ସୁରେନ୍ଦ୍ରନାଥ ବନ୍ଦୋପାଧ୍ୟାୟ Surendranātha bandopāddyāya

  • ଦେ. ବି (ନାମ) — କଲିକତାର ପ୍ରସିଦ୍ଧ ସ୍ୱର୍ଗୀୟ ବକ୍ତା ଓ ଦେଶ— ହିତୈଷୀ — Name of the late famous patriot and orator of Bengal
  • ଦେ. ବି (ନାମ) — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ. 1848 ଓ ମୃତ୍ୟୁ 1924 ସାଲରେ; ଏ କଲିକତାରୁ ବି. ଏ. ପାଶ୍ କରି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ବିଲାତ ଯାଇଥିଲେ ଓ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ବୟସରୁ ଏହାଙ୍କ ବୟସ ଅଳ୍ପ ଥିବାରୁ ପ୍ରଥମେ ଗୋଳମାଳ ଘଟିଥିଲା; କିନ୍ତୁ ପରେ ଏ ଉକ୍ତ ପରୀକ୍ଷାରେ ପାଶ୍ କରି କେତେକ ଦିନ ସିଲହଟ୍ରେ ଆସିଷ୍ଟାଣ୍ଟ୍ ମାଜିଷ୍ଟ୍ରେଟ୍ ହୋଇ ପରେ ଉକ୍ତ ପଦରୁ ଅନ୍ତର ହୋଇଥିଲେ। ପରେ କଲିକତାର କେତେକ କଲେଜ୍ରେ ପ୍ରଫେସରି କରି ସ୍ୱୟଂ ରିପନ୍ କଲେଜ୍ ନାମକ ଗୋଟିଏ କଲେଜ୍ ପ୍ରତିଷ୍ଠା କଲେ। ଏ ଛାତ୍ରମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ ଓ ଛାତ୍ରମାନେ ମଧ୍ୟ ଏହାଙ୍କୁ ଦେବତା ତୁଲ୍ୟ ଭକ୍ତି କରୁଥିଲେ। ଏ ଇଣ୍ଡିଆନ୍ ଆସୋସିଏସନ୍ ନାମକ ଗୋଟିଏ ରାଜନୀତିକ ସମିତି ସ୍ଥାପନ କରି ଭାରତୀୟମାନଙ୍କ ରାଜକୀୟ ଅଧିକାର ପାଇଁ ଆଜୀବନ ଲଢ଼ିଥିଲେ। ଏ 'ବେଙ୍ଗଲୀ' ନାମକ ଗୋଟିଏ ଇଂରାଜୀ ସମ୍ବାଦପତ୍ର ସମ୍ପାଦନ କରୁଥିଲେ। ଭାରତରେ ଏ ଜଣେ ଅସାଧାରଣ ବାଗ୍ମୀ ଥିଲେ। ଭାରତବାସୀଙ୍କ ସ୍ୱାୟତ୍ତଶାସନାଦି ଅଧିକାର ପାଇଁ ଭାରତବ୍ୟାପୀ ନାନା ଆନ୍ଦୋଳନରେ ଏ ଅଗ୍ରଣୀ ହୋଇଥିଲେ ଓ ଏହି ଆନ୍ଦୋଳନ ପ୍ରସଙ୍ଗରେ ଇଂଲଣ୍ଡକୁ ଯାଇ ସେଠାରେ ମଧ୍ୟ ବକ୍ତୃତାଦି କରିଥିଲେ। ବଙ୍ଗକୁ ଗଭର୍ଣ୍ଣମେଣ୍ଟ 1906 ସାଲରେ ଦୁଇଟି ପ୍ରଦେଶରେ ବିଭକ୍ତ କରିବା ଯୋଗୁଁ ଭାରତବ୍ୟାପୀ ଯେଉଁ ଆନ୍ଦୋଳନ ହୋଇଥିଲା, ସେଥିରେ ଏ ଜଣେ ପ୍ରଧାନ ନେତା ଥିଲେ। ଏ ଗଭର୍ଣ୍ଣମେଣ୍ଟଙ୍କ ଆଦେଶ ବିରୁଦ୍ଧରେ ବରିଶାଲର ପ୍ରାଦେଶିକ ସମ୍ମେଳନୀକୁ ଚଳାଇ ଥିବାରୁ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ଧୃତ ହୋଇ ଦଣ୍ଡିତ ହୋଇଥିଲେ, କିନ୍ତୁ ହାଇକୋର୍ଟରେ ଅପୀଲ କରି ଖଲାସ ହେଲେ। ଭାରତର ବିଶେଷତଃ ବଙ୍ଗଦେଶର ସମସ୍ତ ରାଜନୀତିକ ଆନ୍ଦୋଳନରେ ଏ ନିର୍ଭୀକଭାବରେ ଯୋଗ ଦେଇ 40 ବର୍ଷକାଳ ଦେଶ— ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ। ଏ ମଧ୍ୟ ଭାରତୀୟ କଂଗ୍ରେସର ଜଣେ ପ୍ରଧାନ କର୍ମୀ ଥିଲେ; ବଡ ଲାଟ ଓ ଛୋଟ ଲାଟଙ୍କ ବ୍ଯବସ୍ଥାପକ ସଭାରେ ଏକାଧିକ ଥର ମେମ୍ବର ହୋଇଥିଲେ ଏବଂ ମଣ୍ଟେଗୁ—ଚେମ୍ସ୍ଫୋର୍ଡ଼ ଶାସନ ସଂସ୍କାର ପ୍ରବର୍ତ୍ତିବା ପରେ ଏ ବଙ୍ଗପ୍ରଦେଶର ପ୍ରଥମ ମନ୍ତ୍ରୀ ହୋଇଥିଲେ।] — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ.1848ଓ ମୃତ୍ୟୁ1924ସାଲରେ; ଏ କଲିକତାରୁ ବି. ଏ. ପାଶ୍ କରି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ବିଲାତ ଯାଇଥିଲେ ଓ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ବୟସରୁ ଏହାଙ୍କ ବୟସ ଅଳ୍ପ ଥିବାରୁ ପ୍ରଥମେ ଗୋଳମାଳ ଘଟିଥିଲା; କିନ୍ତୁ ପରେ ଏ ଉକ୍ତ ପରୀକ୍ଷାରେ ପାଶ୍ କରି କେତେକ ଦିନ ସିଲହଟ୍ରେ ଆସିଷ୍ଟାଣ୍ଟ୍ ମାଜିଷ୍ଟ୍ରେଟ୍ ହୋଇ ପରେ ଉକ୍ତ ପଦରୁ ଅନ୍ତର ହୋଇଥିଲେ ପରେ କଲିକତାର କେତେକ କଲେଜ୍ରେ ପ୍ରଫେସରି କରି ସ୍ୱୟଂ ରିପନ୍ କଲେଜ୍ ନାମକ ଗୋଟିଏ କଲେଜ୍ ପ୍ରତିଷ୍ଠା କଲେ ଏ ଛାତ୍ରମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ ଓ ଛାତ୍ରମାନେ ମଧ୍ୟ ଏହାଙ୍କୁ ଦେବତା ତୁଲ୍ୟ ଭକ୍ତି କରୁଥିଲେ ଏ ଇଣ୍ଡିଆନ୍ ଆସୋସିଏସନ୍ ନାମକ ଗୋଟିଏ ରାଜନୀତିକ ସମିତି ସ୍ଥାପନ କରି ଭାରତୀୟମାନଙ୍କ ରାଜକୀୟ ଅଧିକାର ପାଇଁ ଆଜୀବନ ଲଢ଼ିଥିଲେ ଏ 'ବେଙ୍ଗଲୀ' ନାମକ ଗୋଟିଏ ଇଂରାଜୀ ସମ୍ବାଦପତ୍ର ସମ୍ପାଦନ କରୁଥିଲେ ଭାରତରେ ଏ ଜଣେ ଅସାଧାରଣ ବାଗ୍ମୀ ଥିଲେ ଭାରତବାସୀଙ୍କ ସ୍ୱାୟତ୍ତଶାସନାଦି ଅଧିକାର ପାଇଁ ଭାରତବ୍ୟାପୀ ନାନା ଆନ୍ଦୋଳନରେ ଏ ଅଗ୍ରଣୀ ହୋଇଥିଲେ ଓ ଏହି ଆନ୍ଦୋଳନ ପ୍ରସଙ୍ଗରେ ଇଂଲଣ୍ଡକୁ ଯାଇ ସେଠାରେ ମଧ୍ୟ ବକ୍ତୃତାଦି କରିଥିଲେ ବଙ୍ଗକୁ ଗଭର୍ଣ୍ଣମେଣ୍ଟ1906ସାଲରେ ଦୁଇଟି ପ୍ରଦେଶରେ ବିଭକ୍ତ କରିବା ଯୋଗୁଁ ଭାରତବ୍ୟାପୀ ଯେଉଁ ଆନ୍ଦୋଳନ ହୋଇଥିଲା, ସେଥିରେ ଏ ଜଣେ ପ୍ରଧାନ ନେତା ଥିଲେ ଏ ଗଭର୍ଣ୍ଣମେଣ୍ଟଙ୍କ ଆଦେଶ ବିରୁଦ୍ଧରେ ବରିଶାଲର ପ୍ରାଦେଶିକ ସମ୍ମେଳନୀକୁ ଚଳାଇ ଥିବାରୁ ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ଧୃତ ହୋଇ ଦଣ୍ଡିତ ହୋଇଥିଲେ, କିନ୍ତୁ ହାଇକୋର୍ଟରେ ଅପୀଲ କରି ଖଲାସ ହେଲେ ଭାରତର ବିଶେଷତଃ ବଙ୍ଗଦେଶର ସମସ୍ତ ରାଜନୀତିକ ଆନ୍ଦୋଳନରେ ଏ ନିର୍ଭୀକଭାବରେ ଯୋଗ ଦେଇ40ବର୍ଷକାଳ ଦେଶ— ସେବାରେ ଜୀବନକୁ ଉତ୍ସର୍ଗ କରିଥିଲେ ଏ ମଧ୍ୟ ଭାରତୀୟ କଂଗ୍ରେସର ଜଣେ ପ୍ରଧାନ କର୍ମୀ ଥିଲେ; ବଡ ଲାଟ ଓ ଛୋଟ ଲାଟଙ୍କ ବ୍ଯବସ୍ଥାପକ ସଭାରେ ଏକାଧିକ ଥର ମେମ୍ବର ହୋଇଥିଲେ ଏବଂ ମଣ୍ଟେଗୁ—ଚେମ୍ସ୍ଫୋର୍ଡ଼ ଶାସନ ସଂସ୍କାର ପ୍ରବର୍ତ୍ତିବା ପରେ ଏ ବଙ୍ଗପ୍ରଦେଶର ପ୍ରଥମ ମନ୍ତ୍ରୀ ହୋଇଥିଲେ]