ସୁନା ଭସ୍ମ Sunā bhasma
- ଦେ. ବି — ସ୍ୱର୍ଣ୍ଣ ଭସ୍ମ; ଜାରିତ ସ୍ୱର୍ଣ୍ଣର ପାଉଁଶ — Gold oxide
- ଦେ. ବି — [ଦ୍ର—ଏହା ଔଷଧରେ ଲାଗେ। କବିରାଜ— ମାନେ ନାନା ଉପାୟରେ ସୁନାକୁ ଭସ୍ମ କରନ୍ତି। ସବୁ ଧାତୁର ଭସ୍ମ ହୁଏ। ସାଧାରଣତଃ ଦୁଇ ପ୍ରଣାଳୀରେ ଏହା ହୁଏ। ଗୋଟିଏ ହଟ ମାରଣ ଓ ଅନ୍ୟଟି ପୁଟ ମାରଣ ହଟ ମାରଣରେ ଏକ ଦିନରେ ଭସ୍ମ ପ୍ରସ୍ତୁତ ହୁଏ ମାତ୍ର ପୁଟ ମାରଣରେ ବହୁ ଦିନ ଲାଗେ। ପୁଟ ମାରଣ ଦ୍ୱାରା ପ୍ରସ୍ତୁତ ଭସ୍ମ ବେଶି ଫଳପ୍ରଦ। ପ୍ରଥମେ ସୁନାକୁ ଶୋଧନ କରିବାକୁ ହୁଏ। ସୁନାକୁ ଉତ୍ତପ୍ତ କରି ତୈଳରେ ପକାଇ; ପୁଣି ଉତ୍ତପ୍ତ କରି ଘୃତରେ ପକାଇ, ପୁଣି ଉତ୍ତପ୍ତ କରି ପୋକ ସୁଙ୍ଘା ପତ୍ର ରସରେ ପକାଇ ପୁଣି ଉତ୍ତପ୍ତ କଲେ ଏହା ଶୋଧିତ ହୁଏ। ଏହି ଶୋଧିତ ସୁନାକୁ ଏକଜାତୀୟ ପତ୍ରର ରସ ସହିତ ସରାରେ ପୂରାଇ ଅଗ୍ନି ମଧ୍ୟରେ ରଖିବାକୁ ହୁଏ। ଏହିପରି ସାତ ଦିନ ଭିନ୍ନ ଭିନ୍ନ ସାତ ପ୍ରକାର ପତ୍ରର ରସରେ ପାକ କଲେ ଶେଷ ଦିନ ସୁନା ଭସ୍ମ ପ୍ରସ୍ତୁତ ହୁଏ। ଏହି ପତ୍ରମାନଙ୍କର ନାମ ବୈଦ୍ୟଶାସ୍ତ୍ରମାନଙ୍କରେ ଲେଖା ଅଛି। ସୁନା ଭସ୍ମ ବହୁ ଔଷଧରେ ବ୍ଯବହୃତ ହୁଏ।]