ସୂକ୍ଷ୍ମା Sūkshmā

  • ସଂ. ବିଣ (ସୂକ୍ଷ୍ମ+ଆ) — ସୂକ୍ଷ୍ମର ସ୍ତ୍ରୀଲିଙ୍ଗ — Feminine of Sūkshma
  • ବି — ଯୂଥିକା; ଯୂଇଫୁଲ (ଶବ୍ଦଚନ୍ଦ୍ରିକା) — A sort of jasmine
  • ବି — ମଲ୍ଲିକା; ମଲ୍ଲୀଫୁଲ — Jasminum Sambac
  • ବି — ବାଲୁକା; ବାଲି (ରାଜନିର୍ଘଣ୍ଟ) — Sand
  • ବି — କ୍ଷୁଦ୍ରୈଳା (ରାଜନିର୍ଘଣ୍ଟ); ଗୁଜରାତି — The white species of cardamum
  • ବି — ଶବ୍ଦ— ପ୍ରବୃତ୍ତବିଶେଷ; ଶବ୍ଦର ପ୍ରଚ୍ଛନ୍ନାର୍ଥ — An attribute of words; connotation of words
  • ବି — ମୂଶଳୀ (ହି. ଶ) (ଦେଖ) — Mūṡaḻī (See)
  • ବି — ବିଷ୍ଣୁଙ୍କର ଏକ ଶକ୍ତି (ହି. ଶ) — One of the Ṡaktis of Bishṇu