ସୁନାରି Sunāri

  • ସଂ. ବି — (ସଂ. ସ୍ୱର୍ଣ୍ଣକାର) ବଣିଆ — Goldsmith
  • ସଂ. ବି — [ଉ—ଲୋପାମୁଦ୍ରା ଦେଖିଣ ସନ୍ତୋଷ ହୋଇଲେ, ସୁନାରିକି ଡାକିଣ ଗଢ଼ାଅ ବୋଇଲେ—କୃଷ୍ଣସିଂହ, ମହା— ଭାରତ, ବନ।]
  • ସଂ. ବି — (ସଂ. ସ୍ୱର୍ଣ୍ଣାଙ୍ଗ; ସୁବର୍ଣ୍ଣକ) ଆରଗ୍ବଧ ଗଛ; ସୁନାରି ଗଛ — A tree; Cassia Fistula
  • ସଂ. ବି — [ଦ୍ର— ଏହାର ଫୁଲ ସୁନେଲି ରଙ୍ଗ ଥିବାରୁ ଏପରି ନାମ ହୋଇଅଛି। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଗୁରୁ, ମଧୁର, ଶୀତଳ ଓ ସୁବିରେଚକ। ଏହା ଜ୍ୱର, ହୃଦ୍ରୋଗ, ପିତ୍ତ, ରକ୍ତ, ବାତ, ଉଦାବର୍ତ୍ତ ଓ ଶୂଳ ରୋଗରେ ଉପ— କାରୀ। ଏହାର ପତ୍ର ରୋଚକ ଓ କଫମେଦହର। ଏହାର ଫୁଲ ସୁସ୍ୱାଦୁ, ତିକ୍ତ, ଶୀତବୀର୍ଯ୍ୟ ଓ ମଳସଂଗ୍ରାହକ। ଏହାର ଫଳ (ଛୁଇଁ) ଅତ୍ୟନ୍ତ ଲମ୍ବ। ଏହା ବିରେଚକ, ରୁଚିକର ଓ କୁଷ୍ଠପିତ୍ତକଫନାଶକ। ମଜ୍ଜା ବା ଫଳର ଅଠା ମଧୁର ବିପାକ, ସ୍ନିଗ୍ଧ, ଅଗ୍ନିବର୍ଦ୍ଧକ, ରେଚକ ଏବଂ ପିତ୍ତବାୟୁନାଶକ।
  • ସଂ. ବି — ଏହା କଞ୍ଚନାଦି ବର୍ଗର ଛୋଟ ତରୁ। ଏହାର ପତ୍ର ପକ୍ଷାକାର; ଫୁଲର ରଙ୍ଗ ସୁନେଲି। ଗ୍ରୀଷ୍ମକାଳରେ ଏଥିରେ ଫୁଲ ଫୁଟେ। ଫୁଲ ମଧ୍ୟରେ 3 ଟି ଦୀର୍ଘ ପୁଂ— କେଶର ଓ ଫୁଲର ଗର୍ଭନାଡ଼ 4 ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ। ଏହାର ଫଳ (ଛୁଇଁ) ଲମ୍ବରେ 1 ୳ ହାତ ପର୍ଯ୍ୟନ୍ତ ବଢ଼େ। ଏହା ଗୋଲ ଓ ଗାଢ଼ ରକ୍ତବର୍ଣ୍ଣ। ଏଥିର କାଠ ନାଲି ଓ ଦୃଢ଼। ଏଥିର ଛେଲିସିଝା ପାଣି ଦ୍ୱାରା ଚମଡ଼ା କଷା ହୁଏ।] — ଏହା କଞ୍ଚନାଦି ବର୍ଗର ଛୋଟ ତରୁ ଏହାର ପତ୍ର ପକ୍ଷାକାର; ଫୁଲର ରଙ୍ଗ ସୁନେଲି ଗ୍ରୀଷ୍ମକାଳରେ ଏଥିରେ ଫୁଲ ଫୁଟେ ଫୁଲ ମଧ୍ୟରେ3ଟି ଦୀର୍ଘ ପୁଂ— କେଶର ଓ ଫୁଲର ଗର୍ଭନାଡ଼4ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ ଏହାର ଫଳ (ଛୁଇଁ) ଲମ୍ବରେ1୳ ହାତ ପର୍ଯ୍ୟନ୍ତ ବଢ଼େ ଏହା ଗୋଲ ଓ ଗାଢ଼ ରକ୍ତବର୍ଣ୍ଣ ଏଥିର କାଠ ନାଲି ଓ ଦୃଢ଼ ଏଥିର ଛେଲିସିଝା ପାଣି ଦ୍ୱାରା ଚମଡ଼ା କଷା ହୁଏ]