ସୁର ଦାସ Sura dāsa
- ଦେ. ବି — ଅନ୍ଧ — Blind man
- ଦେ. ବି — କଣା — One-eyed person
- ଦେ. ବି — (ନାମ) ପ୍ରସିଦ୍ଧ ସ୍ୱର୍ଗୀୟ ହିନ୍ଦୀ କବି — Name of a celebrated Hindi poet
- ଦେ. ବି — [ଦ୍ର—ଏ ଦିଲ୍ଲୀ ନିକଟବର୍ତ୍ତୀ ସିହୀ ନାମକ ଗ୍ରାମରେ ଭାଟକୁଳରେ ଜନ୍ମଗ୍ରହଣ କରିଥିଲେ। ଏ ଖ୍ରୀଷ୍ଟ୍ରୀୟ ପଞ୍ଚଦଶ ଶତାବ୍ଦୀର କବି। ଭାରତର ଶେଷ ସ୍ୱାଧୀନ ସମ୍ରାଟ ପୃଥ୍ୱୀରାଜଙ୍କ ରାଜସଭାର କବି 'ଚାନ୍ଦ'ଙ୍କର ଏ ବଂଶଧର ଥିଲେ। ଏ ବାଲ୍ୟକାଳରେ ଯମୁନା ତୀରବର୍ତ୍ତୀ ଗୌଘାଟ ଗ୍ରାମରେ ଥିବା ମାତୁଳାଳୟରେ ରହି ସଂସ୍କୃତ ଓ ପାରସୀ— ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ। ଏହାଙ୍କ ପିତାଙ୍କ ନାମ ରାମଚନ୍ଦ୍ର। ଏହାଙ୍କର ଆଉ ଛଅ ଭାଇ ଥିଲେ ଓ ସେମାନେ ତଦାନୀନ୍ତନ ଦିଲ୍ଲୀର ଲୋଦୀବଂଶୀୟ ମୁସଲ୍ମାନ ସମ୍ରାଟଙ୍କ ଅଧୀନ ସୈନିକ କର୍ମ କରି ବାବରଙ୍କ ସହ ଯୁଦ୍ଧରେ ହତ ହୋଇଥିଲେ। ଏ ସର୍ବକନିଷ୍ଠ ଥିଲେ ଓ ଅନ୍ଧ ଥିବାରୁ ସୈନ୍ୟ ବିଭାଗରେ ପଶି ପାରି ନ ଥିଲେ। ଏହାଙ୍କର ଅନ୍ଯ ନାମ ସୂର୍ଯ୍ୟଦାସ, ସୂରଦାସ, ସୂରଶ୍ୟାମ, ସୂର୍ଯ୍ୟଚନ୍ଦ୍ର। ଏ ଜନ୍ମାନ୍ଧ ନ ଥିଲେ। ପିଲାଦିନୁଁ ଏ ଧର୍ମାନୁରାଗୀ ଥିଲେ ଓ ପ୍ରତିଦିନ ଦେବଦର୍ଶନାର୍ଥ ଗୋଟିଏ ଦେଉଳକୁ ଆସି ସେଠାରେ ଗୋଟିଏ ସୁନ୍ଦରୀ ଯୁବତୀ ପଣ୍ଡିଆଣୀଙ୍କୁ ଦେଖି ତାହାଙ୍କ ରୂପରେ ମୁଗ୍ଧ ହେଲେ ଓ ପଣ୍ଡିଆଣୀ ମଧ୍ୟ ଏହାଙ୍କ ରୂପରେ ମୁଗ୍ଧା ହେଲେ। ଏହି ସମୟରେ ପଣ୍ଡିଆଣୀ ଏହାଙ୍କ ନିକଟକୁ ଆସି ଠିଆ ହେବା ସମୟରେ ଦେଖିଲେ ଯେ, ଦେବ ପ୍ରତିମା ଜଳି ଯାଉଅଛନ୍ତି। ଏହା ଦେଖି ପଣ୍ଡିଆଣୀ ସେଠାରୁ ପଳାଇଲେ ଓ ସୁରଦାସ ତାଙ୍କ ପଛରେ 'ଗୋଟିଏ ମାତ୍ର ଭିକ୍ଷା' ଏହି ବାକ୍ୟ ଚିତ୍କାର କରି କରି ଗୋଡ଼ାଇଲେ। ଯାଉ ଯାଉ ଭୀଷଣ ଅରଣ୍ୟ ମଧ୍ୟରେ ସମ୍ମୁଖରେ ଅଗ୍ନି ଜଳୁଥିବା ଦେଖି ପଣ୍ଡିଆଣୀ ଠିଆ ହେଲେ ଓ ସୂରଦାସ 'ଗୋଟିଏ ମାତ୍ର ଭିକ୍ଷା' ଏହି ବାକ୍ୟ ଚିତ୍କାର କରି ତାଙ୍କ ନିକଟରେ ପହଞ୍ଚିଲେ। ପଣ୍ଡିଆଣୀ ତାଙ୍କୁ ପଚାରିଲେ 'କି ଭିକ୍ଷା ମାଗୁଛ?' ସୂରଦାସ କହିଲେ 'ଏ ଚକ୍ଷୁ ମୋର ପରମ ଶତ୍ରୁ; ତୁମେ କଣ୍ଟା ଆଣି ମୋର ଏହି ଆଖି ଦିଓଟିକୁ ଫୁଟାଇ ଦିଅ, ମୁଁ ଏହି ଭିକ୍ଷା ମାଗୁଅଛି।' ପଣ୍ଡିଆଣୀ ନିକଟବର୍ତ୍ତୀ ଜଙ୍ଗଲରୁ କଣ୍ଟା ଆଣି ସୂରଦାସଙ୍କ ଆଖି ଦିଓଟି ଫୁଟାଇ ଦେଲେ ଓ ସେହିଦିନୁ ସେ ଅନ୍ଧ ହେଲେ। ସୁର ଦାସ ଅନ୍ଧ ଥିବା ବିଷୟ ଭାରତପ୍ରସିଦ୍ଧ ଥିବାରୁ ସୁଦୂର ଓଡ଼ିଶାରେ ମଧ୍ୟ ଅନ୍ଧ ଗାୟକ, ଭିକ୍ଷୁକ ଓ ସାଧୁମାନଙ୍କୁ ଲୋକେ ସୂରଦାସ ନାମରେ ଡାକନ୍ତି। କଥୋପକଥନରେ ମଧ୍ୟ 'ତୁ ଅନ୍ଧ, ନାଁ ସୂରଦାସ?' ବୋଲି ଲୋକେ କହି ଥାଆନ୍ତି। ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ସୁରସାଗର ବା ସୁରସାରା— ବଳୀରେ ହିନ୍ଦୀ ଭାଷାରେ ଭାଗବତ କଥା ପଦ୍ଯରେ ବର୍ଣ୍ଣିତ ହୋଇଅଛି। ଏ ଗ୍ରନ୍ଥକୁ ସେ 67 ବର୍ଷ ବୟସରେ ସମାପ୍ତ କରିଥିଲେ। ଏହା ଛଡା ସାହିତ୍ୟଲହରୀ ନାମକ ଖଣ୍ଡିଏ ଗ୍ରନ୍ଥ ସେ 1513 ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ। ହିନ୍ଦୀ— ଭାଷାରେ କବିଙ୍କ ମଧ୍ୟରେ ତାଙ୍କୁ ସୂର୍ଯ୍ୟ ଓ ତୁଳସୀଦାସଙ୍କୁ ଚନ୍ଦ୍ରଙ୍କ ସଙ୍ଗେ ତୁଳନା କରାଯାଏ। ତାଙ୍କ କବିତାରେ ସମ୍ରାଟ ଆକବର ମୁଗ୍ଧ ହୋଇ ତାଙ୍କୁ 'ମନ୍ସବ୍' (ମାସିକ 700 ଟଙ୍କାର ବୃତ୍ତି) ଦେଇଥିଲେ ଓ ଉକ୍ତଧନ ସେ ଗରିବ, ଦୁଃଖୀଙ୍କୁ ବିରତଣ କରୁଥିଲେ। ତାଙ୍କର କବିତାରେ ଆବାଳବୃଦ୍ଧବନିତା ସମସ୍ତେ ମୁଗ୍ଧ। ଓଡ଼ିଶାରେ ଓ ବଙ୍ଗ ଦେଶରେ ତାଙ୍କର କେତେଗୋଟି ହିନ୍ଦୀ ସଙ୍ଗୀତ ଗାୟକ— ମାନେ ବୋଲନ୍ତି। — [ଦ୍ର—ଏ ଦିଲ୍ଲୀ ନିକଟବର୍ତ୍ତୀ ସିହୀ ନାମକ ଗ୍ରାମରେ ଭାଟକୁଳରେ ଜନ୍ମଗ୍ରହଣ କରିଥିଲେ ଏ ଖ୍ରୀଷ୍ଟ୍ରୀୟ ପଞ୍ଚଦଶ ଶତାବ୍ଦୀର କବି ଭାରତର ଶେଷ ସ୍ୱାଧୀନ ସମ୍ରାଟ ପୃଥ୍ୱୀରାଜଙ୍କ ରାଜସଭାର କବି 'ଚାନ୍ଦ'ଙ୍କର ଏ ବଂଶଧର ଥିଲେ ଏ ବାଲ୍ୟକାଳରେ ଯମୁନା ତୀରବର୍ତ୍ତୀ ଗୌଘାଟ ଗ୍ରାମରେ ଥିବା ମାତୁଳାଳୟରେ ରହି ସଂସ୍କୃତ ଓ ପାରସୀ— ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ ଏହାଙ୍କ ପିତାଙ୍କ ନାମ ରାମଚନ୍ଦ୍ର ଏହାଙ୍କର ଆଉ ଛଅ ଭାଇ ଥିଲେ ଓ ସେମାନେ ତଦାନୀନ୍ତନ ଦିଲ୍ଲୀର ଲୋଦୀବଂଶୀୟ ମୁସଲ୍ମାନ ସମ୍ରାଟଙ୍କ ଅଧୀନ ସୈନିକ କର୍ମ କରି ବାବରଙ୍କ ସହ ଯୁଦ୍ଧରେ ହତ ହୋଇଥିଲେ ଏ ସର୍ବକନିଷ୍ଠ ଥିଲେ ଓ ଅନ୍ଧ ଥିବାରୁ ସୈନ୍ୟ ବିଭାଗରେ ପଶି ପାରି ନ ଥିଲେ ଏହାଙ୍କର ଅନ୍ଯ ନାମ ସୂର୍ଯ୍ୟଦାସ, ସୂରଦାସ, ସୂରଶ୍ୟାମ, ସୂର୍ଯ୍ୟଚନ୍ଦ୍ର ଏ ଜନ୍ମାନ୍ଧ ନ ଥିଲେ ପିଲାଦିନୁଁ ଏ ଧର୍ମାନୁରାଗୀ ଥିଲେ ଓ ପ୍ରତିଦିନ ଦେବଦର୍ଶନାର୍ଥ ଗୋଟିଏ ଦେଉଳକୁ ଆସି ସେଠାରେ ଗୋଟିଏ ସୁନ୍ଦରୀ ଯୁବତୀ ପଣ୍ଡିଆଣୀଙ୍କୁ ଦେଖି ତାହାଙ୍କ ରୂପରେ ମୁଗ୍ଧ ହେଲେ ଓ ପଣ୍ଡିଆଣୀ ମଧ୍ୟ ଏହାଙ୍କ ରୂପରେ ମୁଗ୍ଧା ହେଲେ ଏହି ସମୟରେ ପଣ୍ଡିଆଣୀ ଏହାଙ୍କ ନିକଟକୁ ଆସି ଠିଆ ହେବା ସମୟରେ ଦେଖିଲେ ଯେ, ଦେବ ପ୍ରତିମା ଜଳି ଯାଉଅଛନ୍ତି ଏହା ଦେଖି ପଣ୍ଡିଆଣୀ ସେଠାରୁ ପଳାଇଲେ ଓ ସୁରଦାସ ତାଙ୍କ ପଛରେ 'ଗୋଟିଏ ମାତ୍ର ଭିକ୍ଷା' ଏହି ବାକ୍ୟ ଚିତ୍କାର କରି କରି ଗୋଡ଼ାଇଲେ ଯାଉ ଯାଉ ଭୀଷଣ ଅରଣ୍ୟ ମଧ୍ୟରେ ସମ୍ମୁଖରେ ଅଗ୍ନି ଜଳୁଥିବା ଦେଖି ପଣ୍ଡିଆଣୀ ଠିଆ ହେଲେ ଓ ସୂରଦାସ 'ଗୋଟିଏ ମାତ୍ର ଭିକ୍ଷା' ଏହି ବାକ୍ୟ ଚିତ୍କାର କରି ତାଙ୍କ ନିକଟରେ ପହଞ୍ଚିଲେ ପଣ୍ଡିଆଣୀ ତାଙ୍କୁ ପଚାରିଲେ 'କି ଭିକ୍ଷା ମାଗୁଛ?' ସୂରଦାସ କହିଲେ 'ଏ ଚକ୍ଷୁ ମୋର ପରମ ଶତ୍ରୁ; ତୁମେ କଣ୍ଟା ଆଣି ମୋର ଏହି ଆଖି ଦିଓଟିକୁ ଫୁଟାଇ ଦିଅ, ମୁଁ ଏହି ଭିକ୍ଷା ମାଗୁଅଛି' ପଣ୍ଡିଆଣୀ ନିକଟବର୍ତ୍ତୀ ଜଙ୍ଗଲରୁ କଣ୍ଟା ଆଣି ସୂରଦାସଙ୍କ ଆଖି ଦିଓଟି ଫୁଟାଇ ଦେଲେ ଓ ସେହିଦିନୁ ସେ ଅନ୍ଧ ହେଲେ ସୁର ଦାସ ଅନ୍ଧ ଥିବା ବିଷୟ ଭାରତପ୍ରସିଦ୍ଧ ଥିବାରୁ ସୁଦୂର ଓଡ଼ିଶାରେ ମଧ୍ୟ ଅନ୍ଧ ଗାୟକ, ଭିକ୍ଷୁକ ଓ ସାଧୁମାନଙ୍କୁ ଲୋକେ ସୂରଦାସ ନାମରେ ଡାକନ୍ତି କଥୋପକଥନରେ ମଧ୍ୟ 'ତୁ ଅନ୍ଧ, ନାଁ ସୂରଦାସ?' ବୋଲି ଲୋକେ କହି ଥାଆନ୍ତି ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ସୁରସାଗର ବା ସୁରସାରା— ବଳୀରେ ହିନ୍ଦୀ ଭାଷାରେ ଭାଗବତ କଥା ପଦ୍ଯରେ ବର୍ଣ୍ଣିତ ହୋଇଅଛି ଏ ଗ୍ରନ୍ଥକୁ ସେ67ବର୍ଷ ବୟସରେ ସମାପ୍ତ କରିଥିଲେ ଏହା ଛଡା ସାହିତ୍ୟଲହରୀ ନାମକ ଖଣ୍ଡିଏ ଗ୍ରନ୍ଥ ସେ1513ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ ହିନ୍ଦୀ— ଭାଷାରେ କବିଙ୍କ ମଧ୍ୟରେ ତାଙ୍କୁ ସୂର୍ଯ୍ୟ ଓ ତୁଳସୀଦାସଙ୍କୁ ଚନ୍ଦ୍ରଙ୍କ ସଙ୍ଗେ ତୁଳନା କରାଯାଏ ତାଙ୍କ କବିତାରେ ସମ୍ରାଟ ଆକବର ମୁଗ୍ଧ ହୋଇ ତାଙ୍କୁ 'ମନ୍ସବ୍' (ମାସିକ700ଟଙ୍କାର ବୃତ୍ତି) ଦେଇଥିଲେ ଓ ଉକ୍ତଧନ ସେ ଗରିବ, ଦୁଃଖୀଙ୍କୁ ବିରତଣ କରୁଥିଲେ ତାଙ୍କର କବିତାରେ ଆବାଳବୃଦ୍ଧବନିତା ସମସ୍ତେ ମୁଗ୍ଧ ଓଡ଼ିଶାରେ ଓ ବଙ୍ଗ ଦେଶରେ ତାଙ୍କର କେତେଗୋଟି ହିନ୍ଦୀ ସଙ୍ଗୀତ ଗାୟକ— ମାନେ ବୋଲନ୍ତି
