ସୁରେଶପ୍ରସାଦ ସର୍ବାଧିକାରୀ Sureṡaprasāda sarbādhikārī
- ଦେ. ବି (ନାମ) — ବଙ୍ଗର ପ୍ରସିଦ୍ଧ ସ୍ୱର୍ଗୀୟ ଡାକ୍ତର — Name of a late famous doctor of Bengal
- ଦେ. ବି (ନାମ) — [ଦ୍ର— ଏହାଙ୍କର ପିତା ମଧ୍ୟ ଜଣେ ଡାକ୍ତର ଥିଲେ। ଏ ବାଲ୍ୟକାଳରୁ ଅତି ଦୁର୍ବଳ ଥିଲେ। କଲିକତା ମେଡିକାଲ୍ କଲେଜ୍ରୁ ଉତ୍ତୀର୍ଣ୍ଣ ହୋଇ ଏ ଅସ୍ତ୍ର ଚିକିତ୍ସାରେ ଅଲୌକିକ କୃତିତ୍ତ୍ୱ ଦେଖାଇ ଇଉରୋପୀୟ ଗୁରୁମାନଙ୍କୁ ବିମୁଗ୍ଧ କରିଥିଲେ। ବିଲାତର ପ୍ରସିଦ୍ଧ ଡାକ୍ତରମାନେ ମୁକ୍ତକଣ୍ଠରେ ଏହାଙ୍କର ନୈପୁଣ୍ୟକୁ ପ୍ରଶଂସା କରିଥିଲେ।
- ଦେ. ବି (ନାମ) — ଏହାଙ୍କର ଚେଷ୍ଟାରେ ଡାକ୍ତର ନୀଳରତନ ସରକାର ପ୍ରମୁଖ ପ୍ରସିଦ୍ଧ ଚିକିତ୍ସକଗଣଙ୍କଦ୍ୱାରା ବଙ୍ଗରେ ଗୋଟିଏ ବେସରକାରୀ ଡାକ୍ତରୀ କଲେଜ — (College of Surgeons and Physicians of Bengal)ପ୍ରତିଷ୍ଠିତ ହୋଇ ଭାରତବିଖ୍ୟାତ ହୋଇଅଛି ଏ ଅସ୍ତ୍ରଚିକିତ୍ସା ଓ ଔଷଧଚିକିତ୍ସାରେ ସମାନ ଭାବରେ ପାରଙ୍ଗମ ଥିଲେ ଏବଂ କଲିକତା ବିଶ୍ୱବିଦ୍ୟାଳୟର ଫେଲୋ ଓ ସିଣ୍ଡିକେଟ୍ର ମେମ୍ବର ମଧ୍ୟ ଥିଲେ]