ସୁନ୍ଦର ବନ Sundara bana
- ଦେ. ବି (ନାମ) — (ଏଠାରେ ସୁନ୍ଦର କାଠର ବହୁ ବୃକ୍ଷ ଥିବାରୁ ଏହି ନାମ) ଗଙ୍ଗା— ନଦୀର ମୁହାଣରେ ନିମ୍ନ ଭୂମିରେ ଥିବା ବିସ୍ତୃତ ଅରଣ୍ୟ — The Sunderbans, the delatic forest at the mouth of the Ganges
- ଦେ. ବି (ନାମ) — [ଦ୍ର—ଗଙ୍ଗା (ହୁଗୁଳି) ଓ ବ୍ରହ୍ମପୁତ୍ର (ପଦ୍ମା) ମିଳିତ ହୋଇ ମେଘନା ମୁହାଣ ନାମ ଧାରଣ କରି ବଙ୍ଗୋପସାଗରରେ ପଡ଼ିଥିବା ଅଞ୍ଚଳକୁ ସୁନ୍ଦରବଣ ବୋଲାଯାଏ। ଏହା ଚବିଶ ପରଗନା, ଖୁଲନା ଓ ବାଖରଗଞ୍ଜ ଜିଲ୍ଲାମାନଙ୍କ ଦକ୍ଷିଣରେ ଅବସ୍ଥିତ। ଏ ନଦୀଦ୍ୱୟ ବହୁ ଶାଖା ହୋଇ ସମୁଦ୍ରରେ ପଡ଼ିଅଛି। ସୁନ୍ଦରବଣ ପଶ୍ଚିମରେ ହୁଗୁଳିନଦୀର ମୁହାଣଠାରୁ ପୂର୍ବରେ ପଦ୍ମାର ମୁହାଣ ପର୍ଯ୍ୟନ୍ତ ବିସ୍ତୃତ। ଏଥିର ବୃହତ୍ତମ ଦୈର୍ଘ୍ୟ (ପୂର୍ବ—ପଶ୍ଚିମ) 16 ମାଇଲ ଓ ବୃହତ୍ତମ ପ୍ରସ୍ଥ (ଉତ୍ତର—ଦକ୍ଷିଣ) 81 ମାଇଲ ଏବଂ କ୍ଷେତ୍ରଫଳ 7532 ବର୍ଗମାଇଲ। ଏହି ଅଞ୍ଚଳର ଶାସନ ଭାର ଜଣେ କମି— ସନର୍ଙ୍କଠାରେ ନ୍ୟସ୍ତ। ଏହା ବିସ୍ତୀର୍ଣ୍ଣ ଜଳାଭୂମି ଓ ଅରଣ୍ୟାନୀ ଅଟେ। ଏ ଅଞ୍ଚଳର ସ୍ଥାନେ ସ୍ଥାନେ ପରସ୍ପର— ବିଚ୍ଛିନ୍ନ ବସତବାଟୀ, ବନ୍ଧାଘାଟ ଓ ଇଟା କାମର ଧ୍ୱଂସାବଶେଷ ଦେଖାଯାଏ; କିନ୍ତୁ ତହିଁର କିଛି ଇତିହାସ ଆଜିଯାକେ ମିଳି ନାହିଁ। ଏହି ବିସ୍ତୀର୍ଣ୍ଣ ଭୂଖଣ୍ଡ ସମୁଦ୍ର ଓ ନଦୀ ଜଳଦ୍ୱାରା ଧୌତ ହୋଇ ସମୁଦ୍ର ବାହିତ ବାଲୁକାସ୍ତରପାତଦ୍ୱାରା କ୍ରମଶଃ ଉଚ୍ଚ ହେଉଅଛି। ଏ ଅଞ୍ଚଳ ଛୋଟ ବଡ଼ ବହୁ ଦ୍ୱୀପ ଓ ଉପଦ୍ୱୀପରେ ପୂର୍ଣ୍ଣ। ଏହି ଭୀଷଣ ଅରଣ୍ୟାନୀରେ ବ୍ୟାଘ୍ର, ବନ୍ୟମହିଷ, ବରାହ, ଗଣ୍ଡାର, ନାନାଜାତୀୟ ମୃଗ, ପକ୍ଷୀ, ବିଷଧର ସର୍ପ ଓ ଜଳରେ ମତ୍ସ୍ୟ, କୁମ୍ଭୀର ହାଙ୍ଗର ପ୍ରଭୃତି ଅଛନ୍ତି। ବହୁ ଲୋକ ଜଙ୍ଗଲ କାଟି ଓ ନିମ୍ନ ଜମିରେ ବନ୍ଧ ପକାଇ ସହସ୍ର ସହସ୍ର ଏକର୍ ଜମି ଆବାଦ କରିଅଛନ୍ତି ଓ ଜମି ପାଇଁ ଗଭର୍ଣ୍ଣମେଣ୍ଟଙ୍କୁ 4 ଲକ୍ଷ ଟଙ୍କା ରାଜସ୍ୱ ମିଳୁଅଛି। ଜଳାଭୂମିରେ ଲୋକେ ଖୁଣ୍ଟ ପୋତି ଓ ଉଚ୍ଚ ମୂଳଦୁଆ ସ୍ଥାପନ କରି ଘର କରିଅଛନ୍ତି। ଏ ଅଞ୍ଚଳରେ ସୁନ୍ଦରୀ ନାମକ ଦୃଢ଼ କାଠ ବହୁ ପରିମାଣରେ ମିଳେ—ବିଶ୍ୱକୋଷ।] — [ଦ୍ର—ଗଙ୍ଗା (ହୁଗୁଳି) ଓ ବ୍ରହ୍ମପୁତ୍ର (ପଦ୍ମା) ମିଳିତ ହୋଇ ମେଘନା ମୁହାଣ ନାମ ଧାରଣ କରି ବଙ୍ଗୋପସାଗରରେ ପଡ଼ିଥିବା ଅଞ୍ଚଳକୁ ସୁନ୍ଦରବଣ ବୋଲାଯାଏ ଏହା ଚବିଶ ପରଗନା, ଖୁଲନା ଓ ବାଖରଗଞ୍ଜ ଜିଲ୍ଲାମାନଙ୍କ ଦକ୍ଷିଣରେ ଅବସ୍ଥିତ ଏ ନଦୀଦ୍ୱୟ ବହୁ ଶାଖା ହୋଇ ସମୁଦ୍ରରେ ପଡ଼ିଅଛି ସୁନ୍ଦରବଣ ପଶ୍ଚିମରେ ହୁଗୁଳିନଦୀର ମୁହାଣଠାରୁ ପୂର୍ବରେ ପଦ୍ମାର ମୁହାଣ ପର୍ଯ୍ୟନ୍ତ ବିସ୍ତୃତ ଏଥିର ବୃହତ୍ତମ ଦୈର୍ଘ୍ୟ (ପୂର୍ବ—ପଶ୍ଚିମ)16ମାଇଲ ଓ ବୃହତ୍ତମ ପ୍ରସ୍ଥ (ଉତ୍ତର—ଦକ୍ଷିଣ)81ମାଇଲ ଏବଂ କ୍ଷେତ୍ରଫଳ7532ବର୍ଗମାଇଲ ଏହି ଅଞ୍ଚଳର ଶାସନ ଭାର ଜଣେ କମି— ସନର୍ଙ୍କଠାରେ ନ୍ୟସ୍ତ ଏହା ବିସ୍ତୀର୍ଣ୍ଣ ଜଳାଭୂମି ଓ ଅରଣ୍ୟାନୀ ଅଟେ ଏ ଅଞ୍ଚଳର ସ୍ଥାନେ ସ୍ଥାନେ ପରସ୍ପର— ବିଚ୍ଛିନ୍ନ ବସତବାଟୀ, ବନ୍ଧାଘାଟ ଓ ଇଟା କାମର ଧ୍ୱଂସାବଶେଷ ଦେଖାଯାଏ; କିନ୍ତୁ ତହିଁର କିଛି ଇତିହାସ ଆଜିଯାକେ ମିଳି ନାହିଁ ଏହି ବିସ୍ତୀର୍ଣ୍ଣ ଭୂଖଣ୍ଡ ସମୁଦ୍ର ଓ ନଦୀ ଜଳଦ୍ୱାରା ଧୌତ ହୋଇ ସମୁଦ୍ର ବାହିତ ବାଲୁକାସ୍ତରପାତଦ୍ୱାରା କ୍ରମଶଃ ଉଚ୍ଚ ହେଉଅଛି ଏ ଅଞ୍ଚଳ ଛୋଟ ବଡ଼ ବହୁ ଦ୍ୱୀପ ଓ ଉପଦ୍ୱୀପରେ ପୂର୍ଣ୍ଣ ଏହି ଭୀଷଣ ଅରଣ୍ୟାନୀରେ ବ୍ୟାଘ୍ର, ବନ୍ୟମହିଷ, ବରାହ, ଗଣ୍ଡାର, ନାନାଜାତୀୟ ମୃଗ, ପକ୍ଷୀ, ବିଷଧର ସର୍ପ ଓ ଜଳରେ ମତ୍ସ୍ୟ, କୁମ୍ଭୀର ହାଙ୍ଗର ପ୍ରଭୃତି ଅଛନ୍ତି ବହୁ ଲୋକ ଜଙ୍ଗଲ କାଟି ଓ ନିମ୍ନ ଜମିରେ ବନ୍ଧ ପକାଇ ସହସ୍ର ସହସ୍ର ଏକର୍ ଜମି ଆବାଦ କରିଅଛନ୍ତି ଓ ଜମି ପାଇଁ ଗଭର୍ଣ୍ଣମେଣ୍ଟଙ୍କୁ4ଲକ୍ଷ ଟଙ୍କା ରାଜସ୍ୱ ମିଳୁଅଛି ଜଳାଭୂମିରେ ଲୋକେ ଖୁଣ୍ଟ ପୋତି ଓ ଉଚ୍ଚ ମୂଳଦୁଆ ସ୍ଥାପନ କରି ଘର କରିଅଛନ୍ତି ଏ ଅଞ୍ଚଳରେ ସୁନ୍ଦରୀ ନାମକ ଦୃଢ଼ କାଠ ବହୁ ପରିମାଣରେ ମିଳେ—ବିଶ୍ୱକୋଷ]