ସୁସମାଚାର Susamāchāra
- ସଂ. ବି — ସୁସମ୍ବାଦ; ଉତ୍ତମ ସମ୍ବାଦ; ଶୁଭ ଖବର — Good news
- ସଂ. ବି — [ଉ—"ବହି ଆଣ ସ୍ୱଦେଶୁ ସୁସମାଚାର ଲଭିବି ନାହିଁ ଆଉ ଦର୍ଶନ ଯାର।" ନିର୍ବାସିତର ବିଳାପ—ମଧୁସୂଦନ।]
- ଦେ. ବି — ଖ୍ରୀଷ୍ଟାନ୍ ଧର୍ମପୁସ୍ତକରେ ଭିନ୍ନ ଭିନ୍ନ ଅଂଶରେ ଲିପିବଦ୍ଧ ହୋଇଥିବା ଧର୍ମ—ସଂବାଦ ଯଥା—ମାଥିଉ, ଲ୍ୟୁକ୍, ଜନ୍ ଆଦି ମହର୍ଷିଙ୍କ ଲିଖିତ ସୁସମାଚାର) — Relations recorded in the Bible; the Epistles in the Bible (e.g. Luke, Mathew, John etc)