ସୁନା Sunā

  • ଦେ. ବି (ସଂ. ସ୍ୱର୍ଣ୍ଣ) — ପ୍ରସିଦ୍ଧ ହରିଦ୍ରାଭ ଧାତୁ; ସୁବର୍ଣ୍ଣ — Glod
  • ଦେ. ବି (ସଂ. ସ୍ୱର୍ଣ୍ଣ) — [ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଧୁର— ତିକ୍ତକଷାୟରସ, ମଧୁରବିପାକ, ଶୀତବୀର୍ଯ୍ୟ, ପିଛିଳ, ଗୁରୁପାକ, ପୁଷ୍ଟିକର, ମେଧାବର୍ଦ୍ଧକ, ବାକ୍ୟର ଶୁଦ୍ଧିକାରକ, ଚକ୍ଷୁର୍ହିତକର, ଆୟୁ ଓ ସ୍ମୃତିବର୍ଦ୍ଧକ ଏବଂ ବିବିଧ ରୋଗର ଉପଶମକର। ଜାରିତସ୍ୱର୍ଣ୍ଣ ଓ ସ୍ୱର୍ଣ୍ଣ— ଘଟିତ ଔଷଧ ଓ ସ୍ୱର୍ଣ୍ଣଭସ୍ମ ଆୟୁର୍ବେଦରେ ଗୋଟିଏ ପ୍ରଧାନ ରସାୟନ ଅଟେ।]
  • ଦେ. ବି (ସଂ. ସ୍ୱର୍ଣ୍ଣ) — ସୁନାପରି ମୂଲ୍ୟବାନ୍ ବସ୍ତୁ — Anything as valuable as gold
  • ଦେ. ବି (ସଂ. ସ୍ୱର୍ଣ୍ଣ) — ଉତ୍ତମ ବାଳକ ବା ବାଳିକା — A good boy or girl
  • ଦେ. ବି (ସଂ. ସ୍ୱର୍ଣ୍ଣ) — ଶିଶୁ ଓ ପ୍ରଣୟିନୀଙ୍କ ପ୍ରତି ସ୍ନେହ ସମ୍ବୋଧନ — An endearing address to a child or one's sweetheart
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ଉ—ସତେ କାହିଁ ଛପାଇଛ ଅମ୍ବର, ସୁନାପୁଅ ପରା। କବିସୂର୍ଯ୍ୟ, ରତ୍ନାକର ଚମ୍ପୂ।)
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ଶିଶୁରଞ୍ଜନ ଭାଷା) ପ୍ରିୟତମ ଶିଶୁର ଲିଙ୍ଗ); ଗୁଡ଼ — (A term of the nursery) An euphemistic term used for the penis of a child
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ସ୍ତ୍ରୀ) ସ୍ତ୍ରୀଙ୍କ ନାମ — A name given to females
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ସ୍ତ୍ରୀ) ସ୍ୱର୍ଣ୍ଣମୟୀ ଓ ସୁନାମଣିର ଡାକ ନାମ — Name for calling 'Swarṇṇamayī' and 'Sunāmaṇi'
  • ଦେ. ବି (ସଂ. ସ୍ୱର୍ଣ୍ଣ) — (ପୁଂ) ପୁରୁଷଙ୍କୁ ଦିଆଯିବା ନାମ — A name given to males
  • ଦେ. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — ସ୍ୱର୍ଣ୍ଣନିର୍ମିତ — Made of gold
  • ଦେ. ବିଣ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ) — (ଯଥା—ସୁନା ମୁଦି)