ସୁଧନ୍ୱା Sudhanwā
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ଶ୍ରେଷ୍ଠ ଧାନୁଷ୍କ; ଉତ୍କୃଷ୍ଟ ଧନୁର୍ଦ୍ଧର (ମେଦିନୀ) — An excellent archer; a master bowman
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ବିଶ୍ୱକର୍ମା (ମେଦିନୀ) — The Divine Architect
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ଜନୈକ ନୃପ — Name of a king
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — [ଦ୍ର—ଭଦ୍ରାବତୀପୁରରେ ହଂସଧ୍ୱଜ ନାମରେ ଜଣେ ରାଜା ଥିଲେ। ସେ ନିଜେ ପରମ ବୈଷ୍ଣବ ଏବଂ ତାଙ୍କର ଦୁଇ ପୁତ୍ର ସୁରଥ ଓ ସୁଧନ୍ୱା ଠିକ୍ ସେହିପରି ବିଷ୍ଣୁ— ଭକ୍ତ ଥିଲେ।
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ଯୁଧିଷ୍ଠିରଙ୍କ ସଙ୍କଳ୍ପିତ ଅଶ୍ୱମେଧ ଯଜ୍ଞର ଅର୍ଜ୍ଜୁନ— ରକ୍ଷିତ ଅଶ୍ୱ ନାନା ଦେଶ ଭ୍ରମଣ କରି ଏହି ଭଦ୍ରାବତୀ— ପୁରରେ ଆସି ପହଞ୍ଚିଲା। ବିଷ୍ଣୁଭକ୍ତ ହଂସଧ୍ୱଜ, କୃଷ୍ଣଙ୍କ ଦର୍ଶନ— ଲାଭର ମହାସୁଯୋଗ ଉପସ୍ଥିତ ହେବା ଦେଖି, ଉକ୍ତ ଅଶ୍ୱକୁ ବନ୍ଧନ କଲେ; କେବଳ ଏତିକି ନୁହେ, ସେ କୃଷ୍ଣସଖା ଅର୍ଜୁନଙ୍କୁ ଧରିବାଲାଗି ପ୍ରସ୍ତୁତ ହେଲ; ଯୁଦ୍ଧ ଲାଗି ବିପୁଳ ଆୟୋଜନ ହେଲା। ରାଜା ଘୋଷଣା କଲେ, ଯେ ଅର୍ଜୁନଙ୍କ ବିରୁଦ୍ଧରେ ଯୁଦ୍ଧରେ ଯୋଗଦାନ ନ କରିବ, ନିକଟଆତ୍ମୀୟ ହେଲେ ସୁଦ୍ଧା ତାହାକୁ ତପ୍ତତୈଳପୂର୍ଣ୍ଣ କଟାହରେ ନିଷେପ କରାଯିବ।
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ହରିଭକ୍ତ ମହାବୀର ସୁଧନ୍ୱା ମଧ୍ୟ ଯୁଦ୍ଧ ଲାଗି ସମୁତ୍ସୁକ ହେଲେ; ଯୁଦ୍ଧାର୍ଥ ପ୍ରସ୍ତୁତ ହୋଇ ଭାର୍ଯ୍ୟା ଓ ଜନନୀଙ୍କ— ସଙ୍ଗେ ଦେଖା କରିବାକୁ ଗଲେ। ପତ୍ନୀଙ୍କ ନିକଟରୁ ବିଦାୟ ନେଇ ଆସୁ ଆସୁ ଟିକିଏ ବିଳମ୍ବ ହୋଇଗଲା।
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ଏଣେ ଯଥା ସମୟରେ ପୁତ୍ରଙ୍କୁ ଉପସ୍ଥିତ ହେବା ନ ଦେଖି ହଂସଧ୍ୱଜ ପୂର୍ବ ପ୍ରତିଜ୍ଞାନୁସାରେ ସୁଧନ୍ୱାଙ୍କୁ ତପ୍ତ ତୈଳପୂର୍ଣ୍ଣ କଟାହରେ ନିକ୍ଷେପ କରିବାକୁ ଆଦେଶ ଦେଲେ।
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — କୃଷ୍ଣଭକ୍ତ ସୁଧନ୍ୱା ପିତୃ ଆଦେଶ ପାଳନ କରିବାରେ ବିଚଳିତ ହେଲେ ନାହିଁ। ତାହାଙ୍କୁ ତପ୍ତତୈଳ କଟାହରେ ନିକ୍ଷିପ୍ତ କରାଗଲା। କିନ୍ତୁ ଭକ୍ତକୁ ବିଷ୍ଣୁ ରକ୍ଷା କଲେ। କିଛିକ୍ଷଣ ପରେ ସୁଧନ୍ୱା କୃଷ୍ଣନାମ ମୁଖରେ ଉଚ୍ଚାରଣ କରି ଉକ୍ତ ତପ୍ତ କଟାହରୁ ବାହାରିଲେ। ଏହା ଦେଖି ସମସ୍ତେ ବିସ୍ମିତ ହେଲେ।
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ତତ୍ପରେ ଯୁଦ୍ଧ ଆରମ୍ଭ ହେଲା। ଅର୍ଜୁନ କୌଣସି— ରୂପେ ସୁଧନ୍ୱାକୁ ପରାଜିତ କରି ପାରିଲେ ନାହିଁ। ସୁଧନ୍ୱାଙ୍କ ବାଣଘାତରେ ଅର୍ଜୁନଙ୍କ ରଥ ବହୁଦୂର ଉଡ଼ିଯିବାରୁ ଅର୍ଜୁନ କାତରଭାବରେ କୃଷ୍ଣଙ୍କୁ ଧ୍ୟାନ କଲେ। ଶେଷରେ କୃଷ୍ଣଙ୍କ କୌଶଳରେ ସୁଧନ୍ୱାଙ୍କ ମସ୍ତକ ଦେହରୁ ଚ୍ୟୁତ ହୋଇ କୃଷ୍ଣଙ୍କ ପଦକମଳରେ ପଡ଼ି ହରିନାମ ଉଚ୍ଚାରଣ କଲା। ଏହିପରି ସୁଧନ୍ୱାଙ୍କର ମୁକ୍ତି ହେଲା। ସନ୍ଦର୍ଭଲେଖନ—ଶ୍ରୀ ଜଗନ୍ନାଥ ତ୍ରିପାଠୀ, ବି. ଟି.]
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ଅନନ୍ତଦେବ; ଶେଷ- ଦେବ — An incarnation of Bishṇu in the shape of serpent
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ସୂର୍ଯ୍ୟଙ୍କ କନ୍ଯା ତପତୀଙ୍କ ଗର୍ଭଜାତ କୁରୁଙ୍କ ସନ୍ତାନ (ହି. ଶ) — 2. Name of a son of Kuru
- ସଂ. ବି. ପୁଂ [ସୁ+ଧନୁସ୍ (ଧନୁସ—ଧନ୍ୱନ୍) ବହୁବ୍ରୀହି; ସୁନ୍ଦର ଧନୁ ଅଛି ଯାହାର; ସୁଧନ୍ୱନ୍ 1 ମା. 1 ବ] — ବିଷ୍ଣୁ (ହି. ଶ) — Bishṇu