ସୁଭଦ୍ରା Subhadrā

  • ସଂ. ବିଣ. ସ୍ତ୍ରୀ (ସୂଭଦ୍ର+ଆ) — ସୁଭଦ୍ରର ସ୍ତ୍ରୀଲିଙ୍ଗ — Feminine of Subhadra
  • ବି. ସ୍ତ୍ରୀ (ନାମ) — ଅର୍ଜ୍ଜୁନଙ୍କ ଦ୍ୱିତୀୟା ପତ୍ନୀ; ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଭଗିନୀ; ବସୁଦେବଙ୍କ ଔରସରେ ରୋହିଣୀ ଗର୍ଭଜାତା କନ୍ଯା — Name of the second wife of Arjuna
  • ବି. ସ୍ତ୍ରୀ (ନାମ) — [ଦ୍ର—ଏ ଯୁବତୀ ହେବା ପରେ ଅର୍ଜ୍ଜୁନଙ୍କ ଦୃଷ୍ଟିରେ ପଡ଼ିବାରୁ ସେ ଏହାଙ୍କ ରୂପରେ ମୁଗ୍ଧ ହୋଇ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁସାରେ ଏହାଙ୍କୁ ହରଣ କରି ବିବାହ କଲେ। ଏହାଙ୍କ ଗର୍ଭରୁ ଅର୍ଜ୍ଜୁନଙ୍କ ଔରସରେ ଅଭିମନ୍ୟୁ ଜନ୍ମ ହୋଇଥିଲେ। ପାଣ୍ଡବମାନଙ୍କ ବନବାସ କାଳରେ ସୁଭଦ୍ରା ପୁତ୍ର ସହିତ ପିତୃଗୃହରେ ଅବସ୍ଥାନ କଲେ। କୁରୁକ୍ଷେତ୍ର ଯୁଦ୍ଧରେ ଅଭିମନ୍ୟୁଙ୍କ ମୃତ୍ୟୁରେ ଏ ଅତି ଶୋକସନ୍ତପ୍ତା ହୋଇଥିଲେ; କିନ୍ତୁ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରାଙ୍କ ଗର୍ଭରୁ ପରୀକ୍ଷିତ ଜନ୍ମ ହେବାରୁ ଏ କଥଞ୍ଚିତ ସାନ୍ତ୍ୱନା ଲାଭ କଲେ। ପାଣ୍ଡବମାନେ ମହାପ୍ରସ୍ଥାନ କରିବାରୁ ସୁଭଦ୍ରା ପୌତ୍ର ପରୀକ୍ଷିତଙ୍କ ସଙ୍ଗେ ହସ୍ତିନାରେ ରହି ଶେଷ ଜୀବନ ତପଶ୍ଚରଣରେ କଟାଇଥିଲେ।]
  • ବି. ସ୍ତ୍ରୀ (ନାମ) — ଦୁର୍ଗାଙ୍କର ଏକ ରୂପ (ହି. ଶ) — One of the forms of Durgā
  • ବି. ସ୍ତ୍ରୀ (ନାମ) — ସଙ୍ଗୀତରେ ଏକ ଶ୍ରୁତିର ନାମ (ହି. ଶ) — Name of a musical Ṡruti
  • ବି. ସ୍ତ୍ରୀ (ନାମ) — (ନାମ) ଅନିରୁଦ୍ଧଙ୍କ ପତ୍ନୀ (ହି. ଶ) — Name of the wife of Anuruddha
  • ବି. ସ୍ତ୍ରୀ (ନାମ) — (ନାମ) ବଳିଙ୍କ କନ୍ଯା ଓ ଅବୀକ୍ଷିତଙ୍କ ପତ୍ନୀ (ହି. ଶ) — Name of a daughter of Baḻi
  • ବି. ସ୍ତ୍ରୀ (ନାମ) — ଶାରିବା (ହି. ଶ) — Hemidesmus Indicus
  • ବି. ସ୍ତ୍ରୀ (ନାମ) — ଗମ୍ଭାରୀ [ହି. ଶ] — Gmelina Arborea
  • ବି. ସ୍ତ୍ରୀ (ନାମ) — ଏକପ୍ରକାର ଘାସ [ହି. ଶ] — A kind of grass
  • ଦେ. ବି — ପୁରୀରେ ଜଗନ୍ନାଥ ଓ ବଳଭଦ୍ରଙ୍କ ପ୍ରତିମା ମଧ୍ୟରେ ପ୍ରତିଷ୍ଠିତା ହସ୍ତହୀନା ମୂର୍ତ୍ତି — Name of the idol placed between the idols of Jagannatha and Baḻabhadra in the temple at Puri
  • ଦେ. ବି — ସ୍ତ୍ରୀଲୋକଙ୍କ ନାମ — A name given to females