- ଦେ. ବି — [ରସଚକ୍ର ପତ୍ରିକାରୁ ଉଦ୍ଧୃତ]
- ଦେ. ବି — ଭୀମ ଭୋଇଙ୍କର ଗୁରୁଦତ୍ତ ନାମ — The name given to Bhīma Bhoi by his preceptor
- ଦେ. ବି — [ଦ୍ର—ଭୀମଭୋଇ ରେଢ଼ାଖୋଲ ରାଜ୍ୟର ଅନ୍ତର୍ଗତ ଗ୍ରାମଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜାତିରେ କନ୍ଧ ଓ ଜନ୍ମରୁ ଅନ୍ଧ ଥିଲେ। ଗୁରୁ ମହିମାଗୋସାଇଁଙ୍କ ଅନୁଗ୍ରହରୁ ତାଙ୍କ ଚକ୍ଷୁକୁ ଦେଖାଗଲା। ସେ ମହିମାଗୋସାଇଁଙ୍କଠାରୁ ମହିମାଧର୍ମର ଉପଦେଶ ଗ୍ରହଣ କରିଥିଲେ ଏବଂ ଗୁରୁଙ୍କ ଦୟାରେ ଭୀମଙ୍କଠାରେ ଅଲୌକିକ କବିତାଶକ୍ତି ପ୍ରକାଶ ପାଇଲା। ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୂପଣ, ଶ୍ରୁତିନିଷେଧ ନିର୍ବେଦସାଧନା ପ୍ରଭୃତି ଗ୍ରନ୍ଥ ତାଙ୍କ ରଚିତ। ତାହାଙ୍କ ଭଜନ ଓ ଜଣାଣମାନଙ୍କରେ ମହିମାଧର୍ମ ଓ ମହିମାଗୋସାଇଁଙ୍କ ଲୀଳା— ବିବରଣ ପ୍ରଥମେ ପ୍ରକାଶିତ ହୋଇଥିଲା। ଭୀମ ଭୋଇ କେତେକ ଦିନ ରେଢ଼ାଖୋଲଲେ ରହି ତତ୍ପରେ ସେ ସ୍ଥାନ ତ୍ୟାଗ କରି ସୁନୁପୁର (ସୋନପୁର) ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ଗୋଟିଏ ମଠ ନିର୍ମାଣ କରାଇ ଗୃହସ୍ଥାଶ୍ରମୀ ହୋଇ ରହିଥିଲେ। ସେ ଅଞ୍ଚଳର ସାଧାରଣ ଲୋକେ ଭୀମ ଭୋଇଙ୍କୁ ମହାପୁରୁଷ ଜ୍ଞାନ କରି ତାହାଙ୍କଠାରୁ ଧର୍ମ ଉପଦେଶ ଗ୍ରହଣ କରି ତାଙ୍କ ସେବା ପୂଜାରେ ରତ ରହୁଥିଲେ। ସେହି ମଠରେ ଭୀମ ଭୋଇ ମାନବଲୀଳା ସମ୍ବରଣ କରିଥିଲେ। ବର୍ତ୍ତମାନ ସେ ସ୍ଥାନରେ ତାଙ୍କର ଗୋଟିଏ ସମାଧି ମନ୍ଦିର ଓ ମଠ ରହିଅଛି। ସନ୍ଦର୍ଭ ଲେଖକ—ଅବଧୂତ ଶ୍ରୀ ବିଶ୍ୱନାଥ ବାବା।]