ସୁଢଳ ଦେବ Suḍhaḻa deba

  • ଦେ. ବି — ବାମଣ୍ଡାର ପୂର୍ବତନ ଅଧୀଶ୍ୱର — Late Sir Basudeba Sudhala Deb; K.C.I.E
  • ଦେ. ବି — [ଦ୍ର— ଏହାଙ୍କର ପୂର୍ଣ୍ଣ ନାମ ସର୍ ବାସୁଦେବ ସୁଢଳ ଦେବ କେ. ସି. ଆଇ. ଇ.। ଏ ସାହିତ୍ୟରସିକ ଓ ପ୍ରଜାହିତୌଷୀ ଥିଲେ। ଏହାଙ୍କ ଅମଳରେ ଦେବଗଡ଼ ବା ବାମଣ୍ଡା ଓଡ଼ିଆ ସାହିତ୍ୟା— ଲୋଚନାର ଗୋଟିଏ ପ୍ରସିଦ୍ଧ କେନ୍ଦ୍ର ହୋଇଥିଲା।]
  • ଦେ. ବି — ରାଜା ସର୍ ବାସୁଦେବ ସୁଢଳ ଦେବ.) — (K. C. I. E.)ଜନ୍ମ16 5 1850—ତିରୋଭାବ19 11 1903
  • ଦେ. ବି — ବାମଣ୍ଡାର ସ୍ୱର୍ଗତ ନରପତି ସର୍ ବାସୁଦେବ ସୁଢଳ ଦେବ କେ.ସି.ଆଇ.ଇ.ଙ୍କ ପବିତ୍ର ଜୀବନଗାଥା ସମଗ୍ର ଉତ୍କଳଖଣ୍ଡର ଅମୁଲ୍ୟ ସମ୍ପଦ। ତାଙ୍କର ବିରାଟ ବ୍ଯକ୍ତିତ୍ୱ ବଳରେ 'ଅଖୋଜ' ବାମଣ୍ଡା ନବଜୀବନ ଲାଭ କରିଅଛି, ଓ ନବଯୁଗର ଶିକ୍ଷା ଓ ସଭ୍ୟତା ଆଲୋକ ଲାଭ କରି ଉତ୍କଳର ରାଜ୍ୟମାନଙ୍କ ମଧ୍ୟରେ ସମୁଚ୍ଚଆସନର ଅଧିକାରୀ ହୋଇଅଛି। ବିଶେଷତଃ ନବଯୁଗର ଆଲୋକ— ବର୍ତ୍ତିକା ଧାରଣ କରି ଯେଉଁ ମହାପ୍ରାଣ କତିପୟବ୍ଯକ୍ତି ଉତ୍କଳର ଅଜ୍ଞାନାନ୍ଧାକାର ନାଶ କରି ଉତ୍କଳରେ ନବ— ଯୁଗର ପ୍ରବର୍ତ୍ତନ କରିଅଛନ୍ତି, ସ୍ୱର୍ଗତ ସର୍ ବାସୁଦେବ ସେମାନଙ୍କ ମଧ୍ୟରେ ଅଗ୍ରଣୀ ଅଟନ୍ତି। ସର୍ ବାସୁଦେବ ଇଂରାଜୀ ଶିକ୍ଷା ଲାଭ କରି ନ ଥିଲେ; କିନ୍ତୁ ତାଙ୍କର ସହଜାତ ପ୍ରତିଭା ଏଡ଼େ ସମୁଜ୍ଜଳ ଥିଲା ଯେ, ବାମଣ୍ଡାର କ୍ଷୁଦ୍ର ପରିସର ଭିତରେ ସେ ଯେଉଁ ସବୁ ଅଭିନବ ସଂସ୍କାରମାନ ପ୍ରବର୍ତ୍ତିତ କରିଗଲେ, ରୁଷିଆ ଭଳିଆ ବଡ଼ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, ତଦ୍ଦୃଷ୍ଟିରେ ତାଙ୍କ ଯଶଃ ସମ୍ରାଟ୍ ପିଟର୍ଙ୍କ ଯଶଃଠାରୁ କୌଣସି ଅଂଶରେ ନ୍ୟୁନ ବିବେଚିତ ହୋଇ ନ ଥାନ୍ତା। ତାଙ୍କଠାରେ ଯୁଗପ୍ରବର୍ତ୍ତନୋଚିତ ତେଜଃ, ଓଜଃ ଓ ସାହାସ ଥିଲା ଏବଂ ପୃଥିବୀର ଯେ କୌଣସି ଅଂଶରେ ଜନ୍ମ ଲାଭ କରିଥିଲେ ସେ ସେଠାରେ ନିଜର ଲୋକୋତ୍ତର ବ୍ଯକ୍ତିତ୍ୱ ପ୍ରତିଷ୍ଠା କରି ପାରି ଥାଆନ୍ତେ। ତାଙ୍କୁ ଲାଭ କରି ବାମଣ୍ଡା, 'ବାମଣ୍ଡା' ହୋଇଅଛି ଓ ଉତ୍କଳ ଧନ୍ୟ ହୋଇଅଛି।
  • ଦେ. ବି — ବାମଣ୍ଡାର ରାଜା ଶ୍ରୀ ବ୍ରଜସୁନ୍ଦର ଦେବ 1869 ଖ୍ରୀଷ୍ଟାଦ୍ଦରେ ପରଲୋକ ଗମନ କଲେ। ସେ ଅପୁତ୍ରକ ଥିବାରୁ ଜୀବଦ୍ଦଶାରେ ତାଙ୍କ ଅନୁଜ ବଡ଼କୁମାର ହରିହର ଦେବଙ୍କ ଏକ ପୁତ୍ରଙ୍କୁ ଦତ୍ତକ ପୁତ୍ରରୂପେ ଗ୍ରହଣ କରି ତାଙ୍କୁ ଯୌବରାଜ୍ୟରେ ଅଭିଷିକ୍ତ କରି ଯାଇଥିଲେ। ତେଣୁ ବ୍ରଜସୁନ୍ଦର ଦେବଙ୍କ ମୁତ୍ୟୁ ପରେ ବାସୁଦେବ, ବାସୁଦେବ ସୁଢଳ ଦେବ ନାମ ଧାରଣ କରି ବାମଣ୍ଡା ସିଂହାସନରେ ଆସୀନ ହେଲେ। ସିଂହାସନାଧିକାର ବେଳକୁ ତାଙ୍କୁ 18 ବର୍ଷ ମାତ୍ର ବୟସ ହୋଇଥିବାରୁ ହରିହର ଦେବ ତାଙ୍କର ରିଜେଣ୍ଟ୍ ବା ଅଭିଭାବକରୂପେ ରାଜ୍ୟ ଶାସନ କଲେ। ବ୍ରଜସୁନ୍ଦର ଦେବ କଳାହାଣ୍ଡିର ଭୂତପୂର୍ବ ମହାରାଜ ଉଦିତ ପ୍ରତାପ ଦେବଙ୍କ ସର୍ବଗୁଣାଙ୍କୃତା ରୂପଲକ୍ଷ୍ମୀ ମଧ୍ୟମା ଜେମା ଗିରିରାଜକୁମାରୀଙ୍କ ସଙ୍ଗେ ବାସୁଦେବଙ୍କ ବିବାହ ସମ୍ବନ୍ଧ ସ୍ଥିର କରି ଯାଇଥିଲେ। ହରିହର ଦେବ ବାସୁଦେବଙ୍କୁ ଅନ୍ୟତ୍ର ବିବାହ କରିବାକୁ ଆଦେଶ ଦେବାରୁ ପୋଷକ ପିତାଙ୍କ ଆଦେଶକୁ ରାଜାଦେଶ ଜ୍ଞାନ କରି ସେ ଜନକଙ୍କ ଆଦେଶକୁ ଅବଜ୍ଞା କରି କଳାହାଣ୍ଡିର ରାଜ— ପରିବାରରେ ବିବାହ କଲେ। — ବାମଣ୍ଡାର ରାଜା ଶ୍ରୀ ବ୍ରଜସୁନ୍ଦର ଦେବ1869ଖ୍ରୀଷ୍ଟାଦ୍ଦରେ ପରଲୋକ ଗମନ କଲେ ସେ ଅପୁତ୍ରକ ଥିବାରୁ ଜୀବଦ୍ଦଶାରେ ତାଙ୍କ ଅନୁଜ ବଡ଼କୁମାର ହରିହର ଦେବଙ୍କ ଏକ ପୁତ୍ରଙ୍କୁ ଦତ୍ତକ ପୁତ୍ରରୂପେ ଗ୍ରହଣ କରି ତାଙ୍କୁ ଯୌବରାଜ୍ୟରେ ଅଭିଷିକ୍ତ କରି ଯାଇଥିଲେ ତେଣୁ ବ୍ରଜସୁନ୍ଦର ଦେବଙ୍କ ମୁତ୍ୟୁ ପରେ ବାସୁଦେବ, ବାସୁଦେବ ସୁଢଳ ଦେବ ନାମ ଧାରଣ କରି ବାମଣ୍ଡା ସିଂହାସନରେ ଆସୀନ ହେଲେ ସିଂହାସନାଧିକାର ବେଳକୁ ତାଙ୍କୁ18ବର୍ଷ ମାତ୍ର ବୟସ ହୋଇଥିବାରୁ ହରିହର ଦେବ ତାଙ୍କର ରିଜେଣ୍ଟ୍ ବା ଅଭିଭାବକରୂପେ ରାଜ୍ୟ ଶାସନ କଲେ ବ୍ରଜସୁନ୍ଦର ଦେବ କଳାହାଣ୍ଡିର ଭୂତପୂର୍ବ ମହାରାଜ ଉଦିତ ପ୍ରତାପ ଦେବଙ୍କ ସର୍ବଗୁଣାଙ୍କୃତା ରୂପଲକ୍ଷ୍ମୀ ମଧ୍ୟମା ଜେମା ଗିରିରାଜକୁମାରୀଙ୍କ ସଙ୍ଗେ ବାସୁଦେବଙ୍କ ବିବାହ ସମ୍ବନ୍ଧ ସ୍ଥିର କରି ଯାଇଥିଲେ ହରିହର ଦେବ ବାସୁଦେବଙ୍କୁ ଅନ୍ୟତ୍ର ବିବାହ କରିବାକୁ ଆଦେଶ ଦେବାରୁ ପୋଷକ ପିତାଙ୍କ ଆଦେଶକୁ ରାଜାଦେଶ ଜ୍ଞାନ କରି ସେ ଜନକଙ୍କ ଆଦେଶକୁ ଅବଜ୍ଞା କରି କଳାହାଣ୍ଡିର ରାଜ— ପରିବାରରେ ବିବାହ କଲେ
  • ଦେ. ବି — ରାଜ୍ଞୀ ଗିରିରାଜକୁମାରୀ ବାସୁଦେବଙ୍କର ଉପଯୁକ୍ତା ସହଧର୍ମିଣୀ ଥିଲେ। ବ୍ରଜସୁନ୍ଦର ଦେବଙ୍କ ଯତ୍ନରେ ବାସୁଦେବ ସକଳ ଶାସ୍ତ୍ରରେ ଧୁରୀଣ ହୋଇଥିଲେ। ଗିରିରାଜକୁମାରୀ ମଧ୍ୟ ସଂସ୍କୃତ ସାହିତ୍ୟରେ ପ୍ରବୀଣା ଓ ସଙ୍ଗୀତଜ୍ଞା ଥିଲେ। ଉଭୟେ ଉଭୟଙ୍କ ସାହଚର୍ଯ୍ୟରେ ଅନିର୍ବଚନୀୟ ଆନନ୍ଦରେ କାଳାତିପାତ କରିଥିଲେ। ସ୍ୱାମୀଙ୍କ ଚିତ୍ତବିନୋଦନ ନିମନ୍ତେ ରାଜ୍ଞୀ ମହୋଦୟା ଅନେକ ସଂସ୍କୃତ ଶ୍ଲୋକ ରଚନା କରିଥିଲେ। ପୁନଶ୍ଚ ତାଙ୍କ ସୁରଲହର ଏଡ଼େ ମଧୁର ଥିଲା ଯେ, କବିପ୍ରାଣ ବାସୁଦେବ ତହିଁରେ ବିମୁଗ୍ଧ ହୋଇ ଅପାର ଚିତ୍ତପ୍ରସାଦ ଲାଭ କରୁଥିଲେ।
  • ଦେ. ବି — ବାମଣ୍ଡାର ଚିରସ୍ମରଣୀୟ ପରବର୍ତ୍ତୀ ରାଜା ଓ କବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ଗୁଣବତୀ ରାଜ୍ଞୀଙ୍କ ଯୋଗ୍ୟ ତନୟ। ବାମଣ୍ଡା ରାଜସିଂହାସନରେ ବସି ରାଜ୍ୟ ଶାସନର ସମସ୍ତ ଦାୟିତ୍ୱ ସ୍ୱହସ୍ତରେ ଗ୍ରହଣ କଲାବେଳକୁ ବାମଣ୍ଡା ମଧ୍ୟଯୁଗର ନିବିଡ଼ ଅନ୍ଧକାରରେ ଲୁଚି ରହି— ଥିଲା। ରାଜା ବ୍ରଜସୁନ୍ଦର ଦେବ ସୁଶାସକ ଥିଲେ ସୁଦ୍ଧା ନବନବୋନ୍ମେଷଶାଳିନୀ ପ୍ରଜ୍ଞାର ଅଧିକାରୀ ନ ଥିଲେ। କିନ୍ତୁ ବାସୁଦେବ ସୁଢଳ ଦେବ ଲୋକୋତ୍ତର ପ୍ରତିଭା ଘେନି ଜନ୍ମଗ୍ରହଣ କରିଥିଲେ। ରାଜଦଣ୍ଡ ଗ୍ରହଣ କଲା ମାତ୍ରେହିଁ ସେ ପ୍ରତିଭା ଆତ୍ମବିକାଶ ନିମନ୍ତେ କ୍ଷେତ୍ର ଲାଭ କରି ପ୍ରକଟିତ ହେବାରେ ଲାଗିଲା। ତେତେବେଳେ ବାମଣ୍ଡା ରାଜ୍ୟର ବାର୍ଷିକ ଆୟ ମୋଟ ଟ 6000 (ଛଅ ହଜାର ଟଙ୍କା) ଥିଲା; କୌଣସି ରାଜକର୍ମଚାରୀ ଅଠର ଟଙ୍କାରୁ ବେଶୀ ବେତନ ପାଉ ନ ଥିଲେ। ରାଜ— ସିରସ୍ତା ସୁଶୃଙ୍ଖଳାଭାବରେ ରଖାଯାଉ ନ ଥିଲା। ଯାହା ଅବା ହିସାବପତ୍ର ରଖା ଯାଉଥିଲା, ସେ ସବୁ ତାଳପତ୍ରରେ ଲିଖିତ ହେଉଥିଲା। — ବାମଣ୍ଡାର ଚିରସ୍ମରଣୀୟ ପରବର୍ତ୍ତୀ ରାଜା ଓ କବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ଗୁଣବତୀ ରାଜ୍ଞୀଙ୍କ ଯୋଗ୍ୟ ତନୟ ବାମଣ୍ଡା ରାଜସିଂହାସନରେ ବସି ରାଜ୍ୟ ଶାସନର ସମସ୍ତ ଦାୟିତ୍ୱ ସ୍ୱହସ୍ତରେ ଗ୍ରହଣ କଲାବେଳକୁ ବାମଣ୍ଡା ମଧ୍ୟଯୁଗର ନିବିଡ଼ ଅନ୍ଧକାରରେ ଲୁଚି ରହି— ଥିଲା ରାଜା ବ୍ରଜସୁନ୍ଦର ଦେବ ସୁଶାସକ ଥିଲେ ସୁଦ୍ଧା ନବନବୋନ୍ମେଷଶାଳିନୀ ପ୍ରଜ୍ଞାର ଅଧିକାରୀ ନ ଥିଲେ କିନ୍ତୁ ବାସୁଦେବ ସୁଢଳ ଦେବ ଲୋକୋତ୍ତର ପ୍ରତିଭା ଘେନି ଜନ୍ମଗ୍ରହଣ କରିଥିଲେ ରାଜଦଣ୍ଡ ଗ୍ରହଣ କଲା ମାତ୍ରେହିଁ ସେ ପ୍ରତିଭା ଆତ୍ମବିକାଶ ନିମନ୍ତେ କ୍ଷେତ୍ର ଲାଭ କରି ପ୍ରକଟିତ ହେବାରେ ଲାଗିଲା ତେତେବେଳେ ବାମଣ୍ଡା ରାଜ୍ୟର ବାର୍ଷିକ ଆୟ ମୋଟ ଟ6000(ଛଅ ହଜାର ଟଙ୍କା) ଥିଲା; କୌଣସି ରାଜକର୍ମଚାରୀ ଅଠର ଟଙ୍କାରୁ ବେଶୀ ବେତନ ପାଉ ନ ଥିଲେ ରାଜ— ସିରସ୍ତା ସୁଶୃଙ୍ଖଳାଭାବରେ ରଖାଯାଉ ନ ଥିଲା ଯାହା ଅବା ହିସାବପତ୍ର ରଖା ଯାଉଥିଲା, ସେ ସବୁ ତାଳପତ୍ରରେ ଲିଖିତ ହେଉଥିଲା
  • ଦେ. ବି — ରାଜା ବାସୁଦେବ ସୁଢଳ ଦେବ ଏ ସବୁଜ ସଂସ୍କାରରେ ବ୍ରତୀ ହୋଇ ନାନା ପରିବର୍ତ୍ତନ ସାଧନ କଲେ। ସେ ଆୟ— ବ୍ଯୟର ଗୋଟିଏ ବଜେଟ୍ ପ୍ରସ୍ତୁତ କରାଇ ତଦନୁଯାୟୀ ବ୍ଯୟ ନିୟନ୍ତ୍ରଣ କଲେ। ରାଜ୍ୟରେ ନୂଆ ରାଜସ୍ୱ ବନ୍ଦୋବସ୍ତ କରାଇ ରାଜସ୍ୱ ସଂସ୍କାର କଲେ ଏବଂ ଚାଷୀମାନଙ୍କ ଅବସ୍ଥା ଯେପରି ଉନ୍ନତ ହେବ ତନ୍ନିମନ୍ତେ ବ୍ଯବସ୍ଥା କରି ଅଧିକାରର ଗୁରୁତ୍ୱାନୁରୂପ କର୍ମଚାରୀମାନଙ୍କର ବେତନର ହାର ଧାର୍ଯ୍ୟ କଲେ। ଜଙ୍ଗଲ ବିଭାଗ, ପୁଲିଶ ବିଭାଗ, ଓ ବିଚାର ବିଭାଗ ସୃଶୃଙ୍ଖଳ ଭାବରେ ପ୍ରତିଷ୍ଠିତ ହେଲା। ବାସୁଦେବ 1869 ଖ୍ରୀଷ୍ଟାବ୍ଦରେ ସିଂହାସନରୋହଣ କରିଥିଲେ। ସେତେବେଳେ ବାମଣ୍ଡା ରାଜ୍ୟର ଆୟ ଛଅ ହଜାର ଟଙ୍କା ମାତ୍ର ଥିଲା; କିନ୍ତୁ 1875 ଖ୍ରୀଷ୍ଟାବ୍ଦବେଳକୁ ବାସୁଦେବଙ୍କ ଅଧ୍ୟବସାୟ ଫଳରେ ବାମଣ୍ଡାର ବାର୍ଷିକ ଆୟ ଅଠର ହଜାର ଟଙ୍କାରେ ପରିଣତ ହେଲା। ପରବର୍ତ୍ତୀକାଳରେ ବାମଣ୍ଡାର ଯେଉଁ ଭୂୟସୀ ଉନ୍ନତି ସାଧିତ ହୋଇଥିଲା, ଏହା ତହିଁର ଅଗ୍ର ସୂଚନା କହିବାକୁ ହେବ। ଏହି ସମୟରୁ ବାମଣ୍ଡାର ଲୋକେ ବାସୁଦେବ ସୁଢଳ ଦେବଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆଶ୍ୱସ୍ତହୃଦୟରେ ଅନୁଧ୍ୟାନ କରିବାରେ ଲାଗିଲେ। — ରାଜା ବାସୁଦେବ ସୁଢଳ ଦେବ ଏ ସବୁଜ ସଂସ୍କାରରେ ବ୍ରତୀ ହୋଇ ନାନା ପରିବର୍ତ୍ତନ ସାଧନ କଲେ ସେ ଆୟ— ବ୍ଯୟର ଗୋଟିଏ ବଜେଟ୍ ପ୍ରସ୍ତୁତ କରାଇ ତଦନୁଯାୟୀ ବ୍ଯୟ ନିୟନ୍ତ୍ରଣ କଲେ ରାଜ୍ୟରେ ନୂଆ ରାଜସ୍ୱ ବନ୍ଦୋବସ୍ତ କରାଇ ରାଜସ୍ୱ ସଂସ୍କାର କଲେ ଏବଂ ଚାଷୀମାନଙ୍କ ଅବସ୍ଥା ଯେପରି ଉନ୍ନତ ହେବ ତନ୍ନିମନ୍ତେ ବ୍ଯବସ୍ଥା କରି ଅଧିକାରର ଗୁରୁତ୍ୱାନୁରୂପ କର୍ମଚାରୀମାନଙ୍କର ବେତନର ହାର ଧାର୍ଯ୍ୟ କଲେ ଜଙ୍ଗଲ ବିଭାଗ, ପୁଲିଶ ବିଭାଗ, ଓ ବିଚାର ବିଭାଗ ସୃଶୃଙ୍ଖଳ ଭାବରେ ପ୍ରତିଷ୍ଠିତ ହେଲା ବାସୁଦେବ1869ଖ୍ରୀଷ୍ଟାବ୍ଦରେ ସିଂହାସନରୋହଣ କରିଥିଲେ ସେତେବେଳେ ବାମଣ୍ଡା ରାଜ୍ୟର ଆୟ ଛଅ ହଜାର ଟଙ୍କା ମାତ୍ର ଥିଲା; କିନ୍ତୁ1875ଖ୍ରୀଷ୍ଟାବ୍ଦବେଳକୁ ବାସୁଦେବଙ୍କ ଅଧ୍ୟବସାୟ ଫଳରେ ବାମଣ୍ଡାର ବାର୍ଷିକ ଆୟ ଅଠର ହଜାର ଟଙ୍କାରେ ପରିଣତ ହେଲା ପରବର୍ତ୍ତୀକାଳରେ ବାମଣ୍ଡାର ଯେଉଁ ଭୂୟସୀ ଉନ୍ନତି ସାଧିତ ହୋଇଥିଲା, ଏହା ତହିଁର ଅଗ୍ର ସୂଚନା କହିବାକୁ ହେବ ଏହି ସମୟରୁ ବାମଣ୍ଡାର ଲୋକେ ବାସୁଦେବ ସୁଢଳ ଦେବଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆଶ୍ୱସ୍ତହୃଦୟରେ ଅନୁଧ୍ୟାନ କରିବାରେ ଲାଗିଲେ
  • ଦେ. ବି — ଏହି ସମୟରେ ବାସୁଦେବଙ୍କ ସହଧର୍ମିଣୀ ଗିରିରାଜ— କୁମାରୀ ବାମଣ୍ଡା ରାଜସଂସାରକୁ ଶୋକସାଗରରେ ନିମଜ୍ଜିତ କରି ଏବଂ ଅନୁରାଗୀ ପତିଙ୍କ ହୃଦୟକୁ ଶତଧା ଚୂର୍ଣ୍ଣ କରି ସ୍ୱର୍ଗାରୋହଣ କଲେ। ସେତେବେଳେ ସଚ୍ଚିଦାନନ୍ଦ ଦୁଗ୍ଧ— ପୋଷ୍ୟ ଶିଶୁ। ମାତୃବିଯୋଗ ହେତୁରୁ ତାଙ୍କର ମଧ୍ୟ ଜୀବନସଙ୍କଟ ଉପସ୍ଥିତ ହେଲା ଏବଂ ବାସୁଦେବ ଭଗ୍ନ— ହୃଦୟ ହୋଇ ସଂସାରପ୍ରତି ବିରାଗୀ ହୋଇପଡ଼ିଲେ; ରାଜ— କାର୍ଯ୍ୟ ଓ ଶାସନ ଦାୟିତ୍ୱ ତାଙ୍କୁ ବିଷବତ୍ ପ୍ରତିଭାତ ହେଲା। ବଡ଼କୁମାର ହରିହର ଦେବଙ୍କ ପତ୍ନୀ ଓ ବାସୁଦେବଙ୍କ ଗର୍ଭ— ଧାରିଣୀ ପାର୍ବତୀ ଦେବୀଙ୍କ ହସ୍ତରେ ଶିଶୁ ସଚ୍ଚିଦାନନ୍ଦଙ୍କ ପାଳନଭାର ଅର୍ପଣ କରି ବାସୁଦେବ ଚିତ୍ତର ଗତି ପରିବର୍ତ୍ତନ ନିମନ୍ତେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ବାମଣ୍ଡା ତ୍ୟାଗ କରି ବହିର୍ଗତ ହେଲେ।
  • ଦେ. ବି — ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ, ପଟ୍ଟମହିଷ ଗିରିରାଜକୁମାରୀ ଅତ୍ୟନ୍ତ ପ୍ରଜାବତ୍ସଳା ଥିଲେ। ବାମଣ୍ଡାରେ ଚିରାଚରିତ ପ୍ରଥା ଥିଲା ଯେ, ରାଜାଙ୍କର ଉତ୍ତରାଧିକାରୀ ଜାତ ହେଲେ ପ୍ରତ୍ୟେକ ପ୍ରଜା ଶକ୍ତି ଅନୁସାରେ ରାଜାଙ୍କୁ ନଜରାନା ଦେବେ। ସଚ୍ଚିଦାନନ୍ଦଙ୍କ ଜନ୍ମ ହେଲା ମାତ୍ରେ, ସୂତିକାଗାରରେ ଥାଇ ସୁଦ୍ଧା ରାଜ୍ଞୀ ମହୋଦୟା ଅନୁରାଗୀ ପତିଙ୍କୁ ସାନୁନୟ ଅନୁରୋଧ କରି ଏ କୁତ୍ସିତ ପ୍ରଥା ରଦ କରାଇ ଦେଇଥିଲେ। ଏବଂବିଧ ଅଶେଷ ସୁଗୁଣର ଅଧିକାରିଣୀ ହୋଇ ସେ ସ୍ୱାମୀଙ୍କ ହୃଦୟରେ ଅଖଣ୍ଡ ଆଧିପତ୍ୟ ସ୍ଥାପନ କରିଥିଲେ। ତେଣୁ ତାଙ୍କ ସ୍ମୃତିର ମୁର୍ମ୍ମୁର ଦାହରେ ବ୍ୟଥିତ ହୋଇ ରାଜା ବାସୁଦେବ ହୃଦୟ ବ୍ଯଥାର ଉପଶମ ନିମନ୍ତେ ପର୍ଯ୍ୟଟନ କରିବାକୁ ବାହାରିଲେ।
  • ଦେ. ବି — ବାସୁଦେବ ସ୍ୱଭାବତଃ ବଡ଼ ଅନୁସନ୍ଧିତ୍ସୁ ଥିଲେ ଏବଂ ସର୍ବଦା ଶିକ୍ଷାର୍ଥି ମନୋଭାବ ଘେନି ସକଳ ସ୍ଥାନରୁ ଓ ସକଳ ପ୍ରକାର ଲୋକଙ୍କଠାରୁ ନାନା କଥା ଶିକ୍ଷା କରିବାରେ ମନୋଯୋଗୀ ଥିଲେ। ତେଣୁ ଆର୍ଯ୍ୟାବର୍ତ୍ତର ପ୍ରଧାନ ପ୍ରଧାନ ନଗର ଭ୍ରମଣ କରି ତଜ୍ଜନିତ ଅଭିଜ୍ଞତା ଦ୍ୱାରା ସେ ନିଜ ରାଜ୍ୟର କିପରି ସର୍ବାଙ୍ଗୀନ ଉନ୍ନତି କରିବେ, ଏହି ଚିନ୍ତାହିଁ ଭ୍ରମଣକାଳଯାକ ତାଙ୍କ ମନକୁ ଆଲୋଡ଼ିତ କରୁଥିଲା। ସେ କଟକ, କଲିକତା, ବାରଣସୀ, ଲକ୍ଷ୍ନୌ, ଦିଲ୍ଲୀ ପ୍ରଭୃତି ବହୁ ପ୍ରଧାନ ସ୍ଥଳୀ ଭ୍ରମଣ କରି ନାନା ବ୍ଯକ୍ତି ଓ ନାନା ଅନୁଷ୍ଠାନ ସହ ପ୍ରତ୍ୟକ୍ଷଭାରେ ପରିଚିତ ହେଲେ। ତାଙ୍କର ଜ୍ଞାନ ଓ ଅଭିଜ୍ଞତାର ପରିସର ଯଥେଷ୍ଟ ବୃଦ୍ଧିପ୍ରାପ୍ତ ହେଲା ଓ ନିଜ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେ ସର୍ବଦା ସମସ୍ତଙ୍କଠାରୁ ଓ ସମସ୍ତ ସ୍ଥାନରୁ ସୂଚନା ଖୋଜି ବୁଲୁଥିବାରୁ ତାଙ୍କର ଏ ଦୀର୍ଘକାଳବ୍ୟାପୀ ପର୍ଯ୍ୟଟନ ବାମଣ୍ଡା ପକ୍ଷରେ ବହୁ ସଫଳପ୍ରସୂ ହେଲା।
  • ଦେ. ବି — ପର୍ଯ୍ୟଟନରୁ ଫେରି ଆସିଲା ପରେ ପୁନଶ୍ଚ ଦାରପରିଗ୍ରହ କରିବା ନିମନ୍ତେ ବାସୁଦେବଙ୍କୁ ଅନେକ ବ୍ଯକ୍ତି ସନିର୍ବନ୍ଧ ଅନୁରୋଧ କଲେ ଏବଂ ଏହା ଫଳରେ ବାସୁଦେବ ମୟୂରଭଞ୍ଜ ରାଜ୍ୟର ରରୁଆଁ ଜମିଦାରଙ୍କ ଦୁଇ ଜେମା ଓ ଖରସୁଆଁ ରାଜାଙ୍କ ଭାଣିଜୀ ଜେମା, ଏପରି ତିନି କନ୍ୟାଙ୍କର ପାଣିଗ୍ରହଣ କଲେ। ଏହି ସପତ୍ନୀମାନେ ପରସ୍ପରପ୍ରତି ଆକୃଷ୍ଟା ହୋଇ ଈର୍ଷାପରାୟଣା ନ ହେବାରୁ ବାସୁଦେବଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ମଧୁମୟ ହୋଇଥିଲା। ଏମାନେ ସଚ୍ଚିଦାନନ୍ଦଙ୍କୁ ଆତ୍ମଜରୂପ ସ୍ନେହ କରୁଥିଲେ ଏବଂ ସଚ୍ଚିଦାନନ୍ଦ ମଧ୍ୟ ଏମାନଙ୍କୁ ଜନନୀବତ୍ ଭକ୍ତି ଓ ଶ୍ରଦ୍ଧା କରିବାରେ ପଶ୍ଚାତ୍ପଦ ନ ଥିଲେ। ଏ ତିନି ରାଣୀ ଏଗାରଟି କନ୍ଯା ଓ ଆଠଟି ପୁତ୍ରଙ୍କର ଜନନୀ ହୋଇଥିଲେ। ବାସୁଦେବ ନିଜର କନ୍ୟାମାନଙ୍କୁ ଶିକ୍ଷିତା ଓ ସଙ୍ଗୀତାଦି କଳାନିପୁଣା କରି ତାଳଚେର, ବଣାଇ, ବସ୍ତର ପ୍ରଭୃତି ରାଜ୍ୟର ରାଜାମାନଙ୍କ ସହିତ ବିବାହ କରାଇ ଦେଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେମାନେ ତତ୍ରତ୍ୟ ରାଜ୍ୟମାନଙ୍କର ରାଜ୍ଯେଶ୍ୱରୀ, କିନ୍ତୁ ଦୁର୍ଭାଗ୍ୟବଶତଃ ବସ୍ତର, ଖଡ଼ିଆଳ, ପାଲଲହଡ଼ାର ରାଣୀ ଓ ମୁରଗୁଜାର ଯୁବରାଣୀ ସ୍ୱର୍ଗତା ହୋଇଅଛନ୍ତି। ପୁତ୍ରମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ସେମାନଙ୍କୁ ମଧ୍ୟ ବାସୁଦେବ ଉପଯୁକ୍ତଭାବରେ ସଂସ୍ଥିତି ପ୍ରଦାନ କରି ଯାଇଅଛନ୍ତି। ଏହି ରାଜପୁତ୍ରମାନଙ୍କ ମଧ୍ୟରୁ ସ୍ୱର୍ଗତ ବଡ଼କୁମାର ବଳଭଦ୍ର ଦେବ ଉତ୍କଳଖଣ୍ଡରେ କବି ଓ ସାହିତ୍ୟିକ ଖ୍ୟାତି ଲାଭ କରିଅଛନ୍ତି। ପ୍ରଥମା ରାଣୀଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦଙ୍କ ଖ୍ୟାତି କଥା ବର୍ଣ୍ଣନା କରିବା ବାହୁଲ୍ୟ ମାତ୍ର। ତାଙ୍କୁ ସବୁ ଗୁଣରେ ଆଦର୍ଶ ପୁତ୍ର ବୋଲି ସ୍ୱୀକାର କରିବାକୁ ହେବ।