ସୁନ୍ନତ୍ Sunnat
- ବୈଦେ. ବି (ଆ. ସୁନ୍ନତ୍) — ମୁସଲ୍ମାନ ବାଳକ— ମାନଙ୍କର ଲିଙ୍ଗାଗ୍ରଚର୍ମଛେଦରୂପ ସଂସ୍କାର — The ceremony of removing the foreskin of Muslim boys
- ବୈଦେ. ବି (ଆ. ସୁନ୍ନତ୍) — [ଦ୍ର— ବ୍ରାହ୍ମଣ ବାଳକଙ୍କ ଉପନୟନ ବ୍ରତ ଆଦି ସଂସ୍କାର ପରି ମୁସଲ୍ମାନ ବାଳକଙ୍କ ଲିଙ୍ଗାଗ୍ରଭାଗକୁ ଘୋଡ଼ାଇଥିବା ଚର୍ମକୁ ଖୁର ସାହାଯ୍ୟରେ କାଟି ଦେବା ଗୋଟିଏ ସଂସ୍କାର। ସ୍ୱାସ୍ଥ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ଏହି ଚର୍ମାବରଣ ମଧ୍ୟରେ ମଇଳା ଜମି ଯାଇ ଚୁଚୁନ୍ଦ୍ରି ଆଦି ନାନା ରୋଗ ସୃଷ୍ଟି କରେ ଏବଂ ବାଲ୍ୟ କାଳରେ ସୁନତ୍ କରିବାଦ୍ୱାରା ସେ ଆଶଙ୍କା ଦୂର ହୁଏ।]
- ବୈଦେ. ବି (ଆ. ସୁନ୍ନତ୍) — (ଆ. ସୁନ୍ନତ୍) ମୁସଲମାନମାନଙ୍କ ଧର୍ମପ୍ରବର୍ତ୍ତକ ଈଶ୍ୱପ୍ରେରିତ ହଜରତ୍ ମହମ୍ମଦଙ୍କ ମୁଖରୁ ଶୁଣିଥିବା କିମ୍ବା ତାଙ୍କୁ ଦେଖିଥିବା ବ୍ଯକ୍ତିଙ୍କଦ୍ୱାରା ପ୍ରକାଶ କରା ଯାଇଥିବା କିମ୍ବଦନ୍ତୀ ମୂଳକ ଆଚାର — Traditions handed down from the Prophet Mohammad by any person who saw or beard him
- ବୈଦେ. ବି (ଆ. ସୁନ୍ନତ୍) — [ଦ୍ର—ଏହି କିମ୍ବଦନ୍ତୀର ଅନ୍ଯ ନାମ 'ହାଦିସ୍' ଓ ସୁନ୍ନୀମାନେ ଏହି କିମ୍ବଦନ୍ତୀଦ୍ୱାରା ପରିଚାଳିତ ହୁଅନ୍ତି।
- ବୈଦେ. ବି (ଆ. ସୁନ୍ନତ୍) — ମୁସଲ୍ମାନଙ୍କ ଲିଙ୍ଗାଗ୍ର ଛେଦନ ବିଧି ଗୋଟିଏ ସୁନ୍ନତ୍ ବା ମହମ୍ମଦଙ୍କ ପ୍ରକାଶିତ କିମ୍ବଦନ୍ତୀମୂଳକ ଆଚାର ଅଟେ। ମହମ୍ମଦ ଜନ୍ମ ହେଲାବେଳେ ତାଙ୍କର ଲିଙ୍ଗାଗ୍ରରେ ଆବରକଚର୍ମ ନଥିଲା। ଏଥିରୁ ମୁସଲ୍ମାନ୍ମାନେ ମନେ କରନ୍ତି ଯେ, ମାତୃଗର୍ଭରୁ ତାଙ୍କ ଲିଙ୍ଗାଗ୍ରର ଚର୍ମ ଛେଦିତ ହୋଇ— ଥିଲା। ଏହି କିମ୍ବଦନ୍ତୀକୁ ଅବଲମ୍ବନ କରି ମୁସଲମାନ୍ ବାଳକମାନଙ୍କର ସୁନତ୍ କରାଯାଏ।]