାଖଣ୍ଡ ପର୍ଯ୍ୟନ୍ତ ଉଚ୍ଚ ହୋଇ ବଢ଼େ। ପାରସ୍ୟ ଦେଶରେ ମଧ୍ୟ ଏ ଗୁଳ୍ମ ଜନ୍ମେ। ଏଥିର ପତ୍ର ଅତି ଅଳ୍ପ ଓ ତାହା ଫୁଲ ସହିତ ବାହାରେ। ଫୁଲ ଲମ୍ବ ଓ ଡେମ୍ଫ— ବିଶିଷ୍ଟ। ମୂଳରେ ରସୁଣଠାରୁ ବଡ଼ କନ୍ଦ ଥାଏ। ଏଥିର କନ୍ଦ କଡ଼ୁଆ ଓ ମିଠା ଭେଦରେ ଗୁଳ୍ମ ଦୁଇ ପ୍ରକାରର। ମିଠା କନ୍ଦ ପାରସ୍ୟରୁ ଏ ଦେଶକୁ ଆସେ ଓ ଔଷଧରୂପେ ଖିଆଯାଏ। କଡ଼ୁଆ କନ୍ଦ ତେଲ ଆଦିରେ ମିଶା ଯାଇ ଦେହରେ ମାଲିସ କରାଯାଏ। ଏଥିର ବୀଜ ବିଷାକ୍ତ ଥିବାରୁ ଏଥିର ମାତ୍ରା ବଡ଼ ସାବଧାନତା ସହକାରେ ରୋଗୀଙ୍କୁ ଦିଆଯାଏ। ସୁରଞ୍ଜାନ୍ ରୁକ୍ଷ, ରୁଚିକର ଓ ବାତ, କଫ, ପାଣ୍ଡୁ ପ୍ଳୀହା, ସନ୍ଧିବାତ ରୋଗ ଦୂର କରେ—ହି. ଶ.।]