ସୁଦର୍ଶନା Sudarṡanā

  • ସଂ. ବିଣ. ସ୍ତ୍ରୀ (ସୁଦର୍ଶନ+ଆ) — ସୁଦର୍ଶନର ସ୍ତ୍ରୀଲିଙ୍ଗ — Feminine of Sudarṡana
  • ସଂ. ବି. ସ୍ତ୍ରୀ — ସୁନ୍ଦରୀ ନାରୀ — A beautiful woman
  • ସଂ. ବି. ସ୍ତ୍ରୀ — (ବୈଦ୍ୟକ) ଗୁଳ୍ମବିଶେଷ — A medicinal plant
  • ସଂ. ବି. ସ୍ତ୍ରୀ — [ଦ୍ର—ଏହା ମଧୁରତିକ୍ତରସ, ଉଷ୍ଣ, ଓ କଫ, ଶୋଥ, ରକ୍ତ ଓ ବାତ ନାଶକ ଏବଂ ବିଷନାଶକ ଅଟେ। ଏହା କ୍ଷୁପଜାତୀୟ ବନସ୍ପତି। ଏହା ଲୋମନାଶକ; ପତ୍ର ତ୍ରିକୋଣାକାର ଓ ଗୋଲାକାର। ଏଥିର ଫୁଲ ନାନା ରଙ୍ଗର ଓ ଗୁଚ୍ଛ ଗୁଚ୍ଛ ହୋଇ ଫୁଟେ।]
  • ସଂ. ବି. ସ୍ତ୍ରୀ — ଏକ ପ୍ରକାର ମଦିରା (ହି. ଶ) — A kind of wine
  • ସଂ. ବି. ସ୍ତ୍ରୀ — (ନାମ) ଜଣେ ଗନ୍ଧର୍ବୀ (ହି. ଶ) — Name of a Gandharba female
  • ସଂ. ବି. ସ୍ତ୍ରୀ — ପଦ୍ମ— ସରୋବର (ହି. ଶ) — A tank full of lotus
  • ସଂ. ବି. ସ୍ତ୍ରୀ — ଜମ୍ବୁ ବୃକ୍ଷ (ହି. ଶ) — Blackberry tree
  • ସଂ. ବି. ସ୍ତ୍ରୀ — ଇନ୍ଦ୍ରପୁରୀ; ଅମରାବତୀ (ହି. ସ) — The court of Indra
  • ସଂ. ବି. ସ୍ତ୍ରୀ — ଶୁକ୍ଳ ପକ୍ଷ ରାତ୍ରି (ହି. ଶ) — A night of bright lunar fortnight
  • ସଂ. ବି. ସ୍ତ୍ରୀ — ଆଜ୍ଞା; ଆଦେଶ (ହି. ଶ) — Order