ସୁଶୀଳ Suṡīḻa
- ସଂ. ବିଣ. ପୁଂ (ବହୁବ୍ରୀହି) — ସଚ୍ଚରିତ୍ର; ସତ୍ସ୍ୱଭାବ— ବିଶିଷ୍ଟ — Of good conduct or nature
- ସଂ. ବିଣ. ପୁଂ (ବହୁବ୍ରୀହି) — ବିନୀତ; ନମ୍ର (ହି. ଶ) — Humble
- ବି. ପୁଂ — ପଦ୍ମପୁରାଣୋକ୍ତ ଜନୈକ ପୁଣ୍ୟଶୀଳ ବିଷ୍ଣୁଭକ୍ତ ରାଜା; ଚୋଳରାଜ — Name of a king of aucient India
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males
- ଦେ. ବିଣ — ଅତି ଟାଣୁଆ; ଅତି କଠିନ — Very hard
- ଦେ. ବିଣ — [ଉ—ଦୁଃଖ ଅସମ୍ଭାଳ ଭାଳ ହୃଦ କି ସୁଶୀଳ, ଶିଳ ହେଲା ଅଛି ନୋହି ଫାଳ ଫାଳ। ଭଞ୍ଜ, ପ୍ରେମସୁଧାନିଧି।]