ସୁରୁବୁଲି Surubuli

  • ଦେ. ବି — (ସଂ. ଚିର ବିଲ୍ୱ ବା ଚିରବଲ୍ଲୀ)—ଲୁଗା ବା ସୂତା ରଙ୍ଗାଇବାରେ ବ୍ଯବହୃତ ଆଚ୍ଛୁକାଦି ବର୍ଗର କ୍ଷେତପାପଡ଼ା ପରି ଗୁଳ୍ମ ବିଶେଷ — Oldenlandia Umbrellata; Morenda Tincoria
  • ଦେ. ବି — [ଦ୍ର—ଏ ଗୁଳ୍ମ ବଙ୍ଗ ଦେଶଠାରୁ ସିଂହଳ ପର୍ଯ୍ୟନ୍ତ ଭାରତର ବାଲିଆ ଭୂମିରେ ସର୍ବତ୍ର ଜାତ ହୁଏ ଏବଂ 6 ମାସ ମାତ୍ର ବଞ୍ଚେ। ଏହାର ଚେରର ଛାଲରୁ ସୁନ୍ଦର ନାଲି ରଙ୍ଗ ବାହାରେ। ଏହି ନାଲି ରଙ୍ଗରେ ରୁବୁଲି ସାଢ଼ିର ଧଡ଼ିର ସୂତା ରଙ୍ଗାଯାଏ। ମାଛଲିପଟଣା ଆଦି ସମୁଦ୍ର ଉପକୂଳସ୍ଥ ବାଲିଆ ମାଟି ଥିବା ଅଞ୍ଚଳରେ ଏ ଗଛର କୃଷି କରାଯାଏ। ଏଥିର ମଞ୍ଜି ଆଷାଢ଼ ମାସରେ ବୁଣାଯାଏ (ହି. ଶବ୍ଦସାଗର) — [ଦ୍ର—ଏ ଗୁଳ୍ମ ବଙ୍ଗ ଦେଶଠାରୁ ସିଂହଳ ପର୍ଯ୍ୟନ୍ତ ଭାରତର ବାଲିଆ ଭୂମିରେ ସର୍ବତ୍ର ଜାତ ହୁଏ ଏବଂ6ମାସ ମାତ୍ର ବଞ୍ଚେ ଏହାର ଚେରର ଛାଲରୁ ସୁନ୍ଦର ନାଲି ରଙ୍ଗ ବାହାରେ ଏହି ନାଲି ରଙ୍ଗରେ ରୁବୁଲି ସାଢ଼ିର ଧଡ଼ିର ସୂତା ରଙ୍ଗାଯାଏ ମାଛଲିପଟଣା ଆଦି ସମୁଦ୍ର ଉପକୂଳସ୍ଥ ବାଲିଆ ମାଟି ଥିବା ଅଞ୍ଚଳରେ ଏ ଗଛର କୃଷି କରାଯାଏ ଏଥିର ମଞ୍ଜି ଆଷାଢ଼ ମାସରେ ବୁଣାଯାଏ (ହି. ଶବ୍ଦସାଗର)
  • ଦେ. ବି — ଡାକ୍ତର ରାଧାଚରଣ ପଣ୍ଡା କହନ୍ତି ଯେ, ଚିଲିକା ମଧ୍ୟସ୍ଥ କେତେକ ଦ୍ୱୀପରେ ପୂର୍ବେ ଏକ ପ୍ରକାର ଘାସ ମିଳୁଥିଲା। ଏହି ଘାସମୂଳରୁ ରଙ୍ଗ ତିଆରି ହେଉଥିଲା। ସେହି ରଙ୍ଗ ସୁରୁବୁଲି ଲୁଗାରେ ଦିଆ ଯାଉଥିଲା। ବର୍ତ୍ତମାନ ବିଦେଶୀ ରଙ୍ଗର ପ୍ରଚାର ଯୋଗୁଁ ଏ ରଙ୍ଗର ଆମଦାନି ବନ୍ଦ ହୋଇଅଛି।]
  • ଦେ. ବି — ଚିଲିକା ମଧ୍ୟସ୍ଥ ଟାପୁରେ ମିଳିବା ଏକ ପ୍ରକାର ଘାସ (ଏଥିର ଚେରକୁ ସିଝାଇଲେ ନାଲି ରଙ୍ଗ ବାହାରେ) — A kind of grass found on some of the islands of the Chilka lake
  • ଦେ. ବି — (ଏ ସାଢ଼ିର ଧଡ଼ି ସୁରୁବୁଲି ଚେରରୁ ବାହାରିବା ରଙ୍ଗରେ ରଙ୍ଗା ଯାଇଥିବାରୁ)ଅହ୍ୟ ସ୍ତ୍ରୀ ଲୋକମାନଙ୍କ ପିନ୍ଧିବା ଦେଶୀ ନାଲିଧଡ଼ିଆ ଏକ ପ୍ରକାର ଧଳା ଶାଢ଼ୀ — A species of red borederd white cloth for females
  • ଦେ. ବି — [ଦ୍ର—ଏଥିର ଧଡ଼ି 4।6 ଆଙ୍ଗୁଳ ଚଉଡ଼ା ଓ ଧଡ଼ି ତଳେ କୁମ୍ଭ ବା କାଙ୍ଗୁଲା ପଡ଼ି ଥାଏ ଏବଂ ଏହାର ମହୁଣ୍ଡା 1 ୳ ହାତ ପର୍ଯ୍ୟନ୍ତ ବ୍ୟାପି ଥାଏ।] — [ଦ୍ର—ଏଥିର ଧଡ଼ି46ଆଙ୍ଗୁଳ ଚଉଡ଼ା ଓ ଧଡ଼ି ତଳେ କୁମ୍ଭ ବା କାଙ୍ଗୁଲା ପଡ଼ି ଥାଏ ଏବଂ ଏହାର ମହୁଣ୍ଡା1୳ ହାତ ପର୍ଯ୍ୟନ୍ତ ବ୍ୟାପି ଥାଏ